Categories
ଆଜିର ଖବର ଜାତୀୟ ଖବର

ମହାରାଷ୍ଟ୍ରରେ ’ଅପରେସନ୍‌ ଲୋଟସ୍‌’କୁ ନେଇ ଉଦ୍ଧବଙ୍କ ଚେତାବନୀ

ମୁମ୍ବାଇ : ଦେଶରେ କରୋନା ସ୍ଥିତି ସଂକଟାପନ୍ନ ରହିଥିବାବେଳେ ରାଜନୀତି ମଧ୍ୟ ବେଶ୍‌ ଚର୍ଚ୍ଚାରେ ରହିଛି । ରାଜସ୍ଥାନରେ ଜାରି ରହିଥିବା ରାଜନୀତି ସଂକଟ ମଧ୍ୟରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ବୟାନ୍‌ ବେଶ୍‌ ଚର୍ଚ୍ଚାକୁ ଆସିଛି । ଉଦ୍ଧବ କହିଛନ୍ତି ଯେ, କେହି ଯଦି ମୋ ସରକାରକୁ ଭାଙ୍ଗିବାକୁ ଚାହୁଁଛି, ତେବେ ଭାଙ୍ଗୁ । ମୁଁ ଏବେ ଦେଖୁଛି… ଅପେକ୍ଷଶ କାହାକୁ ? ବର୍ତ୍ତମାନ ସରକାର ଭାଙ୍ଗ । ଏ ସରକାର ତିନି ଚକିଆ ବିଶିଷ୍ଟ କିନ୍ତୁ ଏହା ଗରିବଙ୍କ ବାହନ । କିନ୍ତୁ ଏହାର ଷ୍ଟେରିଙ୍ଗ୍‌ ମୋ  ହାତରେ ରହିଛି । ବୁଲେଟ୍‌ ଟ୍ରେନ୍‌ ଓ ରିକ୍ସା ମଧ୍ୟରେ ମୁଁ କେବଳ ରିକ୍ସାକୁ ହିଁ ବାଛିବି ।

ସେ ସର୍ବଦା ଗରିବଙ୍କ ସହ ରହିଛନ୍ତି ଓ ରହିବେ । ଏହି ଭୂମିକା କେବେ ବଦଳିବ ନାହିଁ । ମୁଖ୍ୟମନ୍ତ୍ରୀ ହେବା ପରେ ବୁଲେଟ୍‌ ଟ୍ରେନ୍‌ ପଛରେ ଛିଡା ହେବି ଏପରି ମାନସିକତା ନ ଆଣନ୍ତୁ ବୋଲି ଉଦ୍ଧବ ସ୍ପଷ୍ଟ କରିଛନ୍ତି । ଏହି ଅବସରରେ କେନ୍ଦ୍ର ସରକାର 30-35 ଚକିଆ ବା ରେଳଗାଡି ବୋଲି କଟାକ୍ଷ କରିଛନ୍ତି ଉଦ୍ଧବ । ଅପରପକ୍ଷରେ ମହାରାଷ୍ଟ୍ରରେ ’ଅପରେସନ ଲୋଟସ୍‌’ ବାବଦରେ ଉଦ୍ଧବ କିଛି ଭବିଷ୍ୟବାଣୀ କରିପାରିବେ ନାହିଁ ବୋଲି କହିଛନ୍ତି। (ଏଜେନ୍ସି)