Categories
ଆଜିର ଖବର ରାଜ୍ୟ ଖବର

ଅନ୍‌ଲାଇନ୍‌ରେ ପଢିବେ ଯୁକ୍ତ ଦୁଇ ଛାତ୍ରଛାତ୍ରୀ

ଭୁବନେଶ୍ବର : ଯୁକ୍ତ ଦୁଇ ଦ୍ବିତୀୟ ବର୍ଷ  ଛାତ୍ରଛାତ୍ରୀଙ୍କ ପାଇଁ ଅନଲାଇନ୍‌ କ୍ଲାସ ନେଇ ଯୋଜନା ପ୍ରସ୍ତୁତ କରାଯାଇଛି । ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଯୋଜନା ଆରମ୍ଭ କରାଯାଉଛି । ସବୁ ସରକାରୀ / ବେସରକାରୀ କଲେଜ ଅଧ୍ୟକ୍ଷଙ୍କୁ ନିର୍ଦ୍ଦେଶକ ଚିଠି ଦେଇଛନ୍ତି। ଡିଜିଟାଲ ଶିକ୍ଷା ଉପାଦାନ ତଥା ଭିଡିଓ ଯୋଗାଇବାକୁ ଚିଠିରେ ଉଲ୍ଲେଖ କରାଯାଇଛି । ଅଧ୍ୟାପକଙ୍କଠାରୁ ଆଦାୟ କରି ମେ 20 ସୁଦ୍ଧା ଇ-ମେଲ୍‌ରେ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଏକ୍ସପର୍ଟ କମିଟି ଏହାର ଯାଞ୍ଚ କରି ଚୂଡ଼ାନ୍ତ କରିବା ନେଇ ନିଷ୍ପତ୍ତି ନିଆଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଅନ୍‌ଲାଇନ୍‌ରେ ପାଠ ପଢୁଛନ୍ତି ସୋଆର 93ରୁ 98 ପ୍ରତିଶତ ଛାତ୍ରଛାତ୍ରୀ

ଭୁବନେଶ୍ବର : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଅଧୀନସ୍ଥ ବିଭିନ୍ନ ଶିକ୍ଷାନୁଷ୍ଠାନରେ 93ରୁ 98ପ୍ରତିଶତ ଛାତ୍ରଛାତ୍ରୀ ଅନଲାଇନ ଶିକ୍ଷା ଗ୍ରହଣ କରୁଛନ୍ତି । କରୋନା ମହାମାରୀକୁ ନେଇ ସାରା ଦେଶ ଏବେ ଲକଡାଉନରେ ଥିବାବେଳେ ଛାତ୍ରଛାତ୍ରୀଙ୍କର ପାଠପଢ଼ା ମଧ୍ୟ ବାଧାପ୍ରାପ୍ତ ହୋଇଛି । ତେବେ ସୋଆ ଛାତ୍ରଛାତ୍ରୀଙ୍କ ପାଠ ପଢ଼ାରେ ଯେଭଳି କୌଣସି ଅସୁବିଧା ନହୁଏ ସେ ଦିଗରେ ଅଧିକ ଯତ୍ନବାନ ହୋଇଛି ବିଶ୍ୱବିଦ୍ୟାଳୟ । ୟୁ.ଜି.ସି ଓ ଏ.ଆଇ.ସି.ଟି.ଇର ଗାଇଡ ଲାଇନ ଅନୁଯାୟୀ ବିଗତ 1 ମାସ ହେବ ଛାତ୍ରଛାତ୍ରୀ ମାନଙ୍କୁ ଅନଲାଇନ କ୍ଲାସ ଯୋଗେ ପାଠ ପଢ଼ାଯାଉଛି ।

ଗୁଗୁଲ ମିଟ୍ ଏବଂ ୱେବେକ୍ସ ପ୍ଲାଟଫର୍ମର ଲାଇଭ ଷ୍ଟ୍ରିମିଂ ମାଧ୍ୟମରେ ପାଠ ପଢ଼ାଉଥିବା ବେଳେ ଛାତ୍ରଛାତ୍ରୀଙ୍କ ଅଧିକ ସୁବିଧା ନିମନ୍ତେ ଭିଡିଓ ଲେକ୍‌ଚର ଗୁଡିକୁ ମଧ୍ୟ ୱେବସାଇଟ୍‌ରେ ଅପଲୋଡ କରାଯାଉଛି । ବିଭିନ୍ନ ଶିକ୍ଷାନୁଷ୍ଠାନରେ 93ରୁ 98 ପ୍ରତିଶତ ଛାତ୍ରଛାତ୍ରୀ ଏହି ଅନଲାଇନ କ୍ଲାସରେ ଯୋଗ ଦେଉଛନ୍ତି ବୋଲି ସୋଆ ପକ୍ଷରୁ କୁହାଯାଇଛି । ପ୍ରତ୍ୟେକ ବିଷୟରେ ଦିନକୁ 3-5 ଘଣ୍ଟା ଲାଇଭ ଷ୍ଟ୍ରିମିଂ ମାଧ୍ୟମରେ ଶିକ୍ଷାଦାନ କରୁଥିବାବେଳେ ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କ ମଧ୍ୟରେ ପାଠ୍ୟକ୍ରମ ସମ୍ପର୍କିତ ବିଭିନ୍ନ ଆଲୋଚନା ମଧ୍ୟ କରାଯାଉଛି । ଯଦି କୌଣସି ଛାତ୍ର କ୍ଲାସରେ ଉପସ୍ଥିତ ହୋଇପାରୁନାହିଁ ତେବେ ଭିଡିଓ ଲିଙ୍କ ଗୁଡିକ ଇ-ମେଲ୍ ମାଧ୍ୟମରେ ପଠାଯାଉଛି ।