Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ନେତାଜୀ ଏବଂ ସୁରେନ୍ଦ୍ର ସାଏଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳନ, ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

ଭୁବନେଶ୍ୱର: ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ମହାନ ବିପ୍ଲବୀ ବୀର ସୁରେନ୍ଦ୍ର ସାଏଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳନ ଅବସରରେ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଭୁବନେଶ୍ୱରସ୍ଥିତ ରସୁଲଗଡ଼ ଛକରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ଭିଏସଏସ ନଗରସ୍ଥିତ ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଛି।

ଉକ୍ତ କାର୍ଯ୍ୟକ୍ରମରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ନିର୍ଦ୍ଦେଶକ ଶ୍ରୀ ସରୋଜ କୁମାର ସାମଲ, ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ସନ୍ତୋଷ କୁମାର ଦାସ ପ୍ରମୁଖ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ବିପ୍ଲବୀ ମାନଙ୍କ ସ୍ମୃତି ଚାରଣ କରିଥିଲେ।

ଏହି ଅବସରରେ ସୂଚନା ଓ ଲୋକ ସମ୍ପର୍କ ବିଭାଗର ସୂଚନା ଅଧିକାରୀ ପ୍ରମୋଦିନୀ ଟେଟେ, ସୁଶ୍ରୀ ସଂଗୀତା ମହାରଣା,ଓଡିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସ୍ୱତନ୍ତ୍ର କର୍ତ୍ତବ୍ୟରତ ଅଧିକାରୀ ଶ୍ରୀ ଲଷ୍ମୀଧର ବେହେରା, ବୁଦ୍ଧିଜୀବୀ, ସମାଜସେବୀ, ବିଭିନ୍ନ ଛାତ୍ର ସଂଗଠନର ପ୍ରତିନିଧି ଓ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ।

Categories
NetajiJayanthi ଆଜିର ଖବର ଜାତୀୟ ଖବର

ନେତାଜୀଙ୍କ ଜନ୍ମଦିବସରେ ପ୍ରଧାନମନ୍ତ୍ରୀ ପ୍ରଦାନ କରିବେ ବିପଦ ବନ୍ଧୁ ପୁରସ୍କାର

ନୂଆଦିଲ୍ଲୀ: ଆସନ୍ତାକାଲି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମ ଦିବସ। ଏହି ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ବିଭିନ୍ନ କାର୍ଯ୍ୟକ୍ରମ ରହିଛି। ସେ କାଲି ଇଣ୍ଡିଆଗେଟରେ ନେତାଜୀ ସୁଭାଷଚନ୍ଦ୍ର ବୋଷଙ୍କ ହେଲୋଗ୍ରାମ ପ୍ରତିମୂର୍ତ୍ତି ଉନମୋଚିତ କରିବେ। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ 2019, 2020, 2021 ଏବଂ 2022 ବର୍ଷ ପାଇଁ ସୁଭାଷ ଚନ୍ଦ୍ର ବୋଷ ବିପଦ ବନ୍ଧୁ ପୁରସ୍କରଙ୍କୁ ମଧ୍ୟ ପ୍ରଦାନ କରିବେ। ସମାରୋହରେ ମୋଟ ସାତଜଣଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ।

ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଭାରତର ବ୍ୟକ୍ତିବିଶେଷ ତଥା ସଂଗଠନ ଦ୍ୱାରା ଦିଆଯାଇ ଥିବା ଅମୂଲ୍ୟ ଅବଦାନ ତଥା ନିଃସ୍ୱାର୍ଥପର ସେବାକୁ ସ୍ୱୀକୃତି ତଥା ସମ୍ମାନିତ କରିବାକୁ କେନ୍ଦ୍ର ସରକାର ସୁଭାଷ ଚନ୍ଦ୍ର ବୋଷ ଆପଦ ପ୍ରାବନ୍ଧନ ପୁରସ୍କର ପ୍ରଚଳନ କରିଛନ୍ତି। ପ୍ରତିବର୍ଷ 23 ଜାନୁଆରୀରେ ଏହି ପୁରସ୍କାର ଘୋଷଣା କରାଯାଏ। ଅନୁଷ୍ଠାନ ହେଲେ ଏହି ପୁରସ୍କାର ଆକାରରେ 51 ଲକ୍ଷ ଟଙ୍କା ନଗଦ ଏବଂ ପ୍ରମାଣପତ୍ର ପ୍ରଦାନ କରାଯିବ। ସେହିପରି ବ୍ୟକ୍ତିବିଶେଷଙ୍କୁ 5 ଲକ୍ଷ ଟଙ୍କା ଏବଂ ଏକ ସାର୍ଟିଫିକେଟ୍ ଦିଆଯିବ।

ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଉପଯୁକ୍ତ ଢଙ୍ଗରେ ସମ୍ମାନିତ କରିବା ପ୍ରଧାନମନ୍ତ୍ରୀଙ୍କ ନିରନ୍ତର ପ୍ରୟାସ। ଏହି ପ୍ରୟାସର ଏକ ବିଶେଷ ଧ୍ୟାନ କିମ୍ବଦନ୍ତୀ ସ୍ୱାଧୀନତା ସଂଗ୍ରାମୀ ତଥା ଦୂରଦୃଷ୍ଟିସମ୍ପନ୍ନ ନେତା ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଉପରେ ରହିଛି। ପ୍ରତିବର୍ଷ ତାଙ୍କ ଜନ୍ମ ବାର୍ଷିକୀକୁ ପରାକ୍ରାମ ଦିବସ ଭାବରେ ପାଳନ କରାଯିବ ବୋଲି ଘୋଷଣା ସହିତ ଏହି ପରିପ୍ରେକ୍ଷୀରେ ଅନେକ ପଦକ୍ଷେପ ନିଆଯାଇଛି। ସେହିପରି ଚଳିତ ବର୍ଷ 23 ଜାନୁୟାରୀ ଠାରୁ ରିପବ୍ଲିକ୍ ଡେ ଉତ୍ସବ ଦିନ ଆରମ୍ଭ ହେବ ବୋଲି ଘୋଷଣା କରାଯାଇଛି।

Categories
NetajiJayanthi ଜାତୀୟ ଖବର ବିଶେଷ ଖବର

ଇଣ୍ଡିଆ ଗେଟରେ କିଛିଦିନ ପାଇଁ ଝଲସିବ ନେତାଜୀଙ୍କ ହେଲୋଗ୍ରାମ ମୂର୍ତ୍ତି, ଜାଣନ୍ତୁ ଏହା କଣ

ନୂଆଦିଲ୍ଲୀ: ମହାନ ସ୍ୱାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ 125 ତମ ଜନ୍ମ ବାର୍ଷିକୀକୁ ସ୍ମରଣୀୟ କରିବା ପାଇଁ ନୂଆଦିଲ୍ଲୀର ଇଣ୍ଡିଆ ଗେଟରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଏକ ପ୍ରତିମୂର୍ତ୍ତି ସ୍ଥାପନ କରାଯିବ। ଏ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୁଇଟ କରି ସୂଚନା ଦେଇଛନ୍ତି।

ଏହି ପ୍ରତିମୂର୍ତ୍ତି ଗ୍ରାନାଇଟ ପଥରରେ ନିର୍ମିତ ହେବ। ଏହି ପ୍ରତିମୂର୍ତ୍ତି ଦେଶର ସ୍ୱାଧୀନତା ସଂଗ୍ରାମରେ ନେତାଜୀଙ୍କ ଅପାର ଅବଦାନ ପାଇଁ ଏକ ଉପଯୁକ୍ତ ଶ୍ରଦ୍ଧାଞ୍ଜଳି ହେବ ଏବଂ ତାଙ୍କ ପ୍ରତି ଦେଶର ଶ୍ରେଷ୍ଠ ସମ୍ମାନର ପ୍ରତୀକ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ଏହି ପ୍ରତିମୂର୍ତ୍ତିର କାର୍ଯ୍ୟ ସମାପ୍ତ ନହେବା ପର୍ଯ୍ୟନ୍ତ, ନେତାଜୀଙ୍କ ଏକ ହୋଲଗ୍ରାମ ପ୍ରତିମୂର୍ତ୍ତି ସମାନ ସ୍ଥାନରେ ସ୍ଥାପିତ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 23 ଜାନୁୟାରୀ ସଂଧ୍ୟା 6 ଟା ସମୟରେ ଇଣ୍ଡିଆ ଗେଟରେ ନେତାଜୀଙ୍କ ହୋଲଗ୍ରାମ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିବେ।

ଏହି ହୋଲଗ୍ରାମ ପ୍ରତିମୂର୍ତ୍ତି ହେଉଛି ଏପରି ଏକ ପ୍ରତିଛବି ଯାହା ଭିଡିଓ ଆଧାରିତ ହେବ। ହେଲେ ଦୂରରୁ ଏହା ପ୍ରସ୍ଥର ପ୍ରତିମୂର୍ତ୍ତି ପରି ଦେଖାଯିବ। ହୋଲଗ୍ରାମ ପ୍ରତିମୂର୍ତ୍ତିକୁ 30 ହଜାର ଲ୍ୟୁମେନ 4K ପ୍ରୋଜେକ୍ଟର ଦ୍ୱାରା ଚାଳିତ କରାଯିବ। ଏକ ଅଦୃଶ୍ୟ, ହାଇଗେନ୍, 90 ପ୍ରତିଶତ ସ୍ୱଚ୍ଛ ହୋଲୋଗ୍ରାଫିକ୍ ସ୍କ୍ରିନ୍ ଏପରି ଭାବରେ ନିର୍ମାଣ କରାଯାଇଛି ଯାହା ଦ୍ବାରା ଏହା ପରିଦର୍ଶକମାନେ ସତ ମୂର୍ତ୍ତି ବୋଲି ଅନୁଭବ କରିବେ।

