Categories
ଆଜିର ଖବର

ପାକିସ୍ତାନୀ ଭିସା ଉପରେ ଆମେରିକୀୟ ପ୍ରତିବନ୍ଧକ

ପାକିସ୍ତାନୀ ଭିସା ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଆମେରିକା ଚେତାବନୀ ଦେଇଛି। ଏହାକୁ ପାକିସ୍ତାନର ବରିଷ୍ଠ ଅଧିକାରୀଙ୍କ ଠାରୁ ଆରମ୍ଭ କରାଯିବ। ଆମେରିକାର ବୈଦେଶିକ ବିଭାଗ କହିଛି କି, ପାକିସ୍ତାନରେ ଦୂତାବାସ ସମ୍ବନ୍ଧିତ କାମକାର୍ଯ୍ୟରେ ଏପର୍ଯ୍ୟନ୍ତ କୌଣସୀ ପରିବର୍ତନ ହୋଇ ନାହିଁ। ନିଜ ନାଗରିକଙ୍କ ଭିସା ଅବଧି ସରିବା ପରେ ସେମାନଙ୍କୁ ଫେରାଇ ନେବା ଉକ୍ତ ରାଷ୍ଟ୍ରର ଦାୟିତ୍ବ ମାତ୍ର ପାକିସ୍ତାନ ନିୟମିତ ଭାବରେ ଏହାକୁ ଭଙ୍ଗ କରି ଚାଲିଛି। ଏହି ଅବସ୍ଥାରେ ସୁଧାର ନ ଆସିଲେ ସଙ୍ଘୀୟ ରେଜିଷ୍ଟର ଅଧିସୂଚନାରେ ଉଲ୍ଲେଖିତ ପ୍ରତିବନ୍ଧର ପରିଣାମ ସ୍ୱରୂପ ଆମେରିକା ପାକିସ୍ତାନୀ ନାଗରିକଙ୍କ ଭିସା ଉପରେ ରୋକ ଲଗାଇ ପାରିବ। ଆମେରିକା କାନୁନ ଅନୁଯାୟୀ, ଯେଉଁ ଦେଶ ପ୍ରତ୍ୟାର୍ପିତ କରିଥିବା ଭିସା ଅବଧି ସମାପ୍ତ ହେବା ପରେ ରୁହନ୍ତି ଏବଂ ନିଜ ନାଗରିକଙ୍କୁ ଫେରେଇ ନିଅନ୍ତି ନାହିଁ ସେହି ଦେଶର ନାଗରିକଙ୍କୁ ଆମେରିକା ଭିସା ଦେବ ନାହିଁ। ବୈଦେଶିକ ବିଭାଗର ଜଣେ ପ୍ରବକ୍ତାଙ୍କ କହିବା ଅନୁଯାୟୀ, ପାକିସ୍ତାନରେ ଦୂତାବାସ ସମ୍ବନ୍ଧିତ କାମକାର୍ଯ୍ୟରେ କୌଣସୀ ପରିବର୍ତନ ହେବ ନାହିଁ। ଆମେରିକାରେ ପାକିସ୍ତାନର ପୂର୍ବତନ ରାଜଦୂତ ହୁସୈନ ହକ୍କାନୀଙ୍କ କହିବା ଅନୁଯାୟୀ, ଏହା ଦ୍ୱାରା ପାକିସ୍ତାନ ପାଇଁ ଅଡୁଆ ବଢିବ। ଏହା ଦ୍ୱାରା ଯେଉଁ ପାକିସ୍ତାନୀ ଆମେରିକା ଯିବାକୁ ଚାହୁଁଛନ୍ତି ସେମାନେ ଏଥିରୁ ବଂଚିତ ରହିବେ।