Categories
ଆଜିର ଖବର ଜାତୀୟ ଖବର

କରୋନାରେ ପ୍ରାଣ ହାରିଲେ ପଦ୍ମଶ୍ରୀ ନିର୍ମଳ ସିଂହ

ଚଣ୍ଡୀଗଡ : ପଦ୍ମଶ୍ରୀ ନିର୍ମଳା ସିଂହ 62 ବର୍ଷ ବୟସରେ କରୋନା ଯୋଗୁଁ ମୃତ୍ୟୁବରଣ କରିଛନ୍ତି। କିଛି ଦିନ ପୂର୍ବରୁ ଇଂଲଣ୍ଡରୁ ଫେରିଥିବାବେଳେ ଗତ 30 ତାରିଖରେ ନିଃଶ୍ବାସ ପ୍ରଶ୍ବାସରେ କଷ୍ଟ ଅନୁଭୂତ କରି ଗୁରୁନାନକ ଦେବ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ବୁଧବାର ଦିନ ସେ କରୋନା ପଜିଟିଭି ଥିବାର ଜଣାପଡିଥିଲା ।

ମିଳିଥିବା ସୂଚନା ଅନୁସାରେ ନିର୍ମଳ ସିଂହ ବିଦେଶରୁ ଫେରିବା ପରେ ଦିଲ୍ଲୀ ତଥା ଅନ୍ୟାନ୍ୟ କିଛି ସ୍ଥାନଠାରେ ଧାର୍ମିକ ସଭା ଆୟୋଜନ କରିଥିଲେ । ସେହିପରି ମାର୍ଚ୍ଚ 19 ତାରିଖରେ ଚଣ୍ଡୀଗଡସ୍ଥିତ ଘରେ ନିଜ ପରିବାରର ସଦସ୍ୟ ତଥା ଅନ୍ୟ କିଛି ସମ୍ପର୍କୀୟଙ୍କ ଏକ କୀର୍ତ୍ତନ କାର୍ଯ୍ୟକ୍ରମ ମଧ୍ୟ କରିଥିଲେ ।

ନିର୍ମଳ ସିଂହଙ୍କ ଦୁଇ ଝିଅ, ପୁଅ, ସ୍ତ୍ରୀ ତଥା ଡ୍ରାଇଭର ଓ ତାଙ୍କ ସମ୍ପର୍କରେ ଆସିଥିବା 6 ଅନ୍ୟ ଲୋକଙ୍କୁ ଆଇସୋଲେସନରେ ରଖାଯାଇଛି । ସୂଚନାଯୋଗ୍ୟ, ସୂର୍ଣ୍ଣ ମନ୍ଦିରର ପୂର୍ବ ହଜୁରୀ ରାଗୀ ରହିଥିବା ନିର୍ମଳ ସିଂ ଗୁରୁ ଗ୍ରନ୍ଥ ସାହିବର ଗୁରୁବାନୀର ସମସ୍ତ 31 ରାଗର ଜ୍ଞାନୀ ରହିଥିଲେ । 2009 ମସିହାରେ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା । (ଏଜେନ୍ସି)