Categories
ଆଜିର ଖବର ଜାତୀୟ ଖବର

ତିହାର୍‌ ଜେଲ ଇତିହାସରେ ପ୍ରଥମ ଥର ପାଇଁ ଏକାସାଙ୍ଗରେ ଦିଆଗଲା ଚାରି ଦୋଷୀଙ୍କୁ ଫାଶୀ: ଜାଣନ୍ତୁ କେମିତି ଥିଲା ପ୍ରସ୍ତୁତି

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ମାମଲାର ଦୋଷୀଙ୍କୁ ଫାଶୀ ଫନ୍ଦରୁ ବଞ୍ଚାଇବା ପାଇଁ ତାଙ୍କ ଓକିଲ ଏପି ସିଂହ ବହୁ ପ୍ରଚେଷ୍ଟା କରିଥିଲେ। ଚାରି ଦୋଷୀଙ୍କୁ ଫାଶୀରୁ ବଞ୍ଚାଇବା ପାଇଁ ଏପି ସିଂହ ଦିଲ୍ଲୀ ହାଇକୋର୍ଟରୁ ସୁପ୍ରିମ୍‌କୋର୍ଟ ପର୍ଯ୍ୟନ୍ତ ଯାଇ ଆଇନର ବିଭିନ୍ନ ଗଳା ବାଟକୁ ଉପଯୋଗ କରିଥିଲେ। କିନ୍ତୁ ତାଙ୍କର ସବୁ ଚାଲ୍‌ ଫେଲ୍‌ ମାରିଲା। ତିହାର ଜେଲ୍‌ର ଇତିହାସରେ ପ୍ରଥମ ଥର ପାଇଁ ଚାରି ଦୋଷୀଙ୍କୁ ଏକା ସାଙ୍ଗରେ ଦିଆଗଲା ଫାଶୀ। ଏହା ପୂର୍ବରୁ 1982ରେ ରଙ୍ଗା –ବିଲ୍ଲାଙ୍କୁ ଏକାସାଙ୍ଗରେ ଫାଶୀ ଦିଆଯାଇଥିଲା।

ନିର୍ଭୟାର ଚାରୀ ଦୋଷୀ ବିନୟ, ମୁକେଶ, ପଓ୍ବନ ଓ ଅକ୍ଷୟଙ୍କୁ ଫାଶୀ ଦେବା ପାଇଁ ତିହାଡର ଫାଶୀ ଘରର କୂଅକୁ ଚଉଡା କରାଯାଇଥିଲା। ଯେଉଁ ଜେଲ୍‌ରେ ଏହି ଚାରି ଦୋଷୀ ରହିଥିଲେ, ସେଠାରୁ 200 ପାଦ ଦୂରରେ ଫାଶୀ ଘର ପ୍ରସ୍ତୁତ କରାଯାଇଥିଲା। ଯେଉଁଠାରେ ଫାଶୀ ଦିଆଯାଇଛି। ସେଠାରେ 500 ଗଜ ଏରିଆରେ ଏକ କୂଅ ନିର୍ମାଣ କରାଯାଇଥିଲା। ଯାହାର ଉଚ୍ଚତା 12 ଫୁଟ। ଫାଶୀ ଦିଆଯାଉଥିବା ସମୟରେ ଜେଲ୍‌ର ସୁପରିଟେଣ୍ଡେଡ୍‌, ଆସିଷ୍ଟାଣ୍ଡ୍‌ ଜେଲ୍‌ ସୁପରିଟେଣ୍ଡେଡ୍‌, ତାମିଲନାଡୁ ପୋଲିସ୍‌ କର୍ମୀ ଉପସ୍ଥିତ ରହିଥିଲେ। ଏତଦ୍‌ବ୍ୟତୀତ ମେଡ଼ିକାଲ୍‌ ଅଫିସର୍‌, ଡିଏମ୍‌ଏ, ଏଡିଏମ୍‌ ମଧ୍ୟ ଉପସ୍ଥିତ ରହିଥିଲେ । ଏହି ସମସ୍ତଙ୍କ ଉପସ୍ଥିତିରେ ଦୋଷୀଙ୍କୁ ଫାଶୀ ଦିଆଯାଇଥିଲା।

ଏହି ଚାରିଙ୍କ ପୂର୍ବରୁ ତିହାର୍‌ ଜେଲ୍‌ରେ 1982 ମସିହାରେ ରଙ୍ଗା ବିଲ୍ଲାଙ୍କୁ ଫାଶୀ ଦିଆଯାଇଥିଲା। 1983ରେ ମୋହମ୍ମଦ ମକବୁଲ୍‌ ଭଟ୍ଟ, 1985ରେ କରତାର ସିଂହ-ଉଜାଗର ସିଂହ, 1989 ସତଓ୍ବନ୍ତ ସିଂହ-କେହର ସିଂହ ଓ 2013ରେ ଅଫଜଲ୍‌ ଗୁରୁକୁ ଫାଶୀ ଦିଆଯାଇଥିଲା। (ଏଜେନ୍ସି)