Categories
ଅପରାଧ ଆଜିର ଖବର ଜାତୀୟ ଖବର

ଭାରତରେ ଦଙ୍ଗା ସୃଷ୍ଟି କରିବା ପାଇଁ ଶହେ କୋଟି ବିଦେଶୀ ଟଙ୍କା, ଜଣେ ସାମ୍ବାଦିକ ସହ ଚାରି ଗିରଫ

ନୂଆଦିଲ୍ଲୀ, ଦେଶରେ ବିଶେଷ କରି ଉତ୍ତର ପ୍ରଦେଶରେ ଦଙ୍ଗା ସୃଷ୍ଟି କରିବା ପାଇଁ ବର୍ତ୍ତମାନ ବିଦେଶୀ ସଂସ୍ଥା ପାଣ୍ଠି ପଠାଉଛନ୍ତି। ଭାରତରେ ଥିବା ବିଭିନ୍ନ ସଂସ୍ଥା ମାଧ୍ୟମରେ ଏହି ପାଣ୍ଠି ଆସୁଥିବାର ଜଣାପଡିଛି। ଏହା କହିଛି ଭାରତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି। ଏହି ସଂସ୍ଥା ଅନୁସନ୍ଧାନ କରି ଜାଣିପାରିଛି ଯେ ଉତ୍ତର ପ୍ରଦେଶରେ ଦଙ୍ଗା ସୃଷ୍ଟି ପାଇଁ କେତେକ ବିଦେଶ ସଂସ୍ଥା ଲାଗିପଡିଛନ୍ତି। ବର୍ତ୍ତମାନ ଉତ୍ତର ପ୍ରଦେଶରେ ଦଙ୍ଗା ସୃଷ୍ଟି ପାଇଁ ଭାରତରେ ଥିବା ‘ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ’ ସଂସ୍ଥା ଏହି ଟଙ୍କା ଆଣିଛି ବୋଲି ସ୍ପଷ୍ଟ ହୋଇଛି।

ତଦନ୍ତରୁ ଜଣାପଡିଛି ଏହି ଶହେ କୋଟି ଟଙ୍କା ମଧ୍ୟରୁ କେବଳ ମରିସସରୁ ପଚାଶ କୋଟି ଆସିଛି। ଏନେଇ ଇଡି କେରଳର ଜଣେ ସାମ୍ବାଦକଙ୍କୁ ମିରଟ ପୋଲିସ ଗିରଫ କରିଛି। ସେ ଏହି ସଂସ୍ଥା ସହିତ ଜଡିତ ଥିବା ସହ ପଇସା କାରବାରରେ ମଧ୍ୟ ସଂପୃକ୍ତ ଅଛନ୍ତି। ଏହି ସାମ୍ବାଦିକଙ୍କ ସହିତ ଆଉ 4 ଜଣଙ୍କୁ ମଧ୍ୟ ମିରଟ ପୋଲିସ ଗିରଫ କରିଛି।