Categories
ଆଜିର ଖବର

ଦଳ ଛାଡିଲେ ପ୍ରକାଶ ବେହେରା, କେଉଁ ଦଳରେ ମିଶିବା ନେଇ ସସପେନ୍ସ

ନିର୍ବାଚନ ତାରିଖ ପାଖେଇ ଆସୁଥିବା ବେଳେ ଓଡିଶା କଂଗ୍ରେସର ହାତ ଦୁର୍ବଳ ହେବାରେ ଲାଗିଛି। ଅନେକ ଛାମୁଆ ନେତା ତଥା ବିଧାୟକ ଦଳ ଛାଡିଛନ୍ତି। ଆଜି କଂଗ୍ରେସକୁ ଏକ ଜୋରଦାର ଝଟକା ଲାଗିଛି। ଦଳର ସାଲେପୁର ବିଧାୟକ ପ୍ରକାଶ ବେହେରା ଆଜି କଂଗ୍ରେସରୁ ଇସ୍ତଫା ଦେଇଛନ୍ତି।  ପୂର୍ବରୁ ପ୍ରକାଶ କଂଗ୍ରେସ ଛାଡିବା ନେଇ ଚର୍ଚ୍ଚା ହେଉଥିଲା। ତେବେ ଆଜି ସମସ୍ତ କଳ୍ପନାଜଳ୍ପନାର ଅନ୍ତ ହଟାଇ ସେ ଦଳରୁ ଇସ୍ତଫା ଦେଇଛନ୍ତି। ଏହାସହ ସେ ନିଜ ଇସ୍ତଫାପତ୍ର କଂଗ୍ରେସ ସଭାପତି ରାହୁଲ ଗାନ୍ଧିଙ୍କୁ ପଠାଇଛନ୍ତି।  ସେ ୨୦ ବର୍ଷ ହେଲା ଦଳରେ କାମ କରୁଥିଲେ ସୁଦ୍ଧା ଦଳ ତାଙ୍କୁ ଅଣଦେଖା କରୁଥିବା ସେ ଅଭିଯୋଗ କରିଛନ୍ତି। ତେବେ ସେ କଂଗ୍ରେସ ଛାଡିବା ପରେ କେଉଁ ଦଳକୁ ଯିବେ ସେ ନେଇ ସସପେନ୍ସ ଲାଗି ରହିଛି। ପୂର୍ବରୁ ବିଜେଡ଼ି ଦଳରେ ଯୋଗ ଦେବେ ବୋଲି ଚର୍ଚ୍ଚା ହେଉଥିବାବେଳେ  ଏବେ ପୁଣି ପଦ୍ମ ଦଳରେ ଯୋଗ ଦେବେ ବୋଲି ଶୁଣିବାକୁ ମିଳିଛି। କିନ୍ତୁ ଏନେଇ ସିଏ ଏପର୍ଯ୍ୟନ୍ତ କିଛି ସ୍ପଷ୍ଟ କରିନାହାନ୍ତି। ଦିନେ ଦୁଇ ଦିନ ଭିତରେ କେଉଁ ଦଳରେ ଯୋଗ ଦେବେ ସେନେଇ ନିଷ୍ପତ୍ତି ନେବେ ବୋଲି ସେ କହିଛନ୍ତି।