Categories
ଆଜିର ଖବର ଜାତୀୟ ଖବର

କରୋନାରେ ସଂକ୍ରମିତ ହେଲେ ପିଜା ଡେଲଭରୀ ବୟ , କ୍ବାରେଣ୍ଟାଇନ୍‌ରେ 72ଟି ଘର

ନୂଆଦିଲ୍ଲୀ: ଭାରତରେ କରୋନା ସ୍ଥିତି ଉଦ୍‌ବେଗଜନକ ରହିଥିବାସ୍ଥଳେ ଲକ୍‌ଡାଉନ୍‌ ଜାରି ରହିଛି । ତେବେ ଏହି ଲକ୍‌ ଡାଉନ୍‌ ସମୟରେ ହୋଟେଲ୍‌, ରେଷ୍ଟୁରାଣ୍ଟ ବନ୍ଦ ରହିଥିବା ସ୍ଥଳେ ଅନଲାଇନ୍‌ ମାଧ୍ୟମରେ ଖାଦ୍ୟ ଯୋଗାଣ ରହିଛି । ଲୋକମାନେ ପିଜା ପରି ଅନ୍ୟାନ୍ୟ ଖାଦ୍ୟ ଅନ୍‌ଲାଇନ୍‌ରେ ଅର୍ଡର କରି ପାରୁଛନ୍ତି । ହେଲେ ଅର୍ଡର ଦିଆ ଖାଦ୍ୟକୁ ନେଇ ଏବେ ଦିଲ୍ଲୀରେ ଆତଙ୍କ ଦେଖାଯାଇଛି । ଦକ୍ଷିଣ ଦିଲ୍ଲୀର ମାଲବୀୟ ନଗରରେ ଏକ ପିଜା ଡେଲିଭରୀ ବୟ ନିକଟରେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛି । ମିଳିଥିବା ସୂଚନା ଅନୁସାରେ ଏହି ପିଜା ଡେଲିଭରୀ ବୟ ଜଣକ ଗତ 15 ଦିନ ଭିତରେ 72 ଜଣଙ୍କ ଘରେ ପିଜା ଡେଲିଭରୀ କରିଛନ୍ତି । ତେବେ ସମସ୍ତ 72 ଜଣ ଘର ସହିତ ପିଜା ଡେଲିଭରୀ ବୟ ଓ ତାଙ୍କ ପରିବାର ଓ ତାଙ୍କ ସହିତ କାମ କରୁଥିବା ସହକର୍ମୀମାନଙ୍କୁ ମଧ୍ୟ ହୋମ୍‌ କ୍ବାରେଣ୍ଟାଇନ୍‌ରେ ରଖାଯାଇଛି । ଯଦି କୌଣସି ବି ଲକ୍ଷଣ ଦେଖାଯାଉଛି, ତେବେ ସେମାନଙ୍କର କରୋନା ଟେଷ୍ଟ କରାଯିବ ବୋଲି ସୂଚନା ରହିଛି ।

ଲକ୍ ଡାଉନ୍‌ ସମୟରେ ଖାଦ୍ୟ ଓ ରାସନ ସାମଗ୍ରୀ ଡେଲିଭରୀ କରିବାକୁ ଅନୁମତି ଦିଆଯାଇଛି । ତେବେ ସମ୍ବେଦନଶୀଳ ଅଞ୍ଚଳଗୁଡିକରେ ଏସବୁ ପାଇଁ ଅନୁମତି ଦିଆଯାଇନଥିବାସ୍ଥଳେ ସେଠାରେ ପ୍ରଶାସନ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚାଉଛି । (ଏଜେନ୍ସି)