Categories
ଆଜିର ଖବର

ଏନ୍‌ଜିକେର ଟ୍ରେଲର ରିଲିଜ୍‌

ତାମିଲ ସୁପରଷ୍ଟାର ସୂର୍ଯ୍ୟାଙ୍କ ଅପ୍‌କମିଙ୍ଗ ଫିଲ୍ମ ନନ୍ଦ ଗୋପାଳ କୁମାରନ୍‌ (ଏନ୍‌ଜିକେ)ର ଟ୍ରେଲର ରିଲିଜ୍‌ ହୋଇଛି। ମଙ୍ଗଳବାର ରିଲିଜ୍‌ ହୋଇଥିବା ଏହି ଟ୍ରେଲରକୁ ରିଲିଜ୍‌ ପରଠାରୁ ୟୁଟ୍ୟୁବ୍‌ରେ ୫୦ ଲକ୍ଷ ଲୋକ ଦେଖି ସାରିଲେଣି। ସେଲ୍‌ଭା ରାଘବନଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ସୂର୍ଯ୍ୟାଙ୍କ ବ୍ୟତିତ ସାଇ ପଲ୍ଲବୀ ଏବଂ ରକୁଲ୍‌ ପ୍ରୀତ ମଧ୍ୟ ନଜର ଆସିବେ। ମେ ୩୧, ୨୦୧୯ରେ ଏହି ଫିଲ୍ମଟି ରିଲିଜ୍‌ ହେବ। ରାଜନୈତିକ ଡ୍ରାମା ଉପରେ ଆଧାରିତ ଏହି ଫିଲ୍ମରେ ସୂର୍ଯ୍ୟା ଜଣେ ଯୁବ ରାଜନେତାର ଚରିତ୍ରରେ ନଜର ଆସିବେ। ଟ୍ରେଲରର ଏକ ଦୃଶ୍ୟରେ ତାଙ୍କ ମା ତାଙ୍କୁ କହୁଥିବା ଦୃଶ୍ୟ ‘ରାଜନୀତି ଏକ ସ୍ମଶାନ, କେହିବି ଏଥିରୁ ଜୀବନ୍ତ ଫେରିନଥାନ୍ତି’ ଅତ୍ୟନ୍ତ ଚମତ୍କାର ରହିଛି। ସାଇ ପଲ୍ଲବୀ ସୂର୍ଯ୍ୟାଙ୍କ ପତ୍ନୀ ଭୂମିକାରେ ରହିଥିବା ବେଳେ ରକୁଲଙ୍କ ଜଣେ ସିାମ୍ବାଦିକା ଭୂମିକାରେ ନଜର ଆସିଛନ୍ତି। ଦୀର୍ଘ ୬ ବର୍ଷର ବ୍ୟବଧାନ ପରେ ସେଲ୍‌ଭା ରାଘବନଙ୍କ ଫିଲ୍ମ ରିଲିଜ୍‌ ହେବାକୁ ଯାଉଛି। ଡ୍ରିମ୍‌ ଓ୍ବାରିୟର୍‌ ପ୍ରଯୋଜନା ସଂସ୍ଥା ଅଧୀନରେ ନିର୍ମିତ ଏହି ଫିଲ୍ମରେ ୟୁଭାନ ଶଙ୍କର ରାଜା ମ୍ୟୁଜିକ୍‌ ଦେଇଥିବା ବେଳେ ଶିବା କୁମାର ବିଜୟନ୍‌ ସିନେମାଟୋଗ୍ରାଫି ଏବଂ ପ୍ରବୀଣ କେଏଲ୍‌ ଏଡିଟିଙ୍ଗ ଦାୟିତ୍ବରେ ଅଛନ୍ତି।