Categories
ଆଜିର ଖବର ଜାତୀୟ ଖବର

ଚାଷୀଙ୍କୁ ସମର୍ଥନ କରି ଉପବାସ ରହିବେ କେଜ୍‌ରୀଓ୍ବାଲ

ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀଓ୍ବାଲ ଚାଷୀଙ୍କ ଆନ୍ଦୋଳନକୁ ସମର୍ଥନ କରି ଆସନ୍ତା କାଲି ଗୋଟିଏ ଦିନ ପାଇଁ ଉପବାସ ରଖିବେ । ଏହା ସହିତ ସମସ୍ତ ଲୋକଙ୍କୁ ଚାଷୀ ଆନ୍ଦୋଳନ ପାଇଁ ଗୋଟିଏ ଦିନ ଉପବାସ ରଖିବା ପାଇଁ ଅପିଲ୍‌ କରିଛନ୍ତି ।  ଅରବିନ୍ଦ କହିଛନ୍ତି ଯେ, ଚାଷୀଙ୍କ ଆନ୍ଦୋଳନକୁ ସମର୍ଥନ କରି ଘରେ ଗୋଟିଏ ଦିନରେ ଉପବାସ ରଖନ୍ତୁ ।

ଏତଦ୍‌ବ୍ୟତୀତ ଅରବିନ୍ଦ କେଜରୀଓ୍ବାଲ କହିଛନ୍ତି ଯେ, ଆନ୍ନା ହଜାରେଙ୍କ ଆନ୍ଦୋଳନ ସମୟରେ କଂଗ୍ରେସ ସରକାର ବଦନାମ କରିଥିଲା । ଠିକ୍‌ ସେହିପରି ଚାଷୀ ଆନ୍ଦୋଳନକୁ ବିଜେପି ବଦନାମ୍‌ କରୁଛି । ସେହିପରି ଏହି ଚାଷୀ ଆନ୍ଦୋଳନକୁ ଆଣ୍ଟି ସୋସିଆଲ କୁହାଯିବା ସମ୍ପର୍କରେ ଅରବିନ୍ଦ କହିଛନ୍ତି ଯେ, ଏହି ଆନ୍ଦୋଳନକୁ ବହୁ ଖେଳାଳୀ, ପୂର୍ବତନ ସୈନିକ ସମର୍ଥନ କରୁଛନ୍ତି। ସେମାନେ ସମେସ୍ତ କ’ଣ ଆଣ୍ଟି ସୋସିଆଲ ବୋଲି ପ୍ରଶ୍ନ କରିଛନ୍ତି ।

ଏହି ଅବସରରେ ସେ କେନ୍ଦ୍ର ସରକାରଙ୍କୁ ଏହି ତିନୋଟି ବିଲ୍‌କୁ ରଦ୍ଦ କରିବା ପାଇଁ ଅନୁରୋଧ କରିବା ସହିତ ଏମ୍‌ଏସ୍‌ପି ଆଧାରରେ ଚାଷୀଙ୍କ ଫସଲ କିଣାଯିବା ନେଇ ବିଲ୍‌ ପ୍ରସ୍ତୁତ କରାଯାଉ ବୋଲି ଦାବି କରିଛନ୍ତି ।

ସୂଚନାଯୋଗ୍ୟ, ନୂତନ କୃଷକ  ବିଲ୍‌କୁ ବିରୋଧ କରି ଦିଲ୍ଳୀଠାରେ ଚାଷୀମାନେ ଆଜକୁ 18 ଦିନ ହେବ ଆନ୍ଦୋଳନ କରିଛନ୍ତି । ଚାଷୀ ଓ ସରକାରଙ୍କ ମଧ୍ୟରେ ପାଞ୍ଚ ଥର ବୈଠକ ହେବା ପରେ ବି କୌଣସି ନିଷ୍କର୍ଷ ବାହାରି ପାରିନାହିଁ । ଅପରପକ୍ଷରେ ଏହି ଆନ୍ଦୋଳନକୁ ବହୁ ରାଜନୈତିକ ଦଳ, ଖେଳାଳୀ, ସିନେତାରକା ଆଦି ସମର୍ଥନ ଜଣାଇଛନ୍ତି ।  (ଏଜେନ୍ସି)