ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନ୍ଙ୍କ ଅଭିନୀତ ଚଳଚିତ୍ର ‘ଛପାକ୍’ର ଫାଷ୍ଟଲୁକ୍ ପୋଷ୍ଟର ରିଲିଜ ହୋଇଛି। ଏହି ଚଳଚିତ୍ରରେ ଦୀପିକା ଏସିଡ୍ ଆକ୍ରମଣର ଶିକାର ହୋଇଥିବା ଲକ୍ଷ୍ମୀ ଅଗ୍ରଓ୍ବାଲଙ୍କ ଚରିତ୍ରରେ ନଜର ଆସିବେ। ମେଘନା ଗୁଲଜାର ଏହି ଚଳଚିତ୍ରର ନିର୍ଦ୍ଦଶନା ଦେଉଥିବା ବେଳେ ପ୍ରଯୋଜକ ଭାବରେ ପଦାର୍ପଣ କରୁଛନ୍ତି ଦୀପିକା। ଫାଷ୍ଟଲୁକ୍ ପୋଷ୍ଟରକୁ ଦୀପିକା ନିଜର ସୋସିଆଲ ମିଡିଆ ସାଇଟ୍ରେ ସେୟାର କରିଛନ୍ତି। ଫଟୋ ସହିତ ଦୀପିକା ଲେଖିଛନ୍ତି ଏହି ଚରିତ୍ରଟି ସଦାସର୍ବଦା ମୋ ସହିତ ରହିବ। ୧୦ ଜାନୁୟାରୀ ୨୦୨୦ରେ ରିଲିଜ୍ ହେବାକୁ ଥିବା ଏହି ଫିଲ୍ମଟି ଅଜୟ ଦେବଗନଙ୍କ ତାନାଜୀ ସହିତ ରିଲିଜ୍ ହେବ ବୋଲି ଜଣାପଡିଛି। ବିବାହ ପରେ ଏହା ଦୀପିକାଙ୍କ ପ୍ରଥମ ଫିଲ୍ମ ହୋଇଥବାରୁ ଫ୍ୟାନ୍ ମାନେ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି। ଅନ୍ୟପକ୍ଷରେ ରାଜିର ସଫଳତା ପରେ ମେଘନା ପ୍ରଥମ ଥର ପାଇଁ ଦୀପିକାଙ୍କ ସହିତ କାମ କରୁଥିବାରୁ ଏହାକୁ ନେଇ ମଧ୍ୟ ଚଳଚିତ୍ରପ୍ରେମୀ ଅଧିକ ଉତ୍ସାହ ଦେଖାଇଛନ୍ତି। ଦୀପିକାଙ୍କ ଫାଷ୍ଟଲୁକ୍କୁ ବଲିଉଡ୍ ଅଭିନେତା ବରୁଣ ଧଓ୍ବନ୍, ଜ୍ୟାକ୍ଲିନ୍ ଫର୍ଣ୍ଣାଣ୍ଡେଜ୍ ଏବଂ ଗଜରାଜ ରାଓ ପ୍ରଶଂସା କରିଛନ୍ତି।
Tag: movie
ଜୟଲଲିଥାଙ୍କ ଜୀବନୀରେ କଙ୍ଗନା ରଣାଓ୍ବତ
ନିକଟରେ ବଲିଉଡ୍ରେ ଲୋକପ୍ରିୟ ରାଜନେତାମାନଙ୍କର ଜୀବନୀ ଫିଲ୍ମ ପରଦାକୁ ଆସୁଛି। ଏହି କ୍ରମରେ ଆଉଜଣେ ଲୋକପ୍ରିୟ ରାଜନେତ୍ରୀଙ୍କ ନାମ ସାମିଲ୍ ହୋଇଛି। ସେ ହେଉଛନ୍ତି ତାମିଲ୍ନାଡୁରେ ପାଞ୍ଚ ପାଞ୍ଚ ଥର