Categories
ଆଜିର ଖବର

ଦନ୍ତେଓ୍ଵାଡାରେ ନକ୍ସଲ ଆକ୍ରମଣ , ବିଧାୟକ ମୃତ, ୫ ଯବାନ ସହିଦ

ପ୍ରଥମ ପର୍ଯ୍ୟାୟ ମତଦାନର ଦୁଇ ଦିନ ପୂର୍ବରୁ ଛତିଶଗଡ଼ରେ ହୋଇଛି ବଡ଼ ଧରଣର ମାଓ ଆକ୍ରମଣ ହୋଇଛି। ଛତିଶଗଡ଼ର ନକ୍ସଲ ପ୍ରଭାବିତ ଦାନ୍ତେଓ୍ଵାଡାରେ ବିଜେପି ବିଧାୟକଙ୍କ ଗାଡି ଉପରେ ହୋଇଛି ମାଓ ହମଲା। ଏହି ଆକ୍ରମଣରେ ବିଜେପି ବିଧାୟକ ଭୀମା ମାଣ୍ଡଭିଙ୍କ ମୃତ୍ୟୁ ଘଟିବା ସହିତ ତାଙ୍କ ପିଏସ୍‌ଓ ଓ ୫ଜଣ ଯବାନ ସହିଦ  ହୋଇଛନ୍ତି। ଦନ୍ତେଓ୍ଵାଡା ଛତିଶଗଡ଼ର ବସ୍ତର ଲୋକସଭା କ୍ଷେତ୍ରରେ ରହିଛି। ଏପ୍ରିଲ୍‌ ୧୧ ତାରିଖରେ ଏଠାରେ ମତଦାନ ହେବାକୁ ରହିଛି। ଦନ୍ତେଓ୍ଵାଡାର ନକୁଲନାର ନିକଟରେ ବିଧାୟକ ଭୀମା ମାଣ୍ଡଭିଙ୍କ ଗାଡି ଉପରକୁ ନକ୍ସଲ ଏହି ଆକ୍ରମଣ କରିଛନ୍ତି। ଲ୍ୟାଣ୍ଡ ମାଇନ ବିସ୍ଫୋରଣ କରି ପୋଲିସ ଭ୍ୟାନକୁ ଉଡ଼ାଇ ଦେଇଛନ୍ତି ନକ୍ସଲ। ଆକ୍ରମଣ ପରେ ଘଟଣାସ୍ଥଳ ତଥା ଆଖପାଖ ଅଞ୍ଚଳକୁ ସିଜ୍ କରି ଦିଆଯାଇଛି। ଏହା ସହିତ ଆକ୍ରମଣକାରୀଙ୍କ ସନ୍ଧାନରେ ଯବାନଙ୍କ ଦ୍ଵାରା ସର୍ଚ୍ଚ ଅପରେସନ ମଧ୍ୟ ଆରମ୍ଭ ଦ୍ରୁତଗତିରେ କରାଯାଇଛି।