ଏହି ହୋଲଗ୍ରାମର ପ୍ରଭାବ ସୃଷ୍ଟି କରିବା ପାଇଁ ନେତାଜୀଙ୍କର 3D ପ୍ରତିଛବି ଏହା ଉପରେ ପ୍ରୋଜେକ୍ଟ ହେବ। ହୋଲଗ୍ରାମ ମୂର୍ତ୍ତିର ଆକାର 28 ଫୁଟ ଉଚ୍ଚତା ଏବଂ 6 ଫୁଟ ପ୍ରସସ୍ଥ ହୋଇଛି।

Categories
NetajiJayanthi ଜାତୀୟ ଖବର ବିଶେଷ ଖବର

ନେତାଜୀ ସୁଭାଷ ଚନ୍ଦ୍ର ବୋଷ ; ଭାରତୀୟ ରାଜନୀତି ଓ ଜନଜୀବନର ଅନନ୍ୟ ମହାନାୟକ

ଜ୍ୟୋତି ରଞ୍ଜନ ମହାପାତ୍ର

ସ୍ୱାଧୀନତା ସଂଗ୍ରାମ କାଳରେ ଆମରି ଜାତୀୟକବି ବୀରକିଶୋର ଦାସ ଲେଖିଥିଲେ “ଧଳା ବଦଳରେ କଳା ହେଲେ ଜୋକ, କଟିବ କି କୋଟି ଜନତାଙ୍କ ଦୁଃଖ-ଚାଷୀ ମୂଲିଆଙ୍କ ଖପୁରୀକୁ ଚିରି, ଦିଲ୍ଲୀ ଦରବାର ଗଢ଼ିବା କି?’ ଉକ୍ରଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଲେଖିଥିଲେ, “ମିଶୁ ମୋର ଦେହ ଏ ଦେଶ ମାଟିରେ, ଦେଶବାସୀ ଚାଲିଯାଆନ୍ତୁ ପିଠିରେ’ । ନେତାଜୀ ସୁବାଷ ଚନ୍ଦ୍ର ବୋଷ ଆହ୍ୱାନ ଦେଇଥିଲେ, “ତୁମେ ମୋତେ ରକ୍ତ ଦିଅ, ମୁଁ ତୁମକୁ ସ୍ୱାଧୀନତା ଦେବି’ ।

ସେହି ଡାକରା  ଗୁଡ଼ିକ ଆଜିର ଦିନରେ କ୍ରମାନ୍ୱୟରେ ପରିବର୍ତ୍ତିତ ହୋଇଯାଇଛି ‘(୧) ଧଳା ବଦଳରେ କଳା ହେଲେ ଜୋକ, କଟିଲାଣି କୋଟି ଜନତାଙ୍କ ଦୁଃଖ, ଚାଷୀମୂଲିଆଙ୍କ ଖପୁରିକୁ ଚିରି, ଦିଲ୍ଲୀ ଦରବାର ଗଢ଼ିଲେଟି’, (୨) ମିଶୁ ଦେଶ ପାଣ୍ଠି ମୋ ନିଜ ପାଣ୍ଠିରେ, ଚାଲିଯାଏ ମୁଁ ଦେଶବାସୀଙ୍କ ପିଠିରେ’ ଓ (୩) “ମୋତେ ତୁମ ରକ୍ତ ଦିଅ, ମୁଁ ତୁମକୁ ଶାସନ ଶୋଷଣ କରିବି’ ।

ଏହିଭଳି ଏକ କିମ୍ଭୂତକିମାକାର ପରିସ୍ଥିତିରେ ନେତାଜୀଙ୍କ ପ୍ରଦର୍ଶିତ ସମାଜବାଦ, ଭାଇଚାରା, ସର୍ବଧର୍ମ ସମନ୍ୱୟତା, ଧନୀ ଓ ଦରିଦ୍ରଙ୍କ ଭିତରେ ବିଶେଷ ତାରତମ୍ୟ ନ ରହିବା, ମହିଳା ସଶକ୍ତିକରଣ ଇତ୍ୟାଦି ଅନେକ ତତ୍ତ୍ୱ ଆଜି ସମାଧି ଲଭିବାକୁ ବସିଲାଣି । ଏ ସବୁର ପ୍ରତିଷ୍ଠା ପାଇଁ ସେ ନିଜ ଜୀବନରେ ଯେଉଁ ସବୁ କାର୍ଯ୍ୟପନ୍ଥା ଆପଣେଇଥିଲେ, ସେସବୁର ସମ୍ୟକ ବିବରଣୀ ନିମ୍ନରେ ପ୍ରଦତ୍ତ ଅଛି ।

ତା ୨୧.୧୦.୧୯୪୩ରିଖରେ ସିଙ୍ଗାପୁରଠାରେ ଦେଶର ପ୍ରଥମ ସ୍ୱାଧୀନ ସରକାର ଗଠନ କରି ନେତାଜୀ ନିଜେ ରାଷ୍ଟ୍ରମୁଖ୍ୟ ହୋଇ ଗୃହ ଓ ବୈଦେଶିକ ବିଭାଗକୁ ନିଜ ହାତରେ ରଖିଥିଲେ ତଥା ସୈନ୍ୟବାହିନୀର ସୁପ୍ରିମ କମାଣ୍ଡର ହୋଇଥିଲେ । ଶ୍ରୀ ରାସବିହାରୀ ବୋଷ ସେହି ମନ୍ତ୍ରୀମଣ୍ଡଳର ପ୍ରମୁଖ ପରାମର୍ଶଦାତା ଥିଲେ । ମହିଳା ସଶକ୍ତିକରଣ ବିଭାଗ ମନ୍ତ୍ରୀ ଥିଲେ ଶ୍ରୀମତୀ ଲକ୍ଷ୍ମୀ ସେହେଗଲ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ଥିଲେ ଏସ୍.ଏ. ଆୟାର ଓ ଅର୍ଥମନ୍ତ୍ରୀ ଥିଲେ ଲେଫ୍ଟନାଣ୍ଟ କର୍ଣ୍ଣେଲ ଏ.ସି. ଚାଟାର୍ଜୀ । ଏ.ଏମ୍. ସହାୟଙ୍କୁ ମନ୍ତ୍ରୀପଦ ତୁଳନୀୟ ସମ୍ପାଦକ ପଦ ମିଳିଥିଲା । ଏ.ଏନ୍. ସରକାର ଥିଲେ ଆଇନ୍ ପରାମର୍ଶଦାତା । ସର୍ବଶ୍ରୀ କରିମ୍ ଗନି, ଦେବନାଥ ଦାସ, ଡ଼ି.ଏମ୍. ଖାନ୍, ଏ. ୟେଲେପ୍ପା, ଜେ. ଥିଭି, ସର୍ଦ୍ଦାର ଇଶାର ସିଂ ପ୍ରମୁଖ ଏହି ସରକାରର ପରାମର୍ଶଦାତା ଥିଲେ । ସୈନ୍ୟବାହିନୀର ଲେଫ୍ଟନାଣ୍ଟ କର୍ଣ୍ଣେଲ ସର୍ବଶ୍ରୀ ଅଜିଜ୍ ଅହମ୍ମଦ, ଏସ୍.ଏନ୍. ଭଗତ, ଗୁଲ୍ଜାର ସିଂ, ଏମ୍.ଜେ. କିଆନି, ଏ. ଲୋଗନାଥନ, ଇଶାନ କ୍ୱାଦିର, ସାହାନୱାଜ ଓ କର୍ଣ୍ଣେଲ ଜେ.କେ. ଭୋଁସଲେ ପ୍ରମୁଖ ଏହି ସରକାରରେ ବିଭିନ୍ନ ପଦପଦବୀରେ ରହିଥିଲେ ।

ଏହି ସରକାର “ଆଜାଦ ହିନ୍ଦ୍ ଫୌଜ’ ନାମକ ନିଜର ସୈନ୍ୟବାହିନୀ, ‘ଆଜଦ୍ ହିନ୍ଦ ରେଡ଼ିଓ’ ନାମକ ନିଜର ରେଡ଼ିଓ ଷ୍ଟେସନ, ମୁଦ୍ରା, ଡ଼ାକଘର,  “ଆଜାଦ୍ ହିନ୍ଦ୍ ବ୍ୟାଙ୍କ’ ନାମକ ବ୍ୟାଙ୍କ ପ୍ରତିଷ୍ଠା କରିଥିଲେ । ଯେଉଁ ରାଷ୍ଟ୍ରମାନେ ଏହି ସରକାରଙ୍କୁ ସ୍ୱୀକୃତି ପ୍ରଦାନ କରିଥିଲେ ସେଗୁଡ଼ିକ ଥିଲେ ଜର୍ମାନୀ, କ୍ରୋଏସିଆ, ·ଇନା, ମାଞ୍ଚୁକୁଓ, ଫିଲିପାଇନ୍ସ, ବର୍ମା, ଇଟାଲୀ, ଜାପାନ ଓ ଇରିଶଯୁକ୍ତ ରାଜ୍ୟ ସମୂହ । ଏହିସବୁ ଦେଶରେ ନେତାଜୀଙ୍କ ସରକାରର ରାଷ୍ଟ୍ରଦୂତମାନେ ନିଯୁକ୍ତି ପାଇଥିଲେ ।

