Categories
ଜାତୀୟ ଖବର ବିଶେଷ ଖବର

ଆସିଲା ମଧ୍ୟପ୍ରଦେଶ ଉପନିର୍ବାଚନର ଏକଜିଟ ପୁଲ୍ ଫଳାଫଳ, ବିଜେପି ସରକାରଙ୍କୁ ମିଳିବ ଅସ୍ବସ୍ଥି

ନୂଆଦିଲ୍ଲୀ, ବିହାର ନିର୍ବାଚନ ସହିତ ମଧ୍ୟପ୍ରଦେଶ ଉପନିର୍ବାଚନ ଏକଜିଟ ପୋଲ ଫଳାଫଳ ମଧ୍ୟ ଆସିଛି। ବିହାରରେ ବିଜେପିକୁ ନିରାଶ କରିଥିବା ବେଳେ ମଧ୍ୟପ୍ରଦେଶରେ ମିଳୁଛି ଅସ୍ବସ୍ଥି। ବିଭିନ୍ନ ଏକଜିଟ ପୋଲି ଆକଳନ ଅନୁସାରେ ମଧ୍ୟପ୍ରଦେଶରେ ବିଜେପି ସରକାରଙ୍କୁ ବହୁମତ ମିଳିବାରେ କୌଣସି ଅସୁବିଧା ହେବ ନାହିଁ।

ମଧ୍ୟପ୍ରଦେଶରେ ମୋଟ 28ଟି ଆସନରେ ଉପନିର୍ବାଚନ ହେଉଥିଲା। ଇଣ୍ଡିଆ ଟୁଡେ ଆକ୍ସିସ ମାଇଁ ଇଣ୍ଡିଆ ସର୍ଭେ ଅନୁସାରେ ମଧ୍ୟପ୍ରଦେଶରେ ଏଥିରେ ବିଜେପିକୁ 16 ରୁ 18 ଆସନ ଏବଂ କଂଗ୍ରେସକୁ 10 ରୁ 12 ଆସନ ମିଳିବ। ତେବେ ଏହି ସର୍ଭେ ମଧ୍ୟ କହୁଛି ଯେ ଏହି ଉପନିର୍ବାଚନରେ ଗୋଟିଏ ଆସନ ବିଏସପିକୁ ମିଳିବାର ସମ୍ଭାବନା ରହିଛି।

ମଧ୍ୟ ପ୍ରଦେଶର ବିଧାନସଭାରୁ 25 ଜଣ କଂଗ୍ରେସ ବିଧାୟକ ଇସ୍ତଫା ଦେଇ ବିଜେପିରେ ମିଶିବା ପରେ ସେଠାରେ ଉପନିର୍ବାଚନ ହେଉଛି। ସେହି 25ଟି ଆସନ ସହିତ ଆଉ ତିନିଜଣ ବିଧାୟକ ମୃତ୍ୟୁବରଣ କରିଥିଲେ। ଫଳରେ ମୋଟ 28ଟି ଆସନରେ ଏହି ଉପନିର୍ବାଚନ ହୋଇଛି। କଂଗ୍ରେସ ବିଧାୟକମାନେ ଇସ୍ତଫା ଦେବା ପରେ ସେଠାକାର ରାଜନୈତିକ ସ୍ଥିତିରେ ପରିବର୍ତ୍ତନ ହୋଇ, କମଳନାଥଙ୍କ ମୁଖ୍ୟମନ୍ତ୍ରୀତ୍ବ ପଦବୀ ଚାଲିଗଲା। ଶିବରାଜ ସିଂ ଚୌହାନଙ୍କ ମୁଖ୍ୟମନ୍ତ୍ରୀତ୍ବରେ ବର୍ତ୍ତମାନ ସେଠାରେ ବିଜେପି ଶାସନ ଚାଲିଛି।

ବିଧାନସଭା ଆସନ ଗଣିତ ହିସାବରେ ସେଠାରେ ମୋଟ 230 ଆସନ ମଧ୍ୟରୁ ବର୍ତ୍ତମାନ ବିଜେପି ହାତରେ 107 ଅଛି। ମ୍ୟାଜିକ ନମ୍ବର ହାସଲ କରିବାକୁ ବିଜେପିକୁ ଆଉ 8ଟି ଆସନର ଆବଶ୍ୟକତା ରହିଛି। ବର୍ତ୍ତମାନର ଆକଳନ ହିସାବରେ ବିଜେପି ଏହି ମ୍ୟାଜିକ ନମ୍ବର ପାର କରିବ।