Categories
ଆଜିର ଖବର ରାଜ୍ୟ ଖବର

ପଞ୍ଜିକରଣ ପାଇଁ ଆଧାର ଏବଂ ମୋବାଇଲ ନମ୍ବର ଜରୁରୀ: ପଞ୍ଚାୟତିରାଜ ସଚିବ

ଭୁବନେଶ୍ବର: ବାହାରେ ରହିଯାଇଥିବା ଲୋକଙ୍କ ସମ୍ପର୍କରେ ପଞ୍ଚାୟତିରାଜ ସଚିବଙ୍କ ସୂଚନା ଦେଇଛନ୍ତି। ସେମାନଙ୍କ ସମ୍ପର୍କରେ ରାଜ୍ୟ ସରକାର ସଚେତନ ଅଛନ୍ତି ବୋଲି କହିଛନ୍ତି ସଚିବ। ଓଡ଼ିଶା ବାହାରେ ରହିଯାଇଥିବା ଲୋକଙ୍କୁ ପ୍ରଥେମ ରେଜିଷ୍ଟ୍ରେସନ କରିବାକୁ ପଡ଼ିବ ବୋଲି ସୂଚନା ଦେଇଛି ସଚିବ। ରେଜିଷ୍ଟ୍ରେସନରେ ସାହାଯ୍ୟ କରିବାକୁ ଓ୍ବାର୍ଡରେ ନୋଡାଲ୍‌ ଅଫିସର ନିଯୁକ୍ତ କରାଯାଇଛି। ଗତକାଲିଠାରୁ ରେଜିଷ୍ଟ୍ରେସନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି ବୋଲି ସୂଚନା ଦେଇଛନ୍ତି ସଚିବ। ଓଡ଼ିଶା ବାହାରୁ ଯେଉଁମାନେ ଆସିବେ, ସେମାନଙ୍କୁ ୧୪ ଦିନ କ୍ବାରେଣ୍ଟିନରେ ରହିବେ ବୋଲି ନିଷ୍ପତ୍ତି ଦିଆଯାଇଛି। ୧୪ ଦିନ କ୍ବାରେଣ୍ଟିନ୍‌ରେ ରହିବା ପରେ ସୁସ୍ଥ ଥିଲେ ଘରକୁ ଫେରିବ ବୋଲି ସୂଚନା ଦିଆଯାଇଛି। ସେହିପରି ଓଡ଼ିଶା ଫେରନ୍ତାଙ୍କ ପାଇଁ ରେଜିଷ୍ଟ୍ରେସନ ବାଧ୍ୟତାମୂଳକ କରାଯାଇଥିବାବେଳେ ରେଜିଷ୍ଟ୍ରେସନ ପାଇଁ ଆଧାର ନମ୍ବର ଏବଂ ମୋବାଇଲ ନମ୍ବର ଜରୁରୀ। କେହି ସମ୍ପର୍କୀୟ ରେଜିଷ୍ଟ୍ରେସନ କରୁଥିଲେ ତାଙ୍କ ମୋବାଇଲ ନମ୍ବର ଦେବେ। ବାହାରେ ରହୁଥିବା ଛାତ୍ର, ଶ୍ରମିକ, ତୀର୍ଥଯାତ୍ରୀ, ସମେସ୍ତ ରେଜିଷ୍ଟ୍ରିସନ କରିପାରିବେ। ସେହିପରି ସେମାନେ ସମସ୍ତେ ପୂରା ବିବରଣୀ ଦେବାକୁ ପଡ଼ିବ। କେଉଁଠି ଆସିଲେ ଏବଂ କେଉଁଠିକୁ ଯିବେ ସେ ନେଇ ପୂରା ବିବରଣୀ ଦେବାକୁ ପଡ଼ିବ ବୋଲି ସୂଚନା ଦେଇଛନ୍ତି ସଚିବ। ଭୟ ନ କରି ବିବରଣୀ ଦେବାକୁ କହିଛନ୍ତି ପଞ୍ଚାୟତ ସଚିବ।