Categories
ଆଜିର ଖବର ଖେଳ ଜାତୀୟ ଖବର

ସଡକ ଦୁର୍ଘଟଣାରେ ସାଉଥ୍‌ ଆଫ୍ରିକାର ଷ୍ଟାର ଖେଳାଳୀଙ୍କର ମୃତ୍ୟୁ

ସାଉଥ୍‌ ଆଫ୍ରିକା : ଦକ୍ଷିଣ ଆଫ୍ରିକାର ଷ୍ଟାର ଖେଳାଳୀ ମୋତିଜେକା ମଦିସାଙ୍କ କାର୍‌ ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ଜୋହାନିସବର୍ଗରେ ଏହି ଦୁର୍ଘଟଣା ହୋଇଥିବାର ସୂଚନା ରହିଛି । 25 ବର୍ଷୀୟ ଡିଫେଣ୍ଡର୍‌ ମଦିସା କାର୍‌ରେ ଜଣଙ୍କ ସହିତ ଯାତ୍ରା କରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଛି । କାର୍‌ଟି ଦୁର୍ଘଟଣାଗ୍ରସ୍ତ ହେବା ପରେ ବିସ୍ଫୋରଣ ହୋଇ ଜଳିଯାଇଥିଲା । ଏହି ଦୁର୍ଘଟଣାରେ ମଦିସାଙ୍କ ସହିତ ଅନ୍ୟ ଦୁଇଜଣଙ୍କର ମଧ୍ୟ ମୃତ୍ୟୁ ହୋଇଛି । ମଦିସାଙ୍କ ମୃତ୍ୟୁ ହୋଇଥିବା ନେଇ ଦକ୍ଷିଣ ଆଫ୍ରିକା ଫୁଟବଲ୍‌ ଆସୋସିଏସନ୍‌ ସୂଚନା ଦେଇଛି । ମଦିସାଙ୍କ କାର୍‌ ଆକ୍ସିଡେଣ୍ଟର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି ।

ମଦିସା ଦକ୍ଷିଣ ଆଫ୍ରିକା ପ୍ରିମିୟର ସକର୍‌ ଲିଗ ଚାମ୍ପିୟନ୍ସରେ  ମଧ୍ୟ ଖେଳି ଥିଲେ । ଗତ କିଛି ମାସ ତଳେ ଆଫ୍ରିକା ଅଫ୍‌ ନେସନ୍‌ କ୍ବାଲିଫିକେସନ୍‌ ଡବଲ୍‌ ହେଡରରେ ସାଓ ତାମେଙ୍କ ବିପକ୍ଷରେ ସେ ମଇଦାନକୁ ଓହ୍ଲାଇଥିଲେ ।

ତେବେ ଦୁର୍ଘଟଣାଟି କିପରି ଘଟିଲା ସେ ସମ୍ପର୍କରେ ସମ୍ପୂର୍ଣ୍ଣ ରୂପେ କିଛି ସୂଚନା ମିଳିପାରିନାହିଁ । ମାତ୍ର ଏହି ଦୁର୍ଘଟଣାରେ ଲୋକପ୍ରିୟ ଖେଳାଳୀଙ୍କର ଦୁଃଖଦ ମୃତ୍ୟକୁ ନେଇ ଖେଳପ୍ରେମୀଙ୍କ ମଧ୍ୟରେ ଶୋକାର ଛାୟା ଖେଳିଯାଇଛି । ଗତ କିଛି ଦିନ ପୂର୍ବେ କାର୍‌ ଦୁର୍ଘଟଣାରେ ଦକ୍ଷିଣ ଆଫ୍ରିକାର ଅନ୍ୟ ଜଣେ ଫୁଟବଲ୍‌ ଖେଳାଳୀ ଏନ୍‌ଲେଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା । (ଏଜେନ୍ସି)