Categories
ଆଜିର ଖବର

ଅଜୟଙ୍କ ସହ ବଲିଉଡ୍‌ ଡେବ୍ୟୁ କରିବେ ପ୍ରଣିଥା

ବଲିଉଡ୍‌ ଡେବ୍ୟୁ କରିବେ ପ୍ରଣିଥା ସୁବାସ। ମିଳିଥିବା ସୂଚନା ଅନୁସାରେ ଅଜୟ ଦେବଗନ୍‌ଙ୍କ ଅପ୍‌କମିଙ୍ଗ ଫିଲ୍ମ ‘ଭୁଜ୍‌ : ଦ ପ୍ରାଇଡ୍‌ ଅଫ୍‌ ଇଣ୍ଡିଆ’ରେ ପ୍ରଣିଥା ଅଭିନୟ କରିବାକୁ ଯାଉଛନ୍ତି। ସତ୍ୟ ଘଟଣା ଉପରେ ଆଧାରିତ ଏହି ଫିଲ୍ମଟିରେ ୧୯୭୧ରେ ଭାରତ –ପାକିସ୍ତାନ ମଧ୍ୟରେ ହୋଇଥିବା ଯୁଦ୍ଧକୁ ନେଇ ଫିଲ୍ମଟି ପ୍ରସ୍ତୁତ କରାଯାଉଛି। ଏଥିରେ ବାୟୁସେନାର ଉଇଙ୍ଗ କମାଣ୍ଡର ବିଜୟ କାର୍ନିକ୍‌ଙ୍କ ଚରିତ୍ରରେ ଅଜୟ ଦେବଗନ୍‌ ନଜର ଆସିବେ। ଅଭିଷକେ ଦୁଧୈୟାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଅଜୟଙ୍କ ବ୍ୟତୀତ ସୋନାକ୍ଷୀ ସିହ୍ନା, ପରିଣିତି ଚୋପ୍ରା ପ୍ରମୁଖ ନଜର ଆସିବେ। ଫିଲ୍ମଟି ଅଗଷ୍ଟ ୧୪ରେ ରିଲିଜ୍‌ ହେବ ବୋଲି ସୂଚନା ରହିଛି। ପ୍ରଣିଥା ତେଲୁଗୁ ଓ ତାମିଲ୍‌ ସିନେମାର ଜଣେ ଲୋକପ୍ରିୟ ଅଭିନେତ୍ରୀ। ତାଙ୍କ ଅଭିନୀତ ପ୍ରମୁଖ ଫିଲ୍ମଗୁଡିକ ମଧ୍ୟରେ ରହିଛି ‘ବାବା’, ‘ଆଟାର୍ନିକି ଡାରେଡି’ ଏବଂ ‘ମାସୁ ଇନଗିରା ମାସିଲାମାନି’, ’ବ୍ରହ୍ମୋତ୍ସବ’ ପ୍ରମୁଖ। ