Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

କୋଭିଡ କଟକଣା ଭିତରେ ଖୋଲିଲା ସ୍କୁଲ, କେମିତି ହେଉଛି ପାଠ ପଢା ଜାଣନ୍ତୁ

ଭୁବନେଶ୍ବର, ରାଜ୍ୟର ସମସ୍ତ ସରକାରୀ ସ୍କୁଲ ଆଜିଠାରୁ ଖୋଲିଛି। କରୋନା ପାଇଁ ଦୀର୍ଘ ନଅମାସ ଧରି ସ୍କୁଲ ବନ୍ଦ ଥିଲା। ସରକାରୀ ସ୍କୁଲ ସହିତ କେତେକ ଘରୋଇ ସ୍କୁଲ ମଧ୍ୟ ଖୋଲାଯାଇଛି। ତେବେ କରୋନା ପାଇଁ ସରକାରଙ୍କ ଯେଉଁ କଟକଣା ରହିଛି ସେହି ଅନୁସାରେ ଛାତ୍ରଛାତ୍ରୀଙ୍କୁ ସ୍କୁଲ ପ୍ରବେଶ କରିବାକୁ ଅନୁମତି ଦିଆଯାଉଛି। ଛାତ୍ରଛାତ୍ରୀମାନେ ସ୍କୁଲକୁ ଯିବା ପୂର୍ବରୁ ସେମାନଙ୍କୁ ଶାରୀରିକ ଦୂରତାରେ ରଖି ଥର୍ମାଲସ୍କାନିଂ କରାଯାଇଛି। ସାନିଟାଇଜେସନ ପରେ ସେମାନଙ୍କୁ ସ୍କୁଲ ଭିତରକୁ ଛଡାଯାଇଛି।

ସେହିପରି ସ୍କୁଲ ଭିତରେ ଅର୍ଥାତ କ୍ଲାସଗୁଡିକରେ ଗୋଟିଏ ଟେବୁଲରେ ଦୁଇଜଣ କିମ୍ବା ତିନିଜଣ ବସୁଥିଲେ। ହେଲେ ବର୍ତ୍ତମାନ ଗୋଟିଏ ଟେବୁଲରେ କେବଳ ଜଣେ ବସିପାରିବ। ସେଥିପାଇଁ ଗୋଟିଏ ଗୋଟିଏ କ୍ଲାସକୁ ବର୍ତ୍ତମାନ ଦୁଇଟି ରୁମରେ କରାଯିବ। ପୁରା ସ୍କୁଲ ସମୟରେ ଛାତ୍ରଛାତ୍ରୀମାନେ ମାସ୍କ ପିନ୍ଧିବା ବାଧ୍ୟତା ମୂଳକ କରାଯାଇଛି।

ସେହିପରି ଛାତ୍ରଛାତ୍ରୀମାନେ ପକେଟରେ ସାନିଟାଇଜରେ ନେବା ପାଇଁ କୁହାଯାଇଛି। ଏଥିସହିତ ସ୍କୁଲରେ ମଧ୍ୟ ସାନିଟାଇଜର ରଖାଯିବ। ପ୍ରତି ପିରିୟଡ ପରେ ଏବଂ ଟଏଲେଟରୁ ଆସିବା ପରେ ହାତକୁ ସାନିଟଇଜ କରିବା ପାଇଁ କୁହାଯାଇଛି।

ବର୍ତ୍ତମାନ ସରକାରୀ ସ୍କୁଲ ସହିତ କେତେକ ଘରୋଇ ସ୍କୁଲ ମଧ୍ୟ ଖୋଲିଛି। ହେଲେ ସମସ୍ତ ଘରୋଇ ସ୍କୁଲ ଆସନ୍ତା ସୋମବାରଠାରୁ ଖୋଲିବ।