Categories
ଆଜିର ଖବର

ଅକ୍ଷୟଙ୍କ ସହିତ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ମୋଦି

ଦେଶର ଅଧିକାଂଶ ଲୋକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାଜନୈତିକ ଜୀବନ ବିଷୟରେ ଜାଣିଛନ୍ତି ମାତ୍ର ତାଙ୍କର ରାଜନୈତିକ ଜୀବନ କେମିତି ଆରମ୍ଭ ହେଲା ଓ ସେ ମୁଖ୍ୟମନ୍ତ୍ରୀରୁ ପ୍ରଧାନମନ୍ତ୍ରୀ କେମିତି ହେଲେ ଇତ୍ୟାଦି ସମ୍ପର୍କରେ ବଲିଉଡ୍‌ ସୁପରଷ୍ଟାର ଅକ୍ଷୟ କୁମାରଙ୍କ ସହିତ ମୋଦି ଆଲୋଚନା କରିଥିଲେ। ସାକ୍ଷାତକାର ବେଳେ ମୋଦୀ କହିଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କୁ ପ୍ରତିବର୍ଷ କିଛି ଉପହାର ପଠାନ୍ତି। ମୋଦି କହିଛନ୍ତି ନିର୍ବାଚନ ସମୟରେ ଏହା କହିବା ଅନୁଚିତ୍‌ ମାତ୍ର ଦିଦି ତାଙ୍କ ପାଇଁ ପ୍ରତିବର୍ଷ ଦୁଇରୁ ତିନୋଟି କୁର୍ତ୍ତା ପଠାଇଥାନ୍ତି। ପ୍ରଥମରୁ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍‌ ହସିନା ବର୍ଷରେ ଦୁଇ ରୁ ତିନି ପ୍ରକାରର ମିଠା ପଠାଉଥିଲେ ଏହା ଜାଣିବା ପରେ ମମତା ମୋତେ ମିଠା ପଠାଇ ପାରନ୍ତି ବୋଲି ମୋଦି କହିଥିଲେ। ବୁଧବାର ଅକ୍ଷୟ କୁମାରଙ୍କ ସହିତ ମୋଦିଙ୍କ ସାକ୍ଷାତକାର ପ୍ରସାରଣ ହୋଇଥିଲା। ସୂଚନାଯୋଗ୍ୟ ଯେ, ଏହି ସାକ୍ଷାତକାରର ଗୋଟିଏ ଦିନ ପୂର୍ବରୁ ମୋଦି ମମତାଙ୍କୁ କଡା ସମାଲୋଚନା କରିଥିଲେ। ମୋଦି ମମତାଙ୍କୁ ସମାଲୋଚନା କରି କହିଥିଲେ ପ୍ରଧାନମନ୍ତ୍ରୀ ପଦବୀ ପାଇଁ ଆାଶା ରଖିଥିବା ମମତା ମାତ୍ର କିଛି ଆସନରେ ପ୍ରତିଦ୍ବନ୍ଦିତା କରୁଛନ୍ତି ଯାହାକି ହାସ୍ୟାସ୍ପଦ। ପ୍ରଧାନମନ୍ତ୍ରୀ ପଦବୀ କୌଣସି ନିଲାମୀରେ ମିଳିନଥାଏ ଯାହାକୁ ଆପଣ ଶାରଦା ଏବଂ ନାରଦା ଦୁର୍ନୀତି ଅର୍ଥରେ କିଣି ପାରିବେ, ଏଥି ପାଇଁ ୧୩୦ କୋଟି ଦେଶବାସୀଙ୍କ ଭଲପାଇବା ଆବଶ୍ୟକ ବୋଲି କହିଥିଲେ ମୋଦି। ସେହିପରି ବିପକ୍ଷ ନେତାଙ୍କ ସହିତ ତାଙ୍କ ସମ୍ପର୍କ ଉପରେ ମୋଦି କହିଥିଲେ କି, ସମସ୍ତଙ୍କ ସହିତ ଉତ୍ତମ ସମ୍ପର୍କ ଏବଂ ବନ୍ଧୁତା ରହିଛି ଏବଂ ବେଳେ ବେଳେ ଏକତ୍ର ଭୋଜନ ମଧ୍ୟ କରିଥାଉ। ସେହିପରି ମୁଖ୍ୟମନ୍ତ୍ରୀ ଥିବା ସମୟରେ ଘୁଲାମ ନବୀ ଆଜାଦଙ୍କ ସହିତ ଏକତ୍ର ବହୁତ ଥର ଚା ପିଇଥିବା ସମ୍ପର୍କରେ ଏହି ସାକ୍ଷାତକାରରେ ଉଲ୍ଲେଖ କରିଥିଲେ ମୋଦି। ସେହିପରି ରାଗ ଆସିଥାଏ କି ନାହିଁ ବୋଲି ଅକ୍ଷୟଙ୍କ ଏକ ପ୍ରଶ୍ନର ଉତ୍ତରରେ ମୋଦି କହିଥିଲେ ଯଦି ମୁଁ କହିବି ରାଗେ ନାହିଁ ତାହା ହେଲେ ବିଶ୍ୱାସ ହେବ ନାହିଁ। ସର୍ବଦା ଅନୁଶାସନରେ ରୁହେ, ଅନ୍ୟକୁ ନିଚା ଦେଖାଇ କାମ କରେ ନାହିଁ। ସମସ୍ତଙ୍କୁ ପ୍ରେରଣା ଦେଇକି କାମ କରାଇଥାଏ। ଭଲ ଜିନିଷରୁ ନକରାତ୍ମକ ଭାବନାକୁ ଦୂରେଇବା ପାଇଁ ଶିଖିଲି। ମନେ ମନେ ରାଗେ, କିନ୍ତୁ ବାହାରକୁ ପ୍ରକାଶ କରେ ନାହିଁ ବୋଲି କହିଥିଲେ ମୋଦି।