Categories
ଆଜିର ଖବର ଜାତୀୟ ଖବର

ଭାରତରେ ବ୍ୟାନ୍‌ ହେଲା ‘ପବ୍‌-ଜି’

ନୂଆଦିଲ୍ଲୀ :  ବହୁଳ ବ୍ୟବହୃତ ମୋବାଇଲ୍‌ ଆପ୍‌ ‘ପବ୍‌-ଜି’ ଭାରତରେ ବ୍ୟାନ୍‌ ହୋଇଛି । ପବ୍‌-ଜି ସହ ଚୀନ ପରିଚାଳିତ 118ଟି ମୋବାଇଲ୍‌ ଆପ୍‌ ବ୍ୟାନ୍‌ କଲେ କେନ୍ଦ୍ର ସରକାର । ସୁରକ୍ଷା ଦୃଷ୍ଟିରୁ କେନ୍ଦ୍ର ସରକାର ଏହାକୁ ବ୍ୟାନ୍‌ କରିଛନ୍ତି ।ଗ୍ରାହକଙ୍କ ବ୍ୟକ୍ତିଗତ ତଥ୍ୟ ଚୋରି ଅଭିଯୋଗରେ ଏହି ଆପ ଗୁଡିକୁ ବ୍ୟାନ କରାଯାଇଛି । ପବ୍‌ଜୀ ସମେତ ଲୁଡୋ, ଏମ୍‌ଭି ମାଷ୍ଟର, ଓ୍ବି ଚାଟ୍‌ ଆଦି ମଧ୍ୟ ବ୍ୟାନ୍‌ ହୋଇଛି ।

ଚୀନ୍ ସହିତ ଅର୍ଥନୈତିକ ବିବାଦ କାରଣରୁ ଆଇଟି ମନ୍ତ୍ରାଳୟ ପକ୍ଷରୁ ପବଜି ସମେତ 118ଟି ଆପକୁ ବ୍ୟାନ କରାଯାଇଛି ।  କେନ୍ଦ୍ର ସରକାର ପୁଣି ଥରେ ଡିଜିଟାଲ ଷ୍ଟ୍ରାଇକ୍‌ କରିଛି । ପୂର୍ବରୁ 59ଟି ଆପ୍‌କୁ ବ୍ୟାନ୍‌ କରାଯାଇଥିବାବେଳେ ଆଜି 118ଟି ଆପ୍‌କୁ ବ୍ୟାନ୍‌ କରିଛନ୍ତି ।  ପୂର୍ବରୁ ଭାରତୀୟ ସେନା ନିଜ ଯବାନମାନଙ୍କୁ ସ୍ମାର୍ଟଫୋନ୍‌ରୁ ପବ୍‌ଜୀ ସମେତ 89ଟି ଆପ୍‌ ଡିଲିଟ୍‌ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।  ସୂଚନାଯୋଗ୍ୟ, ଏହି ସବୁ ଆପ୍‌ଗୁଡିକ ଯୋଗୁଁ ତଥ୍ୟ ଚୋରି ହେଉଥିବାର ଅଭିଯୋଗ ରହିଥିଲା ।