Categories
ଆଜିର ଖବର ଜାତୀୟ ଖବର

ଷୋଳତମ ସନ୍ତାନର ପ୍ରସବ ପରେ ଉଭୟ ମା ଓ ନବଜାତର ମୃତ୍ୟୁ

ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶର ଦମୋହ ଜିଲ୍ଲାର ବାଟିଆଗଡ ଥାନା ନିକଟସ୍ଥ ପାଡାଝିର ଗ୍ରାମ ନିବାସୀ ଜଣେ 45 ବର୍ଷୀୟ ମହିଳା ପ୍ରସବ ଯୋଗୁଁ ମୃତ୍ୟୁବରଣ କରିଛନ୍ତି । ମହିଳା ଜଣକ ସନ୍ତାନକୁ ଜନ୍ମଦେବା ପରେ ଉଭୟଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡିଥିଲା । ସଙ୍ଗେ ସଙ୍ଗେ ତାଙ୍କୁ ହଟା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ନିଆଯାଇଥିଲା । କିନ୍ତୁ ରାସ୍ତାରେ ଦୁହିଁଙ୍କର ମୃତ୍ୟୁ ହୋଇଯାଇଛି ।

ମିଳିଥିବା ସୂଚନା ଅନୁସାରେ 45 ବର୍ଷୀୟ ମହିଳା ଷୋହଳ ଥର ପାଇ ମା’ ହୋଇଥିଲେ । ମହିଳାଙ୍କର ପୂର୍ବରୁ 15 ସନ୍ତାନ ମଧ୍ୟରୁ ଚାରି ପୁତ୍ର ଓ ଚାରି କନ୍ୟା ଜୀବିତ ଅଛନ୍ତି । ମାତ୍ର ଶେଷ ସାତୋଟି ସନ୍ତାନଙ୍କର ମୃତ୍ୟୁ ହୋଇଛି ।

ତେବେ ମହିଳାଙ୍କ ମୃତ୍ୟୁ ପରେ ଏହି ଘଟଣାରେ ଯାଞ୍ଚ କରାଯିବା ନେଇ ସୂଚନା ଦେଇଛନ୍ତି ଦମୋହ ଜିଲ୍ଲା ମୁଖ୍ୟ ଚିକିତ୍ସା ଏବଂ ସ୍ବାସ୍ଥ୍ୟ ଅଧିକାରୀ ଡ. ସଂଗୀତା ତ୍ରିବେଦୀ । ପରିବାର ନିୟୋଜନ ପାଇଁ ସରକାରଙ୍କ ତରଫରୁ ଅନେକ ଯୋଜନା ରହିଥିଲେ ବି ଏହାକୁ ନେଇ ସଚେତନତାର ଅଭାବ ରହିଛି । (ଏଜେନ୍ସି)