ନେତାଜୀ ଯୁବଶକ୍ତି ପ୍ରସଙ୍ଗରେ ଆହ୍ୱାନ ଦେଇ କହିଥିଲେ, ‘ବନ୍ଧୁଗଣ! ଯୁବଶକ୍ତିର ଜାଗରଣରେ ସାହାଯ୍ୟ କର । ଯୁବ ଆନ୍ଦୋଳନ ପାଇଁ ସଙ୍ଗଠନ ଗଢ଼ିଉଠୁ । ଆତ୍ମସଚେତନ ଯୁବଶକ୍ତି କେବେଳ କାର୍ଯ୍ୟ କରିବ ନୁହେଁ, ସ୍ୱପ୍ନ ମଧ୍ୟ ଦେଖିବ । କେବଳ ଧ୍ୱଂସ କରିବ ନାହିଁ, ନିର୍ମାଣ ମଧ୍ୟ କରିବ । ଆମେ ସବୁ ବିଫଳ ହୋଇଯିବା କିନ୍ତୁ ଯୁବଶକ୍ତି ବିଫଳ ହେବନାହିଁ । ଆମମାନଙ୍କ ପାଇଁ ସେମାନେ ଏକ ନବଭାରତ ନିର୍ମାଣ କରିବାରେ ସଫଳ ହେବେ । ସମସ୍ତ ବ୍ୟର୍ଥତା, ସମସ୍ତ ପରୀକ୍ଷା ଓ ଅତୀତର ତିକ୍ତ ଅଭିଜ୍ଞତାରୁ, ଯୁବଶକ୍ତି ସଫଳତା ଦିଗରେ କାର୍ଯ୍ୟ କରିଯିବ । ଯଦି ସାମ୍ପ୍ରଦାୟିକତା ଓ ଅନ୍ଧବିଶ୍ୱାସକୁ ଆମେ ଦୂର କରିବାକୁ ଚାହୁଁ, ତାହାହେଲେ ଯୁବକମାନଙ୍କ ଭିତରେ ହିଁ ଆମକୁ କାର୍ଯ୍ୟ କରିବାକୁ ହେବ ।’

ନେତାଜୀଙ୍କ ଆହ୍ୱାନ ଥିଲା “ଯେଉଁ ଦେଶର ସରକାର ବା ଶାସନ ସାଧାରଣ ଜନତାଙ୍କୁ ତାଙ୍କ ଅଧିକାରରୁ ବଞ୍ôଚତ କରୁଛି, ସେହି ଦେଶର ଯୁବକ-ଛାତ୍ରମାନଙ୍କ ଦାୟିତ୍ୱ ନୁହେଁ, କର୍ତ୍ତବ୍ୟ ହୋଇଯାଉଛି କି, ସେଭଳି ଏକ ସରକାର ବା ଶାସନକୁ ବଦଳାଇ ଦେବେ, ନଚେତ୍ ଶାସନ ଗାଦିରୁ କାଢିଦେବେ’ ।

ନେତାଜୀ ଯୋଜନା କମିଟି (ବର୍ତ୍ତମାନର ନାମ ନୀତି ଆୟୋଗ)ର ପ୍ରତିଷ୍ଠାତା ଥିଲେ ଓ  ୧୯୩୮ ମସିହା ଡିସେମ୍ବର ୧୭ ତାରିଖରେ ମୁମ୍ବାଇରେ ଏହାକୁ ଗଠନ କରିଥିଲେ । ଏଥିରେ ଭି.ବି. ଗିରି, ଜେ.ବି. କୃପାଳିନୀ, ବିଶ୍ୱେଶ୍ୱରାୟ, ମେଘନାଦ ସାହା ସଦସ୍ୟବୃନ୍ଦ ଓ ନେହେରୁ ଅଧ୍ୟକ୍ଷ ଭାବେ ସଭାପତି ନେତାଜୀ ସୁଭାଷ ବୋଷଙ୍କ ଦ୍ୱାରା ମନୋନୀତ ହୋଇଥିଲେ ।

ନେତାଜୀ ଜାତୀୟ କଂଗ୍ରେସର ସଭାପତି ରୂପେ ତା ୧୯-୧୨-୧୯୩୮ ଓ ୨୯-୦୧-୧୯୩୯ରିଖରେ ମହାତ୍ମା ଗାନ୍ଧୀଙ୍କର ବ୍ୟକ୍ତିଗତ ପ୍ରାର୍ଥୀକୁ ହରାଇ ବିଜୟଲାଭ କରିଥିଲେ ଓ ପରେ ସେଥିରୁ ଇସ୍ତଫା ଦେଇଥିଲେ ।

ନେତାଜୀ ମହିଳା ସଶକ୍ତିକରଣର ପୃଷ୍ଠପୋଷକ ଥିଲେ । ଯାହାଙ୍କ ନେତୃତ୍ୱରେ ସମ୍ଭବତଃ ବିଶ୍ୱର ପ୍ରଥମ ମହିଳା ସେନାବାହିନୀ ଭାବରେ ଗଠିତ ହୋଇଥିଲା ଝାନ୍ସୀ ରାଣୀ ରେଜିମେଣ୍ଟ। ଯେଉଁ ମହିଳା ସେନାବାହିନୀର କ୍ୟାପଟେନ୍ (ଡାକ୍ତରାଣୀ) ଲକ୍ଷ୍ମୀ ସ୍ୱାମୀନାଥନ ସେହେଗଲଙ୍କ ଠାରୁ ସୁଦୂର ଅଗମ୍ୟ କୋରାପୁଟର ଲକ୍ଷ୍ମୀ ଇନ୍ଦିରା ପଣ୍ଡାଙ୍କ ପର୍ଯ୍ୟନ୍ତ ମହିଳାମାନେ ନେତୃତ୍ୱ ନେଉଥିଲେ ।

ନେତାଜୀ ଥିଲେ ସାମ୍ପ୍ରଦାୟିକ ଐକ୍ୟର ପ୍ରବକ୍ତା । ତାଙ୍କର ବିଶ୍ୱସ୍ତ ସହଯୋଗୀ ଥିଲେ କର୍ଣ୍ଣେଲ ହବିବୁର ରହମନ, ମୋଇରାଙ୍ଗ ବିଜୟର ନାୟକ ସଉକତ ଅଲ୍ଳୀ ମଲ୍ଲିକ (ତା ୧୪-୦୪-୧୯୪୪)। ନେତାଜୀଙ୍କ ଡ୍ରାଇଭର ଥିଲେ ନିଜାମୁଦ୍ଦିନ ଓ ରୋଷେଇଆ ଥିଲେ ଶେଖ ରମଜାନ କୁରେସୀ । ନେତାଜୀଙ୍କ ଗଠିତ ପ୍ରଥମ ଆଇ.ଏନ୍.ଏ.ର ସଦସ୍ୟଗଣ ଥିଲେ ଫଉଜା ସିଂହ (ପଞ୍ଜାବୀ), ସତ୍ୟଚନ୍ଦ୍ର ବର୍ଦ୍ଧନ (ତ୍ରିପୁରା), କେ ଅନନ୍ତନ ଆୟାର (କେରଳୀ ବ୍ରାହ୍ମଣ), ଓକମ୍ କାଦର (କେରଳୀ ମୁସଲମାନ) ଯେଉଁମାନଙ୍କୁ ସେପ୍ଟେମ୍ବର ୧୦-୧୯୪୩ରେ ମାଡ୍ରାସ ଜେଲରେ ବ୍ରିଟିଶ ଫାଶୀ ଦେଇଥିଲା । ବୋନ ଫିସ ପେରେରା (କେରଳୀ ଖ୍ରଷ୍ଟିୟାନ୍) ନାବାଳକ ହୋଇଥିବାରୁ ତାଙ୍କୁ ଆଜୀବନ କାରାଦଣ୍ଡ ହୋଇଥିଲା । ଆଣ୍ଡାମାନ ଓ ନିକୋବାର ଆଇଲାଣ୍ଡକୁ ନେତାଜୀ ସହୀଦ ଓ ସ୍ୱରାଜ ନାମରେ ନାମକରଣ କରିଥିଲେ ତା ୨୯-୧୨-୧୯୪୩ରିଖରେ ।

ନେତାଜୀ କଂଗ୍ରେସର ସଭାପତି ଥିବା ସମୟରେ ଆଚାର୍ଯ୍ୟ ଜେବି କୃପାଲିନୀ ସାଧାରଣ ସମ୍ପାଦକ ଓ ଯମୁନାଲାଲ ବଜାଜ କୋଷାଧ୍ୟକ୍ଷ ଥିଲେ ।

