Categories
ଆଜିର ଖବର ରାଜ୍ୟ ଖବର

ନୋଇଡ଼ାରୁ ମୃତ ଓଡ଼ିଆ ଶ୍ରମିକଙ୍କୁ ଜନ୍ମମାଟି ଆଣିଲା ମୋ ପରିବାର

ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର : ‘ଓଡ଼ିଶା-ମୋ ପରିବାର’ ଅଭିଯାନରେ ପୁଣି ଏକ ସଫଳତା ଯୋଡ଼ି ହୋଇଛି । ଜାପାନର ଟୋକିଓ ସହରରେ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଦୁଇ ଓଡ଼ିଆ ଯୁବକଙ୍କ ମରଶରୀରକୁ ଗତକାଲି ଫେରାଇ ଅଣାଯାଇଥିବା ବେଳେ ଆଜି ନୋଇଡାରୁ ଜଣେ ଓଡ଼ିଆ ଶ୍ରମିକଙ୍କ ମୃତଦେହ ତାଙ୍କର ଜନ୍ମମାଟିକୁ ଅଣାଯାଇଛି । ଗଜପତି ଜିଲ୍ଲା ଘୋରଣୀ ଅନ୍ତର୍ଗତ ଲାଲୁସାହିର ଅଭିମନ୍ୟୁ ଦୋରା(25) ନାମକ ଜଣେ ଯୁବକ ଶନିବାର ହୃଦଘାତରେ ପ୍ରାଣ ହରାଇଥିଲେ । ଗରିବ ପରିବାର ପକ୍ଷରେ ଶବ ଆଣିବା ସମ୍ଭବ ନଥିଲା ମାତ୍ର ‘ଓଡ଼ିଶା-ମୋ ପରିବାର’ ସହାୟତାରେ ଜାପାନରୁ ଶବ ନୋଇଡାରେ ପହଞ୍ଚିଥିଲା । ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଏୟାର ଇଣ୍ଡିଆର ବିମାନରେ ଅଭିମନ୍ୟୁଙ୍କ ଶବ ଅଣାଯାଇଥିଲା । ‘ଓଡ଼ିଶା-ମୋ ପରିବାର’ ର ଆବାହକ ଅରୂପ ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅଭିମନ୍ୟୁଙ୍କ ଶବ ଅଣାଯାଇଥିଲା । ‘ଓଡ଼ିଶା-ମୋ ପରିବାର’ ର ଉପଦେଷ୍ଟା ବିବେକ ପଟ୍ଟନାୟକ, ସଭ୍ୟ ତଥା ବିଧାୟକ ସୁଶାନ୍ତ ରାଉତ, ସଭ୍ୟ ଭାରତୀ ସିଂ ପ୍ରମୁଖ ମୃତ ଶରୀରକୁ ଜନ୍ମମାଟିକୁ ପଠାଇଥିଲେ ।