ଓଡ଼ିଶାରେ ନିଜାମୁଦ୍ଦିନ ଫେରନ୍ତାଙ୍କ ସଂଖ୍ୟା ୭୦କୁ ବୃଦ୍ଧି ହୋଇଛି: ସୁବ୍ରତ ବାଗ୍‌ଚୀ

Published: Apr 7, 2020, 5:28 pm IST

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର: ରାଜ୍ୟରେ କରୋନା ସ୍ଥିତିକୁ ନେଇ କୋଭିଡ-୧୯ର ମୁଖପାତ୍ର ସୁବ୍ରତ ବାଗ୍‌ଚୀ ସୂଚନା ଦେଇ କହିଛନ୍ତି ଯେ, ରାଜ୍ୟରେ ଏଯାବତ୍‌ ୨୨୧୫ଟି ସାମ୍ପଲ୍‌ ପରୀକ୍ଷା କରାଯାଇଛି। ୪୨ଟି ପଜିଟିଭି ମିଳିଛି। ଦୁଇଜଣ ସୁସ୍ଥ ହୋଇ ଡିସ୍‌ଚାର୍ଜ ହୋଇଥିବାବେଳେ ଆଜି ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ଆଜି ଗୋଟିଏ ଦିନରେ ବିଶ୍ବରେ ୫ ହଜାର ମୃତ୍ୟୁ ଘଟିଛି ବୋଲି କହିଛନ୍ତି ବାଗ୍‌ଚୀ। ସେହିପରି ଆଜି ୨୦୮ଟି ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୧୩,୪୯,୮୮୯କୁ ବୃଦ୍ଧି ଘଟିଛି।

ସେହିପରି ଓଡ଼ିଶାର ନିଜାମୁଦ୍ଦିନ ଫେରନ୍ତାଙ୍କ ସଂଖ୍ୟା ୭୦କୁ ବୃଦ୍ଧି ହୋଇଛି ବୋଲି କହିଛନ୍ତି ବାଗ୍‌ଚୀ। ପୂର୍ବରୁ ୨୮ ଜଣ ୧୦୪ଜରିଆରେ ନାମ ପଞ୍ଜୀକରଣ କରିଥିବାବେଳେ ମୁଖ୍ୟମନ୍ତ୍ରୀ ଅପିଲ୍‌ ପରେ  ଆଉ ୪୨ଜଣ ନାମ ପଞ୍ଜୀକରଣ କରିଛନ୍ତି।

Related posts