ମହାତ୍ମା ଗାନ୍ଧୀଙ୍କୁ “ଜାତିର ପିତା’ ବୋଲି ନେତାଜୀ ହିଁ ପ୍ରଥମେ ଅଭିହିତ-ସମ୍ବୋଧନ କରିଥିଲେ । ନେତାଜୀ କଟକର ରେଭେନ୍ସା କଲିଜିଏଟ୍ ସ୍କୁଲର ଛାତ୍ର ଥିବା ବେଳେ ଶହୀଦ ଖୁଦିରାମ ବୋଷଙ୍କୁ ଫାଶୀର ପ୍ରତିବାଦରେ ଛାତ୍ରାବାସରେ ସମୂହ ଅନଶନ କରି ଗୋରା ହାକିମଙ୍କଠାରୁ ବେତ୍ରାଘାତ ଦଣ୍ଡ ପାଇଥିଲେ ।

ଆଜିର ଭାରତବର୍ଷ, ଏହାର ଶାସକ ଓ ପ୍ରଶାସକଙ୍କ ଜରିଆରେ ସମାଜର ଏକ ଭାଗ ଧନୀଙ୍କ ହାତରେ ଦେଶର ସବୁ ସମ୍ପତ୍ତିର ୯୯ ଭାଗ ଟେକିଦେବାକୁ ଉଦ୍ୟମରତ । “ମୁଁ ହିନ୍ଦୁ, ସେ ମୁସଲିମ୍, ସେ ଖ୍ରୀଷ୍ଟିୟାନ୍” ଧ୍ୱନି ଜରିଆରେ ସମାଜକୁ ଖଣ୍ଡଖଣ୍ଡ କରିବାକୁ ଶାସକ ଓ ପ୍ରଶାସକମାନେ ଶତତ ଚେଷ୍ଟିତ ଓ ସଫଳକାମ ହେଉଛନ୍ତି । ଏଭଳି ଏକ ପରିସ୍ଥିତିରେ ନେତାଜୀଙ୍କ ପ୍ରଦର୍ଶିତ ମାର୍ଗ “ସାଧାରଣ ଜନତାଙ୍କ ହାତରେ ଶାସନର ଡ଼ୋରୀ’ ଯେ ଦେଶକୁ ରକ୍ଷା କରି ଏକ ସମତାଭିତ୍ତିକ ସମାଜ ପ୍ରତିଷ୍ଠାରେ ସହାୟକ ହୋଇପାରିବ, ଏଥିରେ ସନ୍ଦେହ ନାହିଁ । ସର୍ବୋପରି ଆମ ଦେଶରେ ଦେଶପ୍ରେମର ସର୍ବୋଚ୍ଚ ନିଦର୍ଶନ ନେତାଜୀ ସୁଭାଷଙ୍କ ଜନ୍ମଜୟନ୍ତୀକୁ ଦେଶପ୍ରେମ ଦିବସ ଭାବରେ ଆଜିର ଯୁବପିଢୀ ଓ ସାଧାରଣ ଜନତା ପାଳନ କରି ତାଙ୍କ ପଥର ପଥିକ ହୋଇପାରିଲେ  ତାହା ହିଁ ହେବ ନେତାଜୀଙ୍କ ପ୍ରତି ଶ୍ରେଷ୍ଠ ସମ୍ମାନ ।

(ଶ୍ରୀ ମହାପାତ୍ର ନେତାଜୀଙ୍କ ପ୍ରତିଷ୍ଠିତ “ଅଲ୍ ଇଣ୍ଡିଆ ଫରୱାର୍ଡ ବ୍ଲକ୍”ର ଓଡ଼ିଶା ରାଜ୍ୟ ସମ୍ପାଦକ ମୋ : ୯୪୩୮୧୮୦୫୮୮)

Categories
NetajiJayanthi ଆଜିର ଖବର ରାଜ୍ୟ ଖବର

ନେତାଜୀଙ୍କ ଜନ୍ମ ଜୟନ୍ତି ଅବସରରେ ତାଙ୍କ କାର୍ଯ୍ୟଧାରାକୁ ନେଇ ଆରମ୍ଭ ହେଲା ମାଟି ମୂର୍ତ୍ତି ନିର୍ମାଣ

ଭୁବନେଶ୍ବର:  ଆସନ୍ତା 23 ତାରିଖରେ ପ୍ରଖ୍ୟାତ ଜନନାୟକ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମ ଜୟନ୍ତି। ଏହି ଅବସରରେ ଓଡିଶା ଲଳିତ କଳା ଏକାଡେମୀ ଏବଂ ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟ ଟ୍ରଷ୍ଟ ଦ୍ବାରା ଆରମ୍ଭ ହୋଇଛି ମାଟି ମୂର୍ତ୍ତି ନିର୍ମାଣ ଶିବିର। ଏଥିରେ କଟକର ପନ୍ଦର ଜଣ ମୃଣ୍ମୟ ଭାସ୍କର୍ଯ୍ୟ ଶିଳ୍ପୀ ଯୋଗ ଦେଇ ସେମାନଙ୍କ କଳା ନୈପୁଣ ପ୍ରଦର୍ଶନ କରୁଛନ୍ତି।

ଏହି ଶିବିରକୁ ଆଜି ସଂସ୍କୃତି ବିଭାଗ ନିର୍ଦ୍ଦେଶକ ରଂଜନ କୁମାର ଦାସ, ଓଡିଶା ଲଳିତକଳା ଏକାଡେମୀର ସଭାପତି ସୁଦର୍ଶନ ପଟ୍ଟନାୟକ ଏବଂ ଶିଳ୍ପୀ ଗଜେନ୍ଦ୍ର ସାହୁ ପ୍ରମୁଖ ଉଦଘାଟନ କରିଥିଲେ। ଏହି ଶିବିର 20 ତାରିଖରୁ 22 ତାରିଖ ପର୍ଯ୍ୟନ୍ତ ଚାଲିବ। 23 ତାରିଖରେ ନେତାଜୀଙ୍କ ଜନ୍ମ ଜୟନ୍ତିରେ ଏହି ମୃତ୍ତିକା ସ୍ଥାପତ୍ୟ ପ୍ରଦର୍ଶିତ ହେବ।

Categories
ଜାତୀୟ ଖବର ବିଶେଷ ଖବର

ଆଜାଦ୍‌ ହିନ୍ଦ ଫୌଜ ପ୍ରତିଷ୍ଠା ଦିବସରେ ପ୍ରଥମ ଥର ପାଇଁ ପ୍ରଦର୍ଶିତ ହେଲା ନେତାଜୀଙ୍କ ପୋଷ୍ଟର, ପ୍ରଚାର ପତ୍ର

ଭୁବନେଶ୍ୱର: ଆଜି ଓଡ଼ିଶା ରାଜ୍ୟ ସଂଗ୍ରହାଳୟଠାରେ ଆଜାଦ୍‌ ହିନ୍ଦ୍‌ ଫୌଜ ପ୍ରତିଷ୍ଠା ଦିବସ ଅବସରରେ ଭାରତୀୟ ଜାତୀୟ ସେନାର ପ୍ରଚାର ପତ୍ର ଓ ପୋଷ୍ଟର ପ୍ରଦର୍ଶନୀ ଆୟୋଜିତ ହୋଇଯାଇଛି । ଏହାକୁ ଆନୁଷ୍ଠାନିକ ଭାବେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଶାସନ ସଚିବ ଡ. ସୁରେଶ ଚନ୍ଦ୍ର ଦଳାଇ ପ୍ରଦୀପ ପ୍ରଜ୍ୱଳନ କରି ଉଦ୍‌ଘାଟନ କରିଛନ୍ତି ।

ବ୍ରିଟିସ ସେନାରେ ଥିବା ଭାରତୀୟ ଜବାନ୍‌ମାନଙ୍କୁ ବ୍ରିଟିସ ସେନା ଛାଡ଼ି ଆଜାଦ୍‌ ହିନ୍ଦ୍‌ ଫୌଜରେ ଯୋଗଦେଇ ଭାରତ-ଜାପାନ୍‌କୁ ସହାୟତା କରିବା ଉପରେ ପ୍ରବର୍ତ୍ତାଇବା ନିମନ୍ତେ ଉଦ୍ଦିଷ୍ଟ ପୋଷ୍ଟର, ପାମ୍ପ୍ଲେଟ୍‌ମାନ ଉଡ଼ାଜାହାଜ ଜରିଆରେ ବ୍ରିଟିସ କ୍ୟାମ୍ପଗୁଡ଼ିକ ଉପରେ ପକାଯାଉଥିଲା । ଏହା ଥିଲା ନେତାଜୀଙ୍କ ମନସ୍ତାତ୍ତ୍ୱିକ ଲଢ଼େଇର ଅଂଶବିଶେଷ ବୋଲି ଗବେଷକମାନେ ଆଖ୍ୟା ଦେଇଛନ୍ତି । ଏ ଧରଣର ପୋଷ୍ଟର ପ୍ରଦର୍ଶନୀ ଦେଶରେ ପ୍ରଥମ ହୋଇଥିବାବେଳେ ଏହା ଛାତ୍ର, ଶିକ୍ଷକ, ଗବେଷକଙ୍କ ନିମନ୍ତେ ଅନେକ ତଥ୍ୟ ଯୋଗାଇପାରିବ ।