ମୁଖ୍ୟମନ୍ତ୍ରୀ ହୋଇଥିବା ସୁଶ୍ରୀ ଜୟଲଳିଥା। ବଲିଉଡ୍ ଅଭିନେତ୍ରୀ କଙ୍ଗନା ରଣାଓ୍ବତ୍ ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିଥାଙ୍କ ଜୀବନୀରେ ନଜର ଆସିବେ। ଏହି ଫିଲ୍ମର ଶୀର୍ଷକ ‘ଥାଲାଭି’ ରଖାଯାଇଛି। ଏହି ଫିଲ୍ମର ନିର୍ଦ୍ଦେଶନା ଭାର ଗ୍ରହଣ କରିଛନ୍ତି ଫିଲ୍ମ ନିର୍ମାତା ଏଏଲ୍ ବିଜୟ। ଭାରତୀୟ ରାଜନୀତିରେ ଜୟ ଲଳିଥା ହେଉଛନ୍ତି ଜଣେ ସଫଳ ରାଜନେତ୍ରୀ। ଫିଲ୍ମ ଦୁନିଆରୁ ରାଜନୀତି ଦୁନିଆରେ ନିଜର ଏକ ସ୍ବତନ୍ତ୍ର ପରିଚିତି ସୃଷ୍ଟି କରିଛନ୍ତି ଜୟ ଲଳିଥା। ତାମିଲନିବାସୀଙ୍କ ପାଇଁ ଅମ୍ମା ରୂପେ ପରିଚିତା ଜୟଲଳିଥାଙ୍କ ଜୀବନୀର ଅନେକ ଜଣା ଅଜଣା ଘଟଣା ସମୂହ ଦର୍ଶକଙ୍କ ସାମ୍ନାକୁ ଆସିବ। ଏହି ଫିଲ୍ମଟି ଉଭୟ ତାମିଲ୍ ଓ ହିନ୍ଦୀ ଭାଷାରେ ରିଲିଜ୍ ହେବ। ହିନ୍ଦୀରେ ଏହି ଫିଲ୍ମର ଶୀର୍ଷକ ‘ଜୟା’ ରହିଛି। ଏହି ଫିଲ୍ମର କାହାଣୀ ‘ବାହୁବଳୀ ଓ ’ମଣିକର୍ଣ୍ଣିକା’ର କାହାଣୀକାର ଲେଖକ କବି ବିଜେନ୍ଦ୍ର ପ୍ରସାଦ ଲେଖିଛନ୍ତି। ତେବେ ଫିଲ୍ମଟିର ରିଲିଜ୍ ସମ୍ପର୍କିତ କିଛି ସୂଚନା ମିଳିପାରିନାହିଁ।
ଅକ୍ଷୟ କୁମାର ଓ ପରିଣୀତି ଚୋପ୍ରାଙ୍କ ଅଭିନୀତ ଫିଲ୍ମ ‘କେଶରୀ’ ଆଜି ପରଦା ଉପରକୁ ଆସିଛି। ଏହି ଫିଲ୍ମର ନିର୍ଦ୍ଦେଶନା ଭାର ଗ୍ରହଣ କରିଛନ୍ତି ଅନୁରାଗ ସିହ୍ନା। ଏହି ଫିଲ୍ମକୁ କରନ୍ ଜୋହର୍ ଓ ଅରୁଣ ଭାଟିଆଙ୍କ ମିଳିତ ପ୍ରଯୋଜନା ସଂସ୍ଥା ଦ୍ବାରା ପ୍ରସ୍ତୁତ କରାଯାଇଛି। ଏହି ଫିଲ୍ମରେ ଅକ୍ଷୟ-ପରିଣୀତିଙ୍କ ବ୍ୟତୀତ ମୀର୍ ସରଓ୍ବାର୍, ବଂଶ ଭରଦ୍ବାଜ, ଜସପ୍ରିତ ସିଂ, ବିବେକ ସାଇନି ଓ ବିକ୍ରମ କୋଚର ପ୍ରମୁଖ ଅଭିନୟ କରିଛନ୍ତି। ଫିଲ୍ମଟି ସାରଗଡ଼ୀ ଯୁଦ୍ଧକୁ ନେଇ ଆଧାରିତ। ୧୦,୦୦୦ ଆଫଗାନ୍ଙ୍କ ସହ ୨୧ ଜଣ ଶିଖ୍ ସୈନିକଙ୍କ ଯୁଦ୍ଧକୁ ନେଇ ଏହି ଫିଲ୍ମର କାହାଣୀ ଗତିଶୀଳ। ପୂର୍ବରୁ ଏହି ଫିଲ୍ମକୁ ସଲମନ୍ ଖାନ୍ ପ୍ରଯୋଜନା କରିବେ ବୋଲି ଘୋଷଣା କରାଯାଇଥିଲା। କିନ୍ତୁ ଶେଷ ମୁହର୍ତ୍ତରେ ସଲମନ୍ ଏହି ଫିଲ୍ମରୁ ଓହରି ଆସିଥିଲେ। ତେବେ ଫିଲ୍ମର ଟ୍ରେଲର୍ଟିରେ ଅକ୍ଷୟଙ୍କ ଡାଇଲଗ୍ ସହ ଆକ୍ସନକୁ ଦର୍ଶକେ ବେଶ୍ ପସନ୍ଦ କରିଥିଲେ। ଏହି ଫିଲ୍ମ ଗୀତଗୁଡ଼ିକ ମଧ୍ୟ ଶ୍ରୋତାଙ୍କୁ ଆକୃଷ୍ଟ କରିପାରିଛି। ଅକ୍ଷୟଙ୍କ ଦମଦାର୍ ସଂଳାପ ସହ ଆକ୍ସନ ଏହି ଫିଲ୍ମଟି ଦର୍ଶକଙ୍କୁ ବେଶ୍ ଆକୃଷ୍ଟ କରିବ। ତେବେ ସିନେସମୀକ୍ଷକମାନେ ଏହି ଫିଲ୍ମକୁ ବହୁତ ପସନ୍ଦ କରିଛନ୍ତି। ଦେଶପ୍ରେମର ବାର୍ତ୍ତା ନେଇ ଏହି ଫିଲ୍ମଟି ହୋଲି ଅବସରରେ ସମସ୍ତଙ୍କୁ ତା’ ରଙ୍ଗରେ ରଙ୍ଗାୟିତ ତ ନିଶ୍ଚୟ କରିବ।
ଆୟନ ମୁର୍ଖାଜୀଙ୍କ ନିର୍ଦ୍ଦେଶିତ ତଥା ରଣବୀର କପୁର୍ ଓ ଆଲିଆ ଭଟ୍ଟଙ୍କ ଅଭିନୀତ ‘ବ୍ରହ୍ମାସ୍ତ୍ର’ରେ ନେଗେଟିଭ୍ ଭୂମିକାରେ ନଜର ଆସିବେ ଟେଲି କ୍ବିନ୍ ମୌନୀ ରାୟ। ତେବେ ଏହି ରୋଲ୍କୁ ନେଇ ସେ ବହୁତ ଆଶ୍ଚର୍ଯ୍ୟ ହୋଇଥିଲେ। ୩୩ ବର୍ଷୀୟା ଏହି ଅଭିନେତ୍ରୀ ଜଣକ ଅକ୍ଷୟ କୁମାରଙ୍କ ‘ଗୋଲ୍ଡ’ ଜରିଆରେ ବଲିଉଡ୍ ଏଣ୍ଟ୍ରି କରିଥିବାବେଳେ ତାଙ୍କ ହାତରେ ରହିଛି ଅନେକ ଫିଲ୍ମ। ବ୍ରହ୍ମାସ୍ତ୍ରରେ ଅଭିନୟ କରୁଥିବା ରୋଲ୍ଟି ତାଙ୍କ ପାଇଁ ବହୁତ ଚ୍ୟାଲେଞ୍ଜପୂର୍ଣ୍ଣ ରହିଛି। ନିର୍ଦ୍ଦେଶକ ଆୟନ ମୁର୍ଖାଜୀ ନାଗିନୀ୍ ଧାରାବାହିକରେ ମୌନୀଙ୍କ ଅଭିନୟ ଦେଖି ତାଙ୍କୁ ଏହି ରୋଲ୍ର ଅଫର୍ ଦେଇଥିବା ସେ କହିଛନ୍ତି। ଏହି ଫିଲ୍ମରେ ବଲିଉଡ୍ ମେଗାଷ୍ଟାର୍ ଅମିତାଭ ବଚ୍ଚନ ମଧ୍ୟ ଅଭିନୟ କରୁଛନ୍ତି। ଏହି ଫିଲ୍ମର ପ୍ରଯୋଜନା ଭାର ଗ୍ରହଣ କରିଛନ୍ତି କରନ୍ ଜୋହର୍। ଫିଲ୍ମଟି ଡିସେମ୍ବର ୨୦ରେ ପରଦାକୁ ଆସିବ। ମୌନୀ ଜନ୍ ଆବ୍ରାହମ୍ଙ୍କ ଅଭିନୀତ ‘ର – ରୋମିଓ ଆକବର ଓ୍ବାଲଟର୍’ରେ ନଜର ମଧ୍ୟ ଆସିବେ। ଏହି ଫିଲ୍ମଟି ଏପ୍ରିଲ୍ ୫ ତାରିଖରେ ରିଲିଜ୍ ହେବ। ସେହିପରି ରାଜକୁମାର ରାଓଙ୍କ ସହ ‘ମେଡ ଇନ୍ ଚାଇନା’, ନଓ୍ବାଜଉଦ୍ଦିନ ସିଦ୍ଧିକଙ୍କ ସହ ‘ବୋଲେଚୁଡିଆଁ’ରେ ମଧ୍ୟ ମୌନୀ ନଜର ଆସିବେ।
ଫିଲ୍ମି ଫ୍ରାଇଡେ’ରେ ‘ବଦ୍ଲା’
ଅମିତାଭ ବଚ୍ଚନ ଓ ତାପସୀ ପନ୍ନୁଙ୍କ ଅଭିନୀତ ‘ବଦ୍ଲା’ ଆଜି ରିଲିଜ୍ ହୋଇଛି । ସୁଜୟ ଘୋଷଙ୍କ ନିର୍ଦ୍ଦେଶିତ ଏହି କ୍ରାଇମ୍ ଥ୍ରିଲର୍ ଫିଲ୍ମର ପ୍ରଯୋଜନା ଭାର ଗ୍ରହଣ କରିଛନ୍ତି ରେଡ୍ ଚିଲିଜ୍ ଏଣ୍ଟରଟେନ୍ମେଣ୍ଟ ଓ ଅଜ୍ୟୁର୍ ଏଣ୍ଟରଟେନମେଣ୍ଟ । ୨୦୧୭ର ସ୍ପାନିଶ୍ ଫିଲ୍ମ ‘ଦ ଇନ୍ଭିଜିବଲ୍ ଗେଷ୍ଟ୍’ ର ଏହା ହେଉଛି ହିନ୍ଦୀ ରିମେକ୍ । ଏହି ଫିଲ୍ମରେ ଅମିତାଭ- ତାପସୀଙ୍କ ବ୍ୟତୀତ ଅମ୍ରିତା ସିଂ, ଟୋନି ଲ୍ୟୁକ୍, ମାନବ କୌଲ୍ ପ୍ରମୁଖ ଅଭିନୟ କରୁଛନ୍ତି । ସୁଜୟ ଘୋଷ ଏହି ଫିଲ୍ମରେ ପ୍ରଥମରୁ ଅମିତାଭଙ୍କ ସହ ବିଦ୍ୟା ବଲାନ୍ଙ୍କୁ ନେବାକୁ ଚାହିଁଥିଲେ । ତେବେ ଏହି ଫିଲ୍ମରେ ତାପସୀ ଓ ଅମିତାଭଙ୍କ ଅଭିନୟ ବେଶ୍ ଜୀବନ୍ତ ରହିଛି । ଏହି ଫିଲ୍ମରେ ଅମିତାଭଙ୍କ ଏକ ରାପ୍ ସଙ୍ଗ ରହିଛି । ପୂର୍ବରୁ ଅମିତାଭ-ତାପସୀଙ୍କ ଅଭିନୀତ ‘ପିଙ୍କ୍’ ବେଶ୍ ସଫଳ ରହିଥିଲା । ଏହି ଫିଲ୍ମଟି ଜାତୀୟ ପୁରସ୍କାର ମଧ୍ୟ ପାଇଥିଲା । ‘ବଦ୍ଲା’ ଫିଲ୍ମର ଟ୍ରେଲର୍ଟି ମଧ୍ୟ ବେଶ୍ ଲୋକପ୍ରିୟ ରହିଥିଲା । ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଏହି ଫିଲ୍ମଟିକୁ ନେଇ ଦର୍ଶକେ ସମେତ ସମୀକ୍ଷକମାନେ ବେଶ୍ ଉତ୍ସାହିତ ରହିଛନ୍ତି ।
ଅଭିଶେକ ବର୍ମନ୍ଙ୍କ ବହୁ ପ୍ରତୀକ୍ଷିତ ପିରିୟଡ୍ ଡ୍ରାମା ‘କଲଙ୍କ୍’ ପରଦା ଉପରକୁ ଆସିବାର ରହିଛି । ଏହି ଫିଲ୍ମରେ ବରୁଣ ଧାଓ୍ବନ୍, ଆଲିଆ ଭଟ୍ଟ, ସଂଜୟ ଦତ୍ତ, ମାଧୁରୀ ଦୀକ୍ଷିତ, ସୋନାକ୍ଷୀ ସିହ୍ନା, ଆଦିତ୍ୟ ରୟ କପୁର୍ ପ୍ରମୁଖ ଅଭିନୟ କରୁଛନ୍ତି । ଏହାର ପ୍ରଯୋଜନା ଭାର ଗ୍ରହଣ କରିଛନ୍ତି କରନ୍ ଜୋହର । କରନ୍ ଜୋହର୍ ଏହି ଫିଲ୍ମର ଫାଷ୍ଟ ଲୁକ୍କୁ ସେୟାର କରି ଏକ ଇମୋସନାଲ୍ ବାର୍ତ୍ତା ଲେଖିଛନ୍ତି । ‘୧୫ ବର୍ଷ ପୂର୍ବେ ଏହି ଫିଲ୍ମର ପରିକଳ୍ପନା ପ୍ରଥମେ ମୋ’ ହୃଦୟ ଓ ମସ୍ତିଷ୍କକୁ ଆସିଥିଲା । …. ଏଇଟା ଏମିତି ଏକ ଫିଲ୍ମ ଯାହାକୁ ମୁଁ ପୂରା ଜୋଶ୍ ସହ ବିଶ୍ବାସ କରେ…. ଏହି ଫିଲ୍ମ ପାଇଁ ମୋ’ ପିତା ଯିବା ପୂର୍ବରୁ ପ୍ରଥମେ କାମ କରିଥିଲେ…… ଏହି ଫିଲ୍ମକୁ ଦେଖିବା ମୋ’ ବାପାଙ୍କର ସ୍ବପ୍ନ ଥିଲା…. ମୁଁ ତାଙ୍କ ସ୍ବପ୍ନକୁ ପୂରା କରିପାରିଲି ନାହିଁ….ମୋ’ ଆତ୍ମାକୁ ଆଘାତ ଲାଗିଥିଲା…. କିନ୍ତୁ ଆଜି ସେହି ଇଚ୍ଛା ଏହି ସମ୍ପର୍କ ମଧ୍ୟରେ ଯେପରି କର୍ପୂର ବାସ ପରି ରହିଛି । ଅଶାନ୍ତ ସମ୍ପର୍କ ଓ ଅନନ୍ତ କାହାଣୀ । ପ୍ରେମକୁ ଏକ ଆଓ୍ବାଜ୍ ମିଳିଛି.… ଫିଲ୍ମ ଅଭିଷେକ ବର୍ମନ୍ଙ୍କ ଦ୍ବାରା ପ୍ରସ୍ତୁତ, ପରିକଳ୍ପିତ ତଥା ପ୍ରସ୍ଫୁଟିତ ହୋଇଛି….. ଫିଲ୍ମ କଲଙ୍କ୍ । ୪୦ ଦଶର ସେଟ୍ରେ ଅଛି, କିନ୍ତୁ ଏଇଟା ହୃଦୟରେ ରହିଛି.… ଯାତ୍ରା ଆରମ୍ଭ ହୋଇଛି… ଉତ୍ସାହିତ ରହିଛି…. ଏଇ ବିଷୟରେ ଚିନ୍ତା କରି ତଥା ଭାବି….. ମୋତେ ଆଶା ଅଛି ଆପଣମାନେ ଆମର ପ୍ରେମକୁ ଯୋଡ଼ିବା ପାଇଁ ଆମ ମାର୍ଗରେ ସାମିଲ୍ ହେବେ ।’ ବରୁଣ୍ ଓ ଆଲିୟାଙ୍ ଯୋଡ଼ିଙ୍କ ଏହା ହେଉଛି ଚତୁର୍ଥ ଫିଲ୍ମ । ଦୁଇ ଶତାବ୍ଦୀର ପରେ ପୁଣି ଥରେ ହିଟ୍ ଯୋଡ଼ି ମାଧୁରୀ-ସଞ୍ଜୟଙ୍କୁ ପରଦା ଉପରେ କରନ୍ ଏହି ଫିଲ୍ମ ଜରିଆରେ ପ୍ରବେଶ କରାଇଛନ୍ତି । ୧୫ ବର୍ଷ ପୂର୍ବେ ଏହି ଫିଲ୍ମ ପାଇଁ ଚିନ୍ତା କରିଥିବା କରନ୍ ଏହି ଫିଲ୍ମର ରୂପରେଖକୁ ନେଇ ବେଶ୍ ଉତ୍ସାହିତ ରହିଛନ୍ତି । ଫିଲ୍ମଟି ଏପ୍ରିଲ୍ ୧୯ରେ ପରଦା ଉପରକୁ ଆସିବ ।
ବିଦ୍ୟୁତ୍ ଜାମଓ୍ବାଲଙ୍କ ଅଭିନୀତ ଚଳଚ୍ଚିତ୍ର ‘ଜଙ୍ଗ୍ଲୀର’ ଟ୍ରେଲର୍’ ଆଜି ରିଲିଜ୍ ହୋଇଛି । ପୂର୍ବରୁ ଚଳଚ୍ଚିତ୍ରର ପୋଷ୍ଟର ରିଲିଜ୍ ହୋଇଥିଲା । ହଲିଉଡ୍ର ପ୍ରସିଦ୍ଧ ନିର୍ଦ୍ଦେଶକ ଚକ୍ ରସେଲ୍ ଏହାର ନିର୍ଦ୍ଦେଶନା ଭାର ବହନ କରୁଥିବାବେଳେ ଭିନୀତ୍ ଜୈନ୍ ଏହାର ପ୍ରଯୋଜନା ଦାୟିତ୍ବ ସମ୍ଭାଳିଛନ୍ତି । ଏଥିରେ ବିଦ୍ୟୁତ୍ଙ୍କ ବ୍ୟତୀତ ପୂଜା ସାଓ୍ବନ୍ତ ଓ ଆଶା ଭଟ୍ଟ, ଅତୁଲ୍ କୁଲ୍କର୍ଣ୍ଣୀ ମଧ୍ୟ ଅଭିନୟ କରୁଛନ୍ତି । ଏହି ଫିଲ୍ମଟି ଏପ୍ରିଲ୍ ୫ରେ ମୁକ୍ତିଲାଭ କରିବ । ଫିଲ୍ମରେ ହାତୀ ଓ ମଣିଷର ବନ୍ଧୁତା ସହ ଜଙ୍ଗଲୀ ଜନ୍ତୁଙ୍କ ସହ ବନ୍ଧୁତ୍ବପୂର୍ଣ୍ଣ ସମ୍ପର୍କକୁ ମଧ୍ୟ ଦେଖାଯାଇଛି । ଏହି ଟ୍ରେଲର୍ରେ ବିଦ୍ୟୁତ୍ଙ୍କ ଏକ ଡାଇଲଗ୍ ‘ହମାରୀ ଦୋସ୍ତି ମେ କୋଇ ରୁଲ୍ ନହିଁ, ଔର ଏସି ଦୋସ୍ତି ଶିଖାନେ ବାଲେ କୋଇ ସ୍କୁଲ୍ ନହିଁ’ ବହୁତ ପ୍ରଭାବଶାଳୀ ରହିଛି । ଫିଲ୍ମର ଟ୍ରେଲର୍ରେ ପ୍ରାକୃତିକ ଦୃଶ୍ୟରାଜିର ଅନନ୍ୟ ସୌନ୍ଦର୍ଯ୍ୟ ଦେଖିବାକୁ ମିଳିଛି । ଫିଲ୍ମରେ ଟ୍ରେଲର୍ରେ ଆକ୍ସନ ସହ ଇମୋସନାଲ୍ ମଧ୍ୟ ଦେଖିବାକୁ ମିଳିଛି ।