Categories
ଆଜିର ଖବର

ସବ୍ରିମାଳା ମାମଲାରେ ଜେଲ୍‌ ଗଲେ କେରଳ ବିଜେପି ପ୍ରାର୍ଥୀ

ସବ୍ରିମାଳା ମନ୍ଦିରରେ ପ୍ରବେଶରୁ ରୋକିବା ପାଇଁ ଜଣେ ମଧ୍ୟ ବୟସ୍କା ମହିଳାଙ୍କୁ ଆକ୍ରମଣ ଅଭିଯୋଗରେ କେରଳ ବିଜେପିର ଜନୈକ ଲୋକସଭା ପ୍ରାର୍ଥୀଙ୍କୁ କେରଳ ପୋଲିସ ଗିରଫ କରିଛି। କୋଝିକୋଡରୁ ବିଜେପିର ଲୋକସଭା ପ୍ରାର୍ଥୀ ଥିବା ପ୍ରକାଶ ବାବୁଙ୍କୁ ୧୪ ଦିନ ପାଇଁ ଗିରଫ କରି ନେଇଛି। ପଥନମ୍‌ଥିଟ୍ଟାର ପ୍ରଥମ ଶ୍ରେଣୀ ମାଜିଷ୍ଟ୍ରେଟ୍‌ କୋର୍ଟ ପ୍ରକାଶ ବାବୁଙ୍କୁ ରିମାଣ୍ଡରେ ନେବା ପାଇଁ ପୋଲିସକୁ ଆଦେଶ ଦେଇଥିଲେ। ୨୮ ସେପ୍ଟେମ୍ବରରେ ସୁପ୍ରିମ୍‌କୋର୍ଟ ମହିଳାଙ୍କ ପ୍ରବେଶ ଉପରେ ଥିବା କଟକଣାକୁ ହଟାଇବା ପରେ ଏହି ଆକ୍ରମଣ କରାଯାଇଥିଲା। ପୂବର୍ରୁ ଏହି ଆକ୍ରମଣ ପାଇଁ ପ୍ରକାଶ ବାବୁ କେରଳ ହାଇକୋର୍ଟରୁ ଆଗୁଆ ଜାମିନ ଆବେଦନ କରିଥିଲେ ମଧ୍ୟ ତାହା ଖାରଜ ହୋଇଥିଲା। ଏହି ମାମଲା ସହିତ ପୋଲିସ ପ୍ରକାଶଙ୍କ ଉପରେ ଆହୁରି ୭ଟି ମାମଲା ରୁଜୁ କରିଛି। ବାବୁଙ୍କ ଗିରଫଦାରୀ ଉପରେ ବିଜେପି ରାଜ୍ୟ ସଭାପତି ବିଏସ୍‌ ଶଶୀଧରନ୍‌ ପିଲାଇ କହିଛନ୍ତି ଆସନ୍ତା ଲୋକସଭା ନିର୍ବାଚନରେ ଦଳ ସବ୍ରିମାଳା ପ୍ରସଙ୍ଗକୁ ନେଇ ମଇଦାନକୁ ଓହ୍ଲାଇବ।