Categories
ଆଜିର ଖବର ଜାତୀୟ ଖବର

ଏଲ୍‌ଟିଟି ଏକ୍ସପ୍ରେସ୍‌ ଲାଇନଚ୍ୟୁତ ଘଟଣା : ବଦଳିଲା 5 ଟ୍ରେନ୍‌ର ଗତିପଥ, ବସ୍‌ ଜରିଆରେ ଯାତ୍ରୀଙ୍କୁ ସ୍ଥାନାନ୍ତର

ସମୀକ୍ଷା ବ୍ୟୁରୋ
କଟକ : ମୁମ୍ବାଇରୁ ଭୁବନେଶ୍ବର ଆସୁଥିବା ଲୋକମାନ୍ୟ ତିଲକ ଟର୍ମିନସ୍‌(ଏଲ୍‌ଟିଟି)ର 7ଟି ବଗି ଲାଇନଚ୍ୟୁତ ହୋଇଛି । ଗୁରୁବାର ସକାଳୁ କଟକ ନିକଟସ୍ଥ ନେରଗୁଣ୍ଡି ରେଳ ଷ୍ଟେସନ୍‌ରେ ଟ୍ରେନ୍‌ର 7ଟି ବଗି ଲାଇନଚ୍ୟୁତ ହେବା ଫଳରେ ଯାତ୍ରୀମାନଙ୍କୁ ବସ୍‌ ଯୋଗେ ସ୍ଥାନାନ୍ତର କରାଯାଇଛି । ଏହି ଘଟଣାରେ ଟ୍ରେନ୍‌ଟି ଅଟକି ରହିଥିବାରୁ ପୂର୍ବତଟ ରେଳବାଇ ପକ୍ଷରୁ 5ଟି ଟ୍ରେନ୍‌ର ଗତିପଥ ପରିବର୍ତ୍ତନ କରାଯାଇଛି । ଭାରତୀୟ ରେଳବାଇ ପକ୍ଷରୁ ଦୁର୍ଘଟଣାରେ ଆହତଙ୍କୁ ସହାୟତା ପ୍ରଦାନ କରାଯିବା ନେଇ ଘୋଷଣା କରାଯାଇଛି । ଆହତ ମାନଙ୍କୁ କଟକ ଏବଂ ଭୁବନେଶ୍ବରର ବିଭିନ୍ନ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଉଛି । ସମୁଦାୟ 11 ଜଣ ଆମହତ ହୋଇଥିବା ବେଳେ 5 ଜଣଙ୍କ ଅବସ୍ଥା ଗୁରୁତର ରହିଛି । 8 ଜଣ ଆହତଙ୍କୁ ପ୍ରାଥମିକ ଚିକିତ୍ସା ପ୍ରଦାନ କରାଯାଇଛି । ଦୁର୍ଘଟଣାର କାରଣ ଅସ୍ପଷ୍ଟ ରହିଥିବା ବେଳେ ରେଳବାଇ ପକ୍ଷରୁ ଏକ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ଦୁର୍ଘଟଣା ସମ୍ପର୍କରେ ସବିଶେଷ ସୂଚନା ପାଇଁ 5ଟି ହେଲ୍ପଲାଇନ୍‌ ନମ୍ବର ଜାରି କରାଯାଇଛି । କଟକ: 0671-1072, ଖୋର୍ଦ୍ଧାରୋଡ :0674-1072, ଭୁବନେଶ୍ବର/ମୁଖ୍ୟାଳୟ :18003457401/402, ଭୁବନେଶ୍ବର ଷ୍ଟେସନ୍‌ : 0674/1072 ଏବଂ ପୁରୀ 06752-1072 ପାଇଁ ପୂର୍ବତଟ ରେଳବାଇ ପକ୍ଷରୁ ହେଲ୍ପଲାଇନ୍‌ ନମ୍ବର ଜାରି କରାଯାଇଛି ।