Categories
ଆଜିର ଖବର ରାଜ୍ୟ ଖବର

ଓଡ଼ିଶାରେ ନିଜାମୁଦ୍ଦିନ ଫେରନ୍ତାଙ୍କ ସଂଖ୍ୟା ୭୦କୁ ବୃଦ୍ଧି ହୋଇଛି: ସୁବ୍ରତ ବାଗ୍‌ଚୀ

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର: ରାଜ୍ୟରେ କରୋନା ସ୍ଥିତିକୁ ନେଇ କୋଭିଡ-୧୯ର ମୁଖପାତ୍ର ସୁବ୍ରତ ବାଗ୍‌ଚୀ ସୂଚନା ଦେଇ କହିଛନ୍ତି ଯେ, ରାଜ୍ୟରେ ଏଯାବତ୍‌ ୨୨୧୫ଟି ସାମ୍ପଲ୍‌ ପରୀକ୍ଷା କରାଯାଇଛି। ୪୨ଟି ପଜିଟିଭି ମିଳିଛି। ଦୁଇଜଣ ସୁସ୍ଥ ହୋଇ ଡିସ୍‌ଚାର୍ଜ ହୋଇଥିବାବେଳେ ଆଜି ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ଆଜି ଗୋଟିଏ ଦିନରେ ବିଶ୍ବରେ ୫ ହଜାର ମୃତ୍ୟୁ ଘଟିଛି ବୋଲି କହିଛନ୍ତି ବାଗ୍‌ଚୀ। ସେହିପରି ଆଜି ୨୦୮ଟି ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୧୩,୪୯,୮୮୯କୁ ବୃଦ୍ଧି ଘଟିଛି।

ସେହିପରି ଓଡ଼ିଶାର ନିଜାମୁଦ୍ଦିନ ଫେରନ୍ତାଙ୍କ ସଂଖ୍ୟା ୭୦କୁ ବୃଦ୍ଧି ହୋଇଛି ବୋଲି କହିଛନ୍ତି ବାଗ୍‌ଚୀ। ପୂର୍ବରୁ ୨୮ ଜଣ ୧୦୪ଜରିଆରେ ନାମ ପଞ୍ଜୀକରଣ କରିଥିବାବେଳେ ମୁଖ୍ୟମନ୍ତ୍ରୀ ଅପିଲ୍‌ ପରେ  ଆଉ ୪୨ଜଣ ନାମ ପଞ୍ଜୀକରଣ କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଭିସା ନିୟମର ଉଲ୍ଲଂଘନ କରିଛନ୍ତି ନିଜାମୁଦ୍ଦିନ ପ୍ରବକ୍ତା

ନୂଆଦିଲ୍ଲୀ: ନୂଆଦିଲ୍ଲୀର ନିଜାମୁଦ୍ଦିନ ମକରଜରେ ଅନୁଷ୍ଠିତ ତବଲିଗି ଜମାତରେ ଶତାଧିକ ବିଦେଶୀ ପ୍ରବଚକ ଯୋଗ ଦେଇଥିବା ବେଳେ ଏହାଦ୍ୱାରା କରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି । ତେବେ ବୈଦେଶିକ ବିଭାଗର ଗୁଇନ୍ଦା ବିଭାଗ ପକ୍ଷରୁ ଏକ ରୋଚକ ତଥ୍ୟ ପ୍ରକାଶ ପାଇଛି । ଏହି ସୂଚନା ଅନୁାୟୀ ସମ୍ମିଳନୀରେ ଯୋଗ ଦେଇଥିବା ପ୍ରାୟ ୯୦୦ ବ୍ୟକ୍ତି ଭିସା ଆଇନର ଉଲ୍ଲଂଘନ କରିଛନ୍ତି । ଗୁଇନ୍ଦା ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁାୟୀ ଏହି ଅନ୍ରୁବେଶକାରୀ ମାନେ ପର୍ଯ୍ୟଟକ ଭିସାରେ ଫେବୃୟାରୀ ଓ ମାର୍ଚ୍ଚ ମାସରେ ଆବଦେନ କରିଥିଲେ । ଏହା ସହିତ ଏହି ମୁସଲିମ ଧର୍ମଗୁରୁ ମାନଙ୍କୁ ଭବିଷ୍ୟତରେ ଭାରତ ପ୍ରବେଶ ଉରେ କଟକଣା ଜାରି କରାଯାଇଛି ।

Categories
ଆଜିର ଖବର ଜାତୀୟ ଖବର

ପଶ୍ଚିମବଙ୍ଗରେ ଆଉ ଜଣକଙ୍କର ମୁଣ୍ଡ ନେଲା କରୋନା, ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 26ରେ ପହଞ୍ଚିଲା

କୋଲକାତା : ପଶ୍ଚିମବଙ୍ଗରେ କରୋନା ଭାଇରସ୍‌ ଯୋଗୁଁ ପୁଣି ଆଉଜଣକର ମୃତ୍ୟୁ ହୋଇଛି। ହାଓ୍ବଡା ଜିଲ୍ଲାର ହସ୍ପିଟାଲ୍‌ରେ ଏହି ମୃତ୍ୟୁ ହୋଇଛି । ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା 3କୁ ବୃଦ୍ଧି ପାଇଛି । ସେହିପରି ରାଜ୍ୟରେ ନୂଆ ଚାରୋଟି ମାମଲା ସାମ୍ନାକୁ ଆସିଛି । ରାଜ୍ୟରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା 26କୁ ବୃଦ୍ଧି ପାଇଛି । ଦେଶରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା 1400 ଟପିଥିବାବେଳେ ମୃତ୍ୟୁ ସଂଖ୍ୟା 32କୁ ଟପିଛି ।

ଦିଲ୍ଲୀର ନିଜାମୁଦ୍ଦିନ୍‌ ସଂକ୍ରମଣକୁ ନେଇ ଏବେ ଦେଶରେ ଚିନ୍ତା ବଢିଯାଇଛି । ଦିଲ୍ଲୀର ନିଜାମୁଦ୍ଦୀନରେ ଆୟୋଜିତ ତବଲିଗୀ ଜମାତ ଧାର୍ମିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାକୁ ଆସିଥିବା 10 ଜଣ ଲୋକଙ୍କ କରୋନା ଭାଇରସ କାରଣରୁ ମୃତ୍ୟୁ ହୋଇଥିବାର ସୂଚନା ରହିଛି। ଏମାନଙ୍କ ମଧ୍ୟରୁ ଅଧଂକାଶ ତେଲେଙ୍ଗାନାରେ ହିଁ ମୃତ୍ୟୁ ହୋଇଛି । ମାର୍ଚ୍ଚ 13ରୁ 15 ପର୍ଯ୍ୟନ୍ତ ଏହି ଧାର୍ମିକ ଉତ୍ସବରେ ପ୍ରାୟ 15ଶହ ଲୋକ ମହଜୁଦ ରହିଥିଲେ । ଏହି ଉତ୍ସବରେ ସାଉଦି ଆରବ, ଇଣ୍ଡୋନେସିଆ, ମାଲେସିଆରୁ ପ୍ରାୟ 250ରୁ ଉର୍ଦ୍ଧ୍ବ ଜଣ ଲୋକେ ରହିଥିଲେ। ଏହି ଧାର୍ମିକ ଉତ୍ସବରେ ତାମିଲନାଡୁ, ପଶ୍ଚିମବଙ୍ଗ, କେରଳ, ତେଲେଙ୍ଗାନରୁ ବହୁ ଲୋକ ସାମିଲ୍‌ ହୋଇଥିଲେ ।

ସେହିପରି ଦିଲ୍ଲୀର ନିଜାମୁଦ୍ଦିନ୍‌ ଧାର୍ମିକ ସଭାରେ କେତେ ଜଣ ଓଡ଼ିଆ ରହିଥିଲେ, ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । କେହି କେହି 10 ଜଣ ଓଡ଼ିଆ ପ୍ରତିନିଧି ଯୋଗ ଦେଇଥିବାର କହୁଥିବାବେଳେ କେହି କେହି 15 ଜଣ ଯୋଗଦେଇଥିଲେ ବୋଲି କହୁଛନ୍ତି । ତେବେ ପ୍ରକୃତରେ ଓଡ଼ିଶାରୁ କେତେଜଣ ନିଜାମୁଦ୍ଦିନ ଧାର୍ମିକ ସଭାରେ ଯୋଗଦେଇଥିଲେ, ସେନେଇ ରାଜ୍ୟ ସରକାରଙ୍କ ତରଫରୁ କୌଣସି ଉତ୍ତର ରଖାଯାଇନାହିଁ ।