ଏହି ଅବସରରେ ଆୟୋଜିତ ଏକ ସଂକ୍ଷିପ୍ତ ବୈଠକରେ ଶାସନ ସଚିବ ଡ. ଦଳାଇ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କୁ ଏକ ବିରଳତମ ବ୍ୟକ୍ତିତ୍ୱ ଭାବେ ବର୍ଣ୍ଣନା କରି ତାଙ୍କର ‘ରକ୍ତ ଦିଅ ମୁଁ ସ୍ୱାଧୀନତା ଦେବି’ ଉକ୍ତିକୁ ଯଦି ଆମେ ସମସ୍ତେ ଉପଲବ୍ଧି କରିଥାନ୍ତେ ତେବେ ଭାରତର ଇତିହାସ ଅନ୍ୟ ପ୍ରକାର ରୂପ ନେଇଥାନ୍ତା ବୋଲି କହିଥିଲେ ।

ବିଭାଗୀୟ ନିର୍ଦ୍ଦେଶକ ତଥା ଅତିରିକ୍ତ ଶାସନ ସଚିବ ଶ୍ରୀ ରଞ୍ଜନ କୁମାର ଦାସ ସୁଭାଷ ଚନ୍ଦ୍ର ବୋଷଙ୍କ ନେତୃତ୍ୱ, ଦେଶଭକ୍ତି, ସାହସ ଓ ପରାକ୍ରମ ବିଷୟରେ ସୂଚନା ପ୍ରଦାନ କରି ସ୍ୱାଧୀନତା ଆନ୍ଦୋଳନରେ ତାଙ୍କର ବ୍ୟକ୍ତିତ୍ୱ ଥିଲା ନିଆରା ବୋଲି ଅବତାରଣ କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରୁ ବିଶିଷ୍ଟ ସଂଗ୍ରାହକ ତଥା ଇତିହାସ ଗବେଷକ ଶ୍ରୀ ଅନୀଲ ଧୀର ମଣିପୁରରେ ନେତାଜୀଙ୍କ ଅନେକ ସ୍ମୃତି ଓ ସ୍ମାରକ ଭାରତୀୟ ଜାତୀୟ ସେନାର ଜଣେ ସେନାନୀ ପାଖରେ ବ୍ୟକ୍ତିଗତ ଜିମାରେ ରହିଥିବା ଦର୍ଶାଇ କିଛି ସ୍ମାରକକୁ ଓଡ଼ିଶା ଅଣାଯିବା ପାଇଁ ସରକାରୀ ସ୍ତରରେ ଉଦ୍ୟମ ହେବାର ଆବଶ୍ୟକତା ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ। ଏପରିକି ଆଜାଦ୍‌ ହିନ୍ଦ୍‌ ଫୌଜର ଜାତୀୟ ପତାକା ସେଠାରେ ଥିବା ଜଣାପଡ଼ିଛି । ତାକୁ କଟକସ୍ଥିତ ନେତାଜୀ ସଂଗ୍ରହାଳୟକୁ ଅଣାଯିବା ଏକ ସମ୍ମାନଜନକ ପଦକ୍ଷେପ ହେବ ବୋଲି କହିଥିଲେ ।

ଆଜିର ଏହି କାର୍ଯ୍ୟକ୍ରମକୁ ରାଜ୍ୟ ସଂଗ୍ରହାଳୟର ଅଧୀକ୍ଷକ ଡ. ଭାଗ୍ୟଲିପି ମଲ୍ଲ ପରିଚାଳନା କରି ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ଏହି ପ୍ରଦର୍ଶନୀରେ ୫୦ରୁ ଅଧିକ ବିରଳ ପୋଷ୍ଟର ରହିଛି ଏବଂ ଏହା ସାତଦିନ ଯାଏଁ ଦର୍ଶକଙ୍କ ନିମନ୍ତେ ପ୍ରଦର୍ଶିତ ହେବ ବୋଲି ଜଣାପଡ଼ିଛି । ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ହରେକୃଷ୍ଣ ମହତାବ୍‌ ରାଜ୍ୟ ପାଠାଗାରର ଉପନିର୍ଦ୍ଦେଶକ ଶ୍ରୀ ଲକ୍ଷ୍ମୀଧର ବେହେରା, ଶୁଚୀସ୍ମିତା ମନ୍ତ୍ରୀ ପ୍ରମୁଖ ଯୋଗଦେଇଥିଲେ ।

ପ୍ରାରମ୍ଭରେ ଓଡ଼ିଶା ସଂଗୀତ ମହାବିଦ୍ୟାଳୟର ଛାତ୍ରୀମାନଙ୍କ ଦ୍ୱାରା ନେତାଜୀଙ୍କ ରାଷ୍ଟ୍ରୀୟ ଗାନ ‘କଦମ୍‌ କଦମ୍‌ ବଢ଼ାୟେ ଚାଲ’ ପରିବେଷଣ ସହ ଆଜାଦ୍‌ ହିନ୍ଦ୍‌ ଫୌଜର ଜାତୀୟ ସଂଗୀତ ଗାନ କରାଯାଇଥିଲା ।

Categories
ଆଜିର ଖବର ଜାତୀୟ ଖବର

ସୁବାଷ ବୋଷଙ୍କୁ ହରିପୁରାରେ ସ୍ବାଗତ ସମ୍ବର୍ଦ୍ଧନା ସ୍ମରଣରେ ମୋଦୀ ଦିଆଗଲା ସେହିପରି ସ୍ବାଗତ, ଜାଣନ୍ତୁ

ଅହମ୍ମଦାବାଦ, ଆଜି ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କର 125 ତମ ଜୟନ୍ତୀ। ଏହି ପରିପ୍ରେକ୍ଷୀରେ ଗତକାଲି ଅହମ୍ମଦାବାଦରେ କରାଯାଇଥିଲା ଏକ ବଳଦ ରାଲି। ସୁବାଷ ବୋଷଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ସ୍ମରଣ କରିବା ପାଇଁ ଏହି ରାଲି କରାଯାଇଥିଲା। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗଦେଇଥିଲେ।

1938 ମସିହାରେ ସୁବାଷ ବୋଷଙ୍କୁ ଗୁରୁାଟର ହରିପୁରା ଗାଁରେ କରାଯାଇଥିବା ଜାତୀୟ କଂଗ୍ରେସ ସମ୍ମିଳନୀରେ ତାଙ୍କୁ ସଭାପତି କରାଯାଇଥିଲା। ସେତେବେଳେ ତାଙ୍କୁ ଖୁସିରେ ହରିପୁରା ଗ୍ରାମରେ 50ଟି ବଳଦଙ୍କୁ ନେଇ ଏକ ଶଗଡ ଶୋଭାଯାତ୍ରା କରାଯାଇଥିଲା। ସେହି ସ୍ମରଣୀୟ ଦିନକୁ ମନେପକାଇବା ପାଇଁ ହରିପୁରାରେ ନରେନ୍ଦ୍ର ମୋଦୀଙ୍କୁ ବଳଦ ଗାଡି ଶୋଭଯାତ୍ରାରେ ନିଯାଇଥିଲା।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ନେତାଜୀଙ୍କ ଜୟନ୍ତୀ ପୂର୍ବରୁ ନବୀନ ଦେଲେ ସମ୍ମାନ, ତାଙ୍କ ନାମରେ ହେବ ଅତ୍ୟାଧୁନିକ ବସ୍ ଟର୍ମିନାଲ, ଜାଣନ୍ତୁ କଣ ରହିବ

ଭୁବନେଶ୍ବର, କଟକର ଖାନନଗର ଠାରେ ନିର୍ମିତ ହେବ ଅତ୍ୟାଧୁନିକ ବସ୍ ଟର୍ମିନାଲ। ଏଥିରେ ଖର୍ଚ୍ଚ ହେବ ୬୫ କୋଟି ଟଙ୍କା। ମହାନ୍ ସଂଗ୍ରାମୀ ନେତାଜୀ ସୁଭାଷ ବୋଷଙ୍କ ନାମରେ ଏହି ଅତ୍ୟାଧୁନିକ ବସ୍ ଟର୍ମିନାଲକୁ ନାମିତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୈଠକରେ ଘୋଷଣା କରିଥିଲେ। ରାଜ୍ୟ ସରକାରଙ୍କ ୫-ଟି କାର‌୍ୟ୍ୟକ୍ରମ ଅଧୀନରେ ଏହା କାର‌୍ୟ୍ୟକାରୀ କରାଯିବ।

ଆଗାମୀ ଜାନୁଆରୀ ୨୩ ତାରିଖ ଦିନ ନେତାଜୀଙ୍କ ଜୟନ୍ତୀ ପାଳନ କରାଯିବ ଏବଂ ଚଳିତ ବର୍ଷ ସମଗ୍ର ଦେଶ ନେତାଜୀଙ୍କର ୧୨୫ତମ ଜୟନ୍ତୀ ପାଳନ କରିବାକୁ ଯାଉଛି। ଆମ ସ୍ବାଧୀନତା ସଂଗ୍ରାମର ଅନ୍ୟତମ ସେନାପତି ଓ ମହାନ୍ ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷ କଟକ ଓଡିଆ ବଜାରରେ ଜନ୍ମଗ୍ରହଣ କରିଥିଲେ ଏବଂ କଟକରେ ବାଲ୍ୟ ଶିକ୍ଷା ଲାଭ କରିଥିଲେ।

ବାଦାମବାଡି ବସ୍‌ଷ୍ଟାଣ୍ଡ ଜନଗହଳି ବୃଦ୍ଧି ସହିତ ସ୍ଥାନାଭାବ ଦୃଷ୍ଟିରୁ ଜନସାଧାରଣ ଓ ଯାତ୍ରୀ ଅସୁବିଧାର ସମ୍ମୁଖୀନ ହେଉଥିବାରୁ ଏହି ଅତ୍ୟାଧୁନିକ ବସ୍ ଟର୍ମିନାଲକୁ ଖାନନଗରରେ ପ୍ରତିଷ୍ଠା କରିବାପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏହି ଅତ୍ୟାଧୁନିକ ବସ୍ ଟର୍ମିନାଲରେ ନେତାଜୀଙ୍କ ଜୀବନ ଓ ସଂଗ୍ରାମ ବିଷୟରେ ଜନସାଧାରଣଙ୍କୁ ଅବଗତ କରାଇବା ପାଇଁ ଏକ ସ୍ବତନ୍ତ୍ର Kiosk କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଟର୍ମିନାଲର ବିଭିନ୍ନ ସ୍ଥାନରେ ନେତାଜୀଙ୍କ ଆଦର୍ଶ ଓ ଜୀବନୀ ସଂପର୍କରେ ପ୍ରଚାର ପ୍ରସାର ପାଇଁ ବିଭିନ୍ନ Motif ଓ painting ରଖାଯିବ।

ଏହି ବସ୍ ଟର୍ମିନାଲରେ ଯାତ୍ରୀମାନଙ୍କର ସୁବିଧା ପାଇଁ ସମସ୍ତ ପ୍ରକାର ଅତ୍ୟାଧୁନିକ ବ୍ୟବସ୍ଥା ରହିବ। ଏଥିରେ ଏକ ବୃହତ ଟର୍ମିନାଲ ବିଲ୍‌ଡିଂ, ସାଧାରଣ ଯାତ୍ରୀବାହୀ ବସ୍ ପାଇଁ ସ୍ଥାନ (Regular Bus Bay), ସ୍ଥାନୀୟ ଓ ମୋ ବସ୍ ସେବା ପାଇଁ ସ୍ଥାନ, ଯାନ ମରାମତି ଓ ରକ୍ଷଣାବେକ୍ଷଣ ବ୍ଲକ୍‌, ଚାରି ଚକିଆ ଯାନ ଓ ଅଟୋ ପାଇଁ ସ୍ବତନ୍ତ୍ର ପାର୍କିଂ ବ୍ୟବସ୍ଥା କରାଯିବ।

୧ ଲକ୍ଷ ୧୮ ହଜାର ବର୍ଗ ଫୁଟରେ ଏଥିପାଇଁ ୩ ମହଲା ବିଶିଷ୍ଟ ଟର୍ମିନାଲ ବିଲ୍‌ଡିଂ ନିର୍ମାଣ କରାଯାଇ ଏଥିରେ ଯାତ୍ରୀ ବିଶ୍ରାମସ୍ଥଳ, ଫୁଡ କୋର୍ଟ, Cloak Room ଟିକେଟ ଗୃହ, ଇ-ଯାନ ଚାର୍ଜିଂ ପଏଣ୍ଟ, ଛାତ ଉପରେ ବର୍ଷା ଜଳ ସଂରକ୍ଷଣ ଏବଂ ସୌର ପ୍ୟାନେଲ ମଧ୍ୟ ରଖାଯିବ। ଏହି ଟର୍ମିନାଲରେ ଏକ ସମୟରେ ୧୮୦ଟି ବସ୍ ପାର୍କିଂର ବ୍ୟବସ୍ଥା ରହିବ। ଯାତ୍ରୀମାନଙ୍କ ସୁବିଧା ପାଇଁ Integrated Information Management system ମଧ୍ୟ ରହିବ।

ଏହି ନିର୍ମାଣ ପାଇଁ କଟରର ରିଂଗ୍ ରୋଡକୁ ଆଉ ଦୁଇ କିଲୋମିଟର ସଂପ୍ରସାରଣ କରିବା ପାଇଁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଏହି କାର‌୍ୟ୍ୟକ୍ରମକୁ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ ସଂଚାଳନା କରିଥିଲେ ।

ଏହି ବୈଠକରେ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ଗୃହ ବିଭାଗ ଅତିରିକ୍ତ ମୁଖ୍ୟଶାସନ ସଚିବ, ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ସଚିବ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ, ଅର୍ଥ ବିଭାଗର ପ୍ରମୁଖ ସଚିବ ଏବଂ କେନ୍ଦ୍ରାଞ୍ଚଳ ରାଜସ୍ବ କମିଶନର, କଟକ ଜିଲ୍ଲାପାଳ ପ୍ରମୁଖ ଉପସ୍ଥିତ ଥିଲେ । ପୂର୍ତ୍ତ ସଚିବ ଏହି ପ୍ରକଳ୍ପ ସଂପର୍କରେ ଉପସ୍ଥାପନା ରଖିଥିଲେ।

Categories
ଆଞ୍ଚଳିକ

ନେତାଜୀ ମଡେଲ୍‌ ସ୍କୁଲରେ ନେତାଜୀ ଜୟନ୍ତୀ ପାଳିତ

ସମୀକ୍ଷା ବ୍ୟୁରୋ

ନେତାଜୀ ସୁବାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ପବିତ୍ର ଜନ୍ମତିଥି ଉପଲକ୍ଷେ କେନ୍ଦ୍ରାପଡା ସହରର ଅଗ୍ରଣୀ ଶିକ୍ଷାନୁଷ୍ଠାନ ନେତାଜୀ ମଡେଲ ସ୍କୁଲ ତରଫରୁ ପ୍ରଭାତ ଫେରି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମର ଆରମ୍ଭରେ ବିଦ୍ୟାଳୟର ଅଧ୍ୟକ୍ଷ ଅଜୟ କୁମାର ପୃଷ୍ଟି ନେତାଜୀଙ୍କ ତୈଳଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ତାଙ୍କ ଜୀବନାଦର୍ଶ ଉପରେ ଆଲୋକପାତ କରିଥିଲେ। ପରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଏକତ୍ରିତ ହୋଇ ସହର ପରିକ୍ରମା କରି ନେତାଜୀଙ୍କ ଜୟଜୟକାର କରିଥିଲେ। ଏହି ଅବସରରେ ସହରର ପୁରୁଣା ମଟର ଷ୍ଟାଣ୍ଡ ଠାରେ ଥିବା ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ମନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Categories
ବିଶେଷ ଖବର ବ୍ୟକ୍ତିତ୍ୱ

ନେତାଜୀ ସୁଭାଷ ଚନ୍ଦ୍ର ବୋଷ ; ଭାରତୀୟ ରାଜନୀତି ଓ ଜନଜୀବନର ଅନନ୍ୟ ମହାନାୟକ

ଜ୍ୟୋତି ରଞ୍ଜନ ମହାପାତ୍ର

ସ୍ୱାଧୀନତା ସଂଗ୍ରାମ କାଳରେ ଆମରି ଜାତୀୟକବି ବୀରକିଶୋର ଦାସ ଲେଖିଥିଲେ “ଧଳା ବଦଳରେ କଳା ହେଲେ ଜୋକ, କଟିବ କି କୋଟି ଜନତାଙ୍କ ଦୁଃଖ-ଚାଷୀ ମୂଲିଆଙ୍କ ଖପୁରୀକୁ ଚିରି, ଦିଲ୍ଲୀ ଦରବାର ଗଢ଼ିବା କି?’ ଉକ୍ରଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଲେଖିଥିଲେ, “ମିଶୁ ମୋର ଦେହ ଏ ଦେଶ ମାଟିରେ, ଦେଶବାସୀ ଚାଲିଯାଆନ୍ତୁ ପିଠିରେ’ । ନେତାଜୀ ସୁବାଷ ଚନ୍ଦ୍ର ବୋଷ ଆହ୍ୱାନ ଦେଇଥିଲେ, “ତୁମେ ମୋତେ ରକ୍ତ ଦିଅ, ମୁଁ ତୁମକୁ ସ୍ୱାଧୀନତା ଦେବି’ ।

ସେହି ଡାକରା  ଗୁଡ଼ିକ ଆଜିର ଦିନରେ କ୍ରମାନ୍ୱୟରେ ପରିବର୍ତ୍ତିତ ହୋଇଯାଇଛି ‘(୧) ଧଳା ବଦଳରେ କଳା ହେଲେ ଜୋକ, କଟିଲାଣି କୋଟି ଜନତାଙ୍କ ଦୁଃଖ, ଚାଷୀମୂଲିଆଙ୍କ ଖପୁରିକୁ ଚିରି, ଦିଲ୍ଲୀ ଦରବାର ଗଢ଼ିଲେଟି’, (୨) ମିଶୁ ଦେଶ ପାଣ୍ଠି ମୋ ନିଜ ପାଣ୍ଠିରେ, ଚାଲିଯାଏ ମୁଁ ଦେଶବାସୀଙ୍କ ପିଠିରେ’ ଓ (୩) “ମୋତେ ତୁମ ରକ୍ତ ଦିଅ, ମୁଁ ତୁମକୁ ଶାସନ ଶୋଷଣ କରିବି’ ।

ଏହିଭଳି ଏକ କିମ୍ଭୂତକିମାକାର ପରିସ୍ଥିତିରେ ନେତାଜୀଙ୍କ ପ୍ରଦର୍ଶିତ ସମାଜବାଦ, ଭାଇଚାରା, ସର୍ବଧର୍ମ ସମନ୍ୱୟତା, ଧନୀ ଓ ଦରିଦ୍ରଙ୍କ ଭିତରେ ବିଶେଷ ତାରତମ୍ୟ ନ ରହିବା, ମହିଳା ସଶକ୍ତିକରଣ ଇତ୍ୟାଦି ଅନେକ ତତ୍ତ୍ୱ ଆଜି ସମାଧି ଲଭିବାକୁ ବସିଲାଣି । ଏ ସବୁର ପ୍ରତିଷ୍ଠା ପାଇଁ ସେ ନିଜ ଜୀବନରେ ଯେଉଁ ସବୁ କାର୍ଯ୍ୟପନ୍ଥା ଆପଣେଇଥିଲେ, ସେସବୁର ସମ୍ୟକ ବିବରଣୀ ନିମ୍ନରେ ପ୍ରଦତ୍ତ ଅଛି ।

ତା ୨୧.୧୦.୧୯୪୩ରିଖରେ ସିଙ୍ଗାପୁରଠାରେ ଦେଶର ପ୍ରଥମ ସ୍ୱାଧୀନ ସରକାର ଗଠନ କରି ନେତାଜୀ ନିଜେ ରାଷ୍ଟ୍ରମୁଖ୍ୟ ହୋଇ ଗୃହ ଓ ବୈଦେଶିକ ବିଭାଗକୁ ନିଜ ହାତରେ ରଖିଥିଲେ ତଥା ସୈନ୍ୟବାହିନୀର ସୁପ୍ରିମ କମାଣ୍ଡର ହୋଇଥିଲେ । ଶ୍ରୀ ରାସବିହାରୀ ବୋଷ ସେହି ମନ୍ତ୍ରୀମଣ୍ଡଳର ପ୍ରମୁଖ ପରାମର୍ଶଦାତା ଥିଲେ । ମହିଳା ସଶକ୍ତିକରଣ ବିଭାଗ ମନ୍ତ୍ରୀ ଥିଲେ ଶ୍ରୀମତୀ ଲକ୍ଷ୍ମୀ ସେହେଗଲ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ଥିଲେ ଏସ୍.ଏ. ଆୟାର ଓ ଅର୍ଥମନ୍ତ୍ରୀ ଥିଲେ ଲେଫ୍ଟନାଣ୍ଟ କର୍ଣ୍ଣେଲ ଏ.ସି. ଚାଟାର୍ଜୀ । ଏ.ଏମ୍. ସହାୟଙ୍କୁ ମନ୍ତ୍ରୀପଦ ତୁଳନୀୟ ସମ୍ପାଦକ ପଦ ମିଳିଥିଲା । ଏ.ଏନ୍. ସରକାର ଥିଲେ ଆଇନ୍ ପରାମର୍ଶଦାତା । ସର୍ବଶ୍ରୀ କରିମ୍ ଗନି, ଦେବନାଥ ଦାସ, ଡ଼ି.ଏମ୍. ଖାନ୍, ଏ. ୟେଲେପ୍ପା, ଜେ. ଥିଭି, ସର୍ଦ୍ଦାର ଇଶାର ସିଂ ପ୍ରମୁଖ ଏହି ସରକାରର ପରାମର୍ଶଦାତା ଥିଲେ । ସୈନ୍ୟବାହିନୀର ଲେଫ୍ଟନାଣ୍ଟ କର୍ଣ୍ଣେଲ ସର୍ବଶ୍ରୀ ଅଜିଜ୍ ଅହମ୍ମଦ, ଏସ୍.ଏନ୍. ଭଗତ, ଗୁଲ୍ଜାର ସିଂ, ଏମ୍.ଜେ. କିଆନି, ଏ. ଲୋଗନାଥନ, ଇଶାନ କ୍ୱାଦିର, ସାହାନୱାଜ ଓ କର୍ଣ୍ଣେଲ ଜେ.କେ. ଭୋଁସଲେ ପ୍ରମୁଖ ଏହି ସରକାରରେ ବିଭିନ୍ନ ପଦପଦବୀରେ ରହିଥିଲେ ।

ଏହି ସରକାର “ଆଜାଦ ହିନ୍ଦ୍ ଫୌଜ’ ନାମକ ନିଜର ସୈନ୍ୟବାହିନୀ, ‘ଆଜଦ୍ ହିନ୍ଦ ରେଡ଼ିଓ’ ନାମକ ନିଜର ରେଡ଼ିଓ ଷ୍ଟେସନ, ମୁଦ୍ରା, ଡ଼ାକଘର,  “ଆଜାଦ୍ ହିନ୍ଦ୍ ବ୍ୟାଙ୍କ’ ନାମକ ବ୍ୟାଙ୍କ ପ୍ରତିଷ୍ଠା କରିଥିଲେ । ଯେଉଁ ରାଷ୍ଟ୍ରମାନେ ଏହି ସରକାରଙ୍କୁ ସ୍ୱୀକୃତି ପ୍ରଦାନ କରିଥିଲେ ସେଗୁଡ଼ିକ ଥିଲେ ଜର୍ମାନୀ, କ୍ରୋଏସିଆ, ·ଇନା, ମାଞ୍ଚୁକୁଓ, ଫିଲିପାଇନ୍ସ, ବର୍ମା, ଇଟାଲୀ, ଜାପାନ ଓ ଇରିଶଯୁକ୍ତ ରାଜ୍ୟ ସମୂହ । ଏହିସବୁ ଦେଶରେ ନେତାଜୀଙ୍କ ସରକାରର ରାଷ୍ଟ୍ରଦୂତମାନେ ନିଯୁକ୍ତି ପାଇଥିଲେ ।

ନେତାଜୀ ଯୁବଶକ୍ତି ପ୍ରସଙ୍ଗରେ ଆହ୍ୱାନ ଦେଇ କହିଥିଲେ, ‘ବନ୍ଧୁଗଣ! ଯୁବଶକ୍ତିର ଜାଗରଣରେ ସାହାଯ୍ୟ କର । ଯୁବ ଆନ୍ଦୋଳନ ପାଇଁ ସଙ୍ଗଠନ ଗଢ଼ିଉଠୁ । ଆତ୍ମସଚେତନ ଯୁବଶକ୍ତି କେବେଳ କାର୍ଯ୍ୟ କରିବ ନୁହେଁ, ସ୍ୱପ୍ନ ମଧ୍ୟ ଦେଖିବ । କେବଳ ଧ୍ୱଂସ କରିବ ନାହିଁ, ନିର୍ମାଣ ମଧ୍ୟ କରିବ । ଆମେ ସବୁ ବିଫଳ ହୋଇଯିବା କିନ୍ତୁ ଯୁବଶକ୍ତି ବିଫଳ ହେବନାହିଁ । ଆମମାନଙ୍କ ପାଇଁ ସେମାନେ ଏକ ନବଭାରତ ନିର୍ମାଣ କରିବାରେ ସଫଳ ହେବେ । ସମସ୍ତ ବ୍ୟର୍ଥତା, ସମସ୍ତ ପରୀକ୍ଷା ଓ ଅତୀତର ତିକ୍ତ ଅଭିଜ୍ଞତାରୁ, ଯୁବଶକ୍ତି ସଫଳତା ଦିଗରେ କାର୍ଯ୍ୟ କରିଯିବ । ଯଦି ସାମ୍ପ୍ରଦାୟିକତା ଓ ଅନ୍ଧବିଶ୍ୱାସକୁ ଆମେ ଦୂର କରିବାକୁ ଚାହୁଁ, ତାହାହେଲେ ଯୁବକମାନଙ୍କ ଭିତରେ ହିଁ ଆମକୁ କାର୍ଯ୍ୟ କରିବାକୁ ହେବ ।’ ନେତାଜୀଙ୍କ ଆହ୍ୱାନ ଥିଲା “ଯେଉଁ ଦେଶର ସରକାର ବା ଶାସନ ସାଧାରଣ ଜନତାଙ୍କୁ ତାଙ୍କ ଅଧିକାରରୁ ବଞ୍ôଚତ କରୁଛି, ସେହି ଦେଶର ଯୁବକ-ଛାତ୍ରମାନଙ୍କ ଦାୟିତ୍ୱ ନୁହେଁ, କର୍ତ୍ତବ୍ୟ ହୋଇଯାଉଛି କି, ସେଭଳି ଏକ ସରକାର ବା ଶାସନକୁ ବଦଳାଇ ଦେବେ, ନଚେତ୍ ଶାସନ ଗାଦିରୁ କାଢିଦେବେ’ ।

ନେତାଜୀ ଯୋଜନା କମିଟି (ବର୍ତ୍ତମାନର ନାମ ନୀତି ଆୟୋଗ)ର ପ୍ରତିଷ୍ଠାତା ଥିଲେ ଓ ତା ୧୭-୧୨-୧୯୩୮ରିଖରେ ମୁମ୍ବାଇରେ ଏହାକୁ ଗଠନ କରିଥିଲେ । ଏଥିରେ ଭି.ବି. ଗିରି, ଜେ.ବି. କୃପାଳିନୀ, ବିଶ୍ୱେଶ୍ୱରାୟ, ମେଘନାଦ ସାହା ସଦସ୍ୟବୃନ୍ଦ ଓ ନେହେରୁ ଅଧ୍ୟକ୍ଷ ଭାବେ ସଭାପତି ନେତାଜୀ ସୁଭାଷ ବୋଷଙ୍କ ଦ୍ୱାରା ମନୋନୀତ ହୋଇଥିଲେ ।

ନେତାଜୀ ଜାତୀୟ କଂଗ୍ରେସର ସଭାପତି ରୂପେ ତା ୧୯-୧୨-୧୯୩୮ ଓ ୨୯-୦୧-୧୯୩୯ରିଖରେ ମହାତ୍ମା ଗାନ୍ଧୀଙ୍କର ବ୍ୟକ୍ତିଗତ ପ୍ରାର୍ଥୀକୁ ହରାଇ ବିଜୟଲାଭ କରିଥିଲେ ଓ ପରେ ସେଥିରୁ ଇସ୍ତଫା ଦେଇଥିଲେ ।

ନେତାଜୀ ମହିଳା ସଶକ୍ତିକରଣର ପୃଷ୍ଠପୋଷକ ଥିଲେ । ଯାହାଙ୍କ ନେତୃତ୍ୱରେ ସମ୍ଭବତଃ ବିଶ୍ୱର ପ୍ରଥମ ମହିଳା ସେନାବାହିନୀ ଭାବରେ ଗଠିତ ହୋଇଥିଲା ଝାନ୍ସୀ ରାଣୀ ରେଜିମେଣ୍ଟ ।  ଯେଉଁ ମହିଳା ସେନାବାହିନୀର କ୍ୟାପଟେନ୍ (ଡାକ୍ତରାଣୀ) ଲକ୍ଷ୍ମୀ ସ୍ୱାମୀନାଥନ ସେହେଗଲଙ୍କ ଠାରୁ ସୁଦୂର ଅଗମ୍ୟ କୋରାପୁଟର ଲକ୍ଷ୍ମୀ ଇନ୍ଦିରା ପଣ୍ଡାଙ୍କ ପର୍ଯ୍ୟନ୍ତ ମହିଳାମାନେ ନେତୃତ୍ୱ ନେଉଥିଲେ ।

ନେତାଜୀ ଥିଲେ ସାମ୍ପ୍ରଦାୟିକ ଐକ୍ୟର ପ୍ରବକ୍ତା । ତାଙ୍କର ବିଶ୍ୱସ୍ତ ସହଯୋଗୀ ଥିଲେ କର୍ଣ୍ଣେଲ ହବିବୁର ରହମନ, ମୋଇରାଙ୍ଗ ବିଜୟର ନାୟକ ସଉକତ ଅଲ୍ଳୀ ମଲ୍ଲିକ (ତା ୧୪-୦୪-୧୯୪୪) । ନେତାଜୀଙ୍କ ଡ୍ରାଇଭର ଥିଲେ ନିଜାମୁଦ୍ଦିନ ଓ ରୋଷେଇଆ ଥିଲେ ଶେଖ ରମଜାନ କୁରେସୀ । ନେତାଜୀଙ୍କ ଗଠିତ ପ୍ରଥମ ଆଇ.ଏନ୍.ଏ.ର ସଦସ୍ୟଗଣ ଥିଲେ ଫଉଜା ସିଂହ (ପଞ୍ଜାବୀ), ସତ୍ୟଚନ୍ଦ୍ର ବର୍ଦ୍ଧନ (ତ୍ରିପୁରା), କେ ଅନନ୍ତନ ଆୟାର (କେରଳୀ ବ୍ରାହ୍ମଣ), ଓକମ୍ କାଦର (କେରଳୀ ମୁସଲମାନ) ଯେଉଁମାନଙ୍କୁ ସେପ୍ଟେମ୍ବର ୧୦-୧୯୪୩ରେ ମାଡ୍ରାସ ଜେଲରେ ବ୍ରିଟିଶ ଫାଶୀ ଦେଇଥିଲା । ବୋନ ଫିସ ପେରେରା (କେରଳୀ ଖ୍ରଷ୍ଟିୟାନ୍) ନାବାଳକ ହୋଇଥିବାରୁ ତାଙ୍କୁ ଆଜୀବନ କାରାଦଣ୍ଡ ହୋଇଥିଲା । ଆଣ୍ଡାମାନ ଓ ନିକୋବାର ଆଇଲାଣ୍ଡକୁ ନେତାଜୀ ସହୀଦ ଓ ସ୍ୱରାଜ ନାମରେ ନାମକରଣ କରିଥିଲେ ତା ୨୯-୧୨-୧୯୪୩ରିଖରେ ।

ନେତାଜୀ କଂଗ୍ରେସର ସଭାପତି ଥିବା ସମୟରେ ଆଚାର୍ଯ୍ୟ ଜେବି କୃପାଲିନୀ ସାଧାରଣ ସମ୍ପାଦକ ଓ ଯମୁନାଲାଲ ବଜାଜ କୋଷାଧ୍ୟକ୍ଷ ଥିଲେ ।

ମହାତ୍ମା ଗାନ୍ଧୀଙ୍କୁ “ଜାତିର ପିତା’ ବୋଲି ନେତାଜୀ ହିଁ ପ୍ରଥମେ ଅଭିହିତ-ସମ୍ବୋଧନ କରିଥିଲେ । ନେତାଜୀ କଟକର ରେଭେନ୍ସା କଲିଜିଏଟ୍ ସ୍କୁଲର ଛାତ୍ର ଥିବା ବେଳେ ଶହୀଦ ଖୁଦିରାମ ବୋଷଙ୍କୁ ଫାଶୀର ପ୍ରତିବାଦରେ ଛାତ୍ରାବାସରେ ସମୂହ ଅନଶନ କରି ଗୋରା ହାକିମଙ୍କଠାରୁ ବେତ୍ରାଘାତ ଦଣ୍ଡ ପାଇଥିଲେ ।

ଆଜିର ଭାରତବର୍ଷ, ଏହାର ଶାସକ ଓ ପ୍ରଶାସକଙ୍କ ଜରିଆରେ ସମାଜର ଏକ ଭାଗ ଧନୀଙ୍କ ହାତରେ ଦେଶର ସବୁ ସମ୍ପତ୍ତିର ୯୯ ଭାଗ ଟେକିଦେବାକୁ ଉଦ୍ୟମରତ । “ମୁଁ ହିନ୍ଦୁ, ସେ ମୁସଲିମ୍, ସେ ଖ୍ରୀଷ୍ଟିୟାନ୍” ଧ୍ୱନି ଜରିଆରେ ସମାଜକୁ ଖଣ୍ଡଖଣ୍ଡ କରିବାକୁ ଶାସକ ଓ ପ୍ରଶାସକମାନେ ଶତତ ଚେଷ୍ଟିତ ଓ ସଫଳକାମ ହେଉଛନ୍ତି । ଏଭଳି ଏକ ପରିସ୍ଥିତିରେ ନେତାଜୀଙ୍କ ପ୍ରଦର୍ଶିତ ମାର୍ଗ “ସାଧାରଣ ଜନତାଙ୍କ ହାତରେ ଶାସନର ଡ଼ୋରୀ’ ଯେ ଦେଶକୁ ରକ୍ଷା କରି ଏକ ସମତାଭିତ୍ତିକ ସମାଜ ପ୍ରତିଷ୍ଠାରେ ସହାୟକ ହୋଇପାରିବ, ଏଥିରେ ସନ୍ଦେହ ନାହିଁ । ସର୍ବୋପରି ଆମ ଦେଶରେ ଦେଶପ୍ରେମର ସର୍ବୋଚ୍ଚ ନିଦର୍ଶନ ନେତାଜୀ ସୁଭାଷଙ୍କ ଜନ୍ମଜୟନ୍ତୀକୁ ଦେଶପ୍ରେମ ଦିବସ ଭାବରେ ଆଜିର ଯୁବପିଢୀ ଓ ସାଧାରଣ ଜନତା ପାଳନ କରି ତାଙ୍କ ପଥର ପଥିକ ହୋଇପାରିଲେ  ତାହା ହିଁ ହେବ ନେତାଜୀଙ୍କ ପ୍ରତି ଶ୍ରେଷ୍ଠ ସମ୍ମାନ ।

(ଶ୍ରୀ ମହାପାତ୍ର ନେତାଜୀଙ୍କ ପ୍ରତିଷ୍ଠିତ “ଅଲ୍ ଇଣ୍ଡିଆ ଫରୱାର୍ଡ ବ୍ଲକ୍”ର ଓଡ଼ିଶା ରାଜ୍ୟ ସମ୍ପାଦକ)

ମୋ : ୯୪୩୮୧୮୦୫୮୮