Categories
ଆଜିର ଖବର ବ୍ୟବସାୟ

ଜିଓ ଫାଇବରରେ ଏକ ବିଲିୟନ୍‌ ନିବେଶ କରିବ ପିଆଇଏଫ୍

ମୁମ୍ବାଇ : ରିଲାଏନ୍ସ ଜିଓର ଆଗାମୀ ପ୍ରକଳ୍ପ ଜିଓ ଫାଇବରରେ ନିବେଶ କରିବାକୁ ଯାଉଛି ପିଆଇଏଫ୍ । ଜିଓ ଫାଇବରରେ ପିଆଇଏଫ୍ ପକ୍ଷରୁ ପ୍ରାୟ 1ବିଲିୟନ୍ ଡଲାର ବା ଭାରତୀୟ ମୁଦ୍ରାରେ 7500 କୋଟିର ନିବେଶ କରାଯିବ । ଏହି ନିବେଶ ପାଇଁ ପିଆଇଏଫ୍ ପକ୍ଷରୁ ରିଲାଏନ୍ସ ସହିତ ଆଲୋଚନା ଜାରି ରହିଥିବା ଜଣାପଡିଛି। ପୂର୍ବରୁ ପିଆଇଏଫ୍ ପକ୍ଷରୁ ମଧ୍ୟ ରିଲାଏନ୍ସ ଜିଓରେ 11ହଜାର 367 କୋଟି ଟଙ୍କାର ନିବେଶ କରାଯାଇଥିଲା । ତେବେ ପିଆଇଏଫର ପ୍ରତିଦ୍ୱନ୍ଦୀ କମ୍ପାନୀ ଆବୁଧାବି ଇନଭେଷ୍ଟମେଣ୍ଟ ଅଥୋରିଟୀ ୧ ବିଲିୟନର ନିବେଶ ପ୍ରସ୍ତାବ ଦେବା ପରେ ପିଆଇଏଫ୍ ପୁନର୍ବାର ନିବେଶ କରିବା ନେଇ ଆଲୋଚନା ଜାରି ରହିଛି । ଏହି ନିବେଶ କରିବା ପାଇଁ ପିଆଇଏଫ୍ ପକ୍ଷରୁ ନିଜର ଅନ୍ୟ ନିବେଶ ଗୁଡିକରେ ପରିବର୍ତ୍ତନ କରିବାକୁ ପଡୁଛି । ଏପରିକି ପିଆଇଏଫ୍ ସିଲିକନ୍ ଭ୍ୟାଲି, ବିଗ୍ ଅଏଲ, ଆଭିଏସନ୍ ବେଟସ୍ ଏବଂ ଇଂଲିଶ ପ୍ରିମିୟର ଲିଗରୁ ପୁଞ୍ଜି ପ୍ରତ୍ୟାହାର କରିବାରେ ଲାଗିଛି । ଏହା ସହିତ କମ୍ପାନୀ ଉବର ଟେକ୍ନୋଲୋଜି ସହିତ 45 ବିଲିୟନ୍ ଡଲାରର ଏକ ଚୁକ୍ତି କରିଛି ।  (ଏଜେନ୍ସି)