Categories
ଆଜିର ଖବର

ଓମ୍‌ ପ୍ରକାଶ ଚୌତାଲାଙ୍କ ୩.୬୮ କୋଟିର ସମ୍ପତ୍ତି ଜବତ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ପୂର୍ବତନ ହରିୟାଣା ମୁଖ୍ୟମନ୍ତ୍ରୀ ଓମ୍‌ ପ୍ରକାଶ ଚୌତାଲାଙ୍କ ୩.୬୮ କୋଟି ଟଙ୍କାର ସମ୍ପତ୍ତି ଜବତ କରାଯାଇଛି। ଇଡି ପକ୍ଷରୁ ଚୌତାଲାଙ୍କର ଏକ ଫ୍ଲାଟ୍‌, ଜମି ଏବଂ ବିଭିନ୍ନ ସ୍ଥାନରେ ରହିଥିବା ଘର ଜବତ କରାଯାଇଛି। ଇଡି ପକ୍ଷରୁ ଜବତ କରାଯାଇଥିବା ଜମି ଏବଂ ଘର ଗୁଡିକ ଦିଲ୍ଲୀ, ପଞ୍ଚକୁଲ୍ଲା ଏବଂ ଶୀର୍ଷାରେ ରହିଛି ବୋଲି ଇଡି ପକ୍ଷରୁ ସୂଚନା ଦିଆଯାଇଛି। ଅର୍ଥ ହେରଫେର ମାମଲା ନେଇ ଚୌତାଲାଙ୍କ ବିପକ୍ଷରେ ଇଡି ପକ୍ଷରୁ ଏହି ମାମଲା ରୁଜୁ କରାଯାଇଛି। ଏହା ସହିତ ସିବିଆଇ ପକ୍ଷରୁ ମଧ୍ୟ ଚୌତାଲାଙ୍କ ନାମରେ ଏକ ଅର୍ଥ ହେରଫେର ମାମଲା ରୁଜୁ କରାଯାଇଛି। ସିବିଆଇ ପକ୍ଷରୁ ଦାୟର କରାଯାଇଥିବା ଅଭିଯୋଗ ପତ୍ରରେ ଓମ୍‌ ପ୍ରକାଶଙ୍କ ବ୍ୟତିତ ଅଜୟ ଚୌତାଲା ଏବଂ ଅଭୟ ଚୌତାଲାଙ୍କ ନାମ ମଧ୍ୟ ରହିଛି। ସୂଚନାଯୋଗ୍ୟ ଯେ, ୧୯୯୩ରୁ ୨୦୦୬ ପର୍ଯ୍ୟନ୍ତ କ୍ଷମତାରେ ରହିଥିବା ଚୌତାଲାଙ୍କ ବିପକ୍ଷରେ ୬ କୋଟି ୯୭ ଲକ୍ଷ ୯୦୨୬ ଟଙ୍କା ଅନୈତିକ ଉପାୟରେ ଅର୍ଜନ କରିବା ନେଇ ଅଭିଯୋଗ ଆସିଥିଲା। ଜୁଲାଇ ୧୭, ୨୦୧୮ରେ ସିବିଆଇର ସ୍ବତନ୍ତ୍ର କୋର୍ଟ ସାମ୍ନାରେ ହାଜର ହୋଇଥିବା ବେଳେ ୪.୧୫ କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଥିଲା।