Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଭୁବନେଶ୍ବର କୁକୁର ପ୍ରେମୀ ସାବଧାନ, ଖୁବ ଶିଘ୍ର ବିଏମସି ଆଣୁଛି କୁକୁର ନିୟମ

ଭୁବନେଶ୍ବର: ଖୁବ ଶିଘ୍ର ଭୁବନେଶ୍ବର ମହାନଗର ନିଗମ ଆଣୁଛି ପୋଷା କୁକୁରଙ୍କ ପାଇଁ ନୂଆ ନିୟମ। ଏଥିରେ ଯେଉଁମାନେ ଘରେ ପୋଷା କୁକୁର ରଖିବେ ସେମାନେ ବିଏମସିରେ ପଂଜୀକରଣ କରିବାକୁ ବାଧ୍ୟ। ଏଥିରେ କୁକର ସଂପର୍କରେ ସଂପୂର୍ଣ୍ଣ ତଥ୍ୟ ଲିପିବଦ୍ଧ ହୋଇ ରହିବ।

ଦିନକୁ ଦିନ ପୋଷା କୁକୁରକୁ ନେଇ ରାସ୍ତାରେ ସାଧାରଣ ଯାତ୍ରା ତଥା ସେହି କମ୍ୟୁନିଟର ଲୋକେ ହଇରାଣ ହେବାରେ ଲାଗିଛନ୍ତି। କୁକୁରକୁ ରାସ୍ତାରେ ଝାଡା ପରିଶ୍ରା କରାଇବା, ସାଧାରଣ ସ୍ଥାନରେ ବୁଲାଇବା ଦ୍ବାରା ଲୋକଙ୍କର ଅସୁବିଧା ହେଉଛି। ଏହିପରି କୁକୁରକୁ ନେଇ ଇନଫୋସିଟି ଥାନା ଅଞ୍ଚଳରେ ମାଡପିଟି ପରି ଅବସ୍ଥା ସୃଷ୍ଟି ହୋଇଛି।

ସେହିପରି ନୂଆଦିଲ୍ଲୀ ନିକଟସ୍ଥ ନୋଏଡାରେ ମଧ୍ୟ ଏକ ଆପାର୍ଟମେଣ଼୍ଟରେ ରହିଥିବା କୁକୁର କାମୁଡାରେ ସିକ୍ୟୁରିଟ ଗାର୍ଡ ଆହତ ହୋଇଛି। ଏହି ମାମଲା ଥାନାକୁ ଯିବା ପରେ ନୋଇଡା କର୍ତ୍ତୁପକ୍ଷ କୁକୁର ମାଲିକଙ୍କୁ ଦଶ ହଜାର ଟଙ୍କା ଜୋରିମାନା କରିଛନ୍ତି।

ଏ ସବୁକୁ ଦୃଷ୍ଟିରେ ରଖି ଭୁବନେଶ୍ବର ମହାନଗର ନିଗମ ପୋଷା କୁକୁରଙ୍କ ପାଇଁ ନୂଆ ନିୟମ ଆସିବ ବୋଲି କମିଶନର ବିଜୟ ଅମୃତ କୁଳାଙ୍ଗେ କହିଛନ୍ତି। ଏଥିରେ କେତେକ ନିର୍ଦ୍ଦିଷ୍ଠ ନିୟମ ରହିବ। କୁକୁର ମାଲିକ କେଉଁ ସ୍ଥାନରେ ଝାଡା ପରିଶ୍ରା କରିବା ପାଇଁ କୁକୁରକୁ ନେବେ ତାହା ଉଲ୍ଲେଖ ରହିବ।

ଯଦି ଏହି ନିୟମରେ କେହି ଖିଲାଫ କରେ ତେବେ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ବିଏମସି ଅନ୍ୟ ସହରରେ ଲାଗୁ ହୋଇଥିବା କୁକୁର ନିୟମକୁ ଅନୁଧ୍ୟାନ କରି ଭୁବନେଶ୍ବର ନୂତନ ନିୟମ ପ୍ରଣୟନ କରାଯିବ।