Categories
ଆଜିର ଖବର ଜାତୀୟ ଖବର

କରୋନାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତାଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା କଂଗ୍ରେସ ବରିଷ୍ଠ ନେତା ପି ନାମଗ୍ୟାଲ୍‌ କରୋନାରେ ମୃତ୍ୟୁବରଣ କରିଛନ୍ତି।ଲଦାଖରୁ କଂଗ୍ରେସର ସାଂସଦ ଭାବେ ତିନି ଥର ଜିତିଥିବା ନାମଗ୍ୟାଲ୍‌ 83 ବର୍ଷ ବୟସରେ ମୃତ୍ୟୁବରଣ କରିଛନ୍ତି। ସେ କରୋନାରେ ସଂକ୍ରମିତ ହୋଇଥିବା ସହ ଅନ୍ୟାନ୍ୟ ରୋଗରେ ମଧ୍ୟ ପୀଡ଼ିତଥିଲେ। ସେ ଜଣେ  କେବଳ ଜଣେ ରାଜନେତା ଭାବରେ ନୁହେଁ ବରଂ ସାମାଜିକକର୍ମୀ ରୂପେ ବେଶ ପରିଚିତ ହାସଲ କରିଥିଲେ । ଲଦାଖରୁ ତିନି ଥର ସାଂସଦ ରହିଥିବା ପି ନାମଗ୍ୟାଲ୍‌ ଲଦାଖରେ ରହିଥିବା ବୌଦ୍ଧଙ୍କ ମଧ୍ୟରେ ସମ୍ମାନିତ ବ୍ୟକ୍ତିତ୍ବ ରହିଥିଲେ ।

ନାମଗ୍ୟାଲ୍‌ 1960ରୁ 73 ଓ 1974ରୁ 80 ପର୍ଯ୍ୟନ୍ତ ସପ୍ତମ ଲୋକସଭା ନିର୍ବାଚନରେ ବିଜୟୀ ହୋଇ ତତ୍କାଳୀନ ଜମ୍ମୁକ ଓ କାଶ୍ମୀର ବିଧାନ ପରିଷଦର ସଦସ୍ୟ ରହିଥିଲେ । ଚାରି ବର୍ଷ ପରେ ପୁନର୍ବାର ସେ ଲୋକସଭାକୁ ନିର୍ବାଚିତ ହୋଇ ତତ୍କାଳୀନ କେନ୍ଦ୍ର ସରକାରଙ୍କ 1988-89 ସମୟ ମଧ୍ୟରେ କେନ୍ଦ୍ରୀୟ ଉପ ମନ୍ତ୍ରୀ ରୂପେ କାର୍ଯ୍ୟ କରିଥିଲେ । 1996ରେ ସେ ତୃତୀୟ ଥର ପାଇଁ ଲୋକସଭା ନିର୍ବାଚନ ଜିତିଥିଲେ ।

ଲଦାଖରେ ବରିଷ୍ଠ କଂଗ୍ରେସ ନେତାଙ୍କ ସମେତ ଅନ୍ୟ ତିନିଜଣଙ୍କ କରୋନା ଯୋଗୁଁ ମୃତ୍ୟୁ ହୋଇଛି । ଲଦାଖରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 4କୁ ବୃଦ୍ଧି ହୋଇଛି । ଏଠାରେ ମୋଟ୍‌ 43ଟି ମାମଲା ଆସିଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ 34ଟି ସକ୍ରିୟ ମାମଲା ରହିଛି । (ଏଜେନ୍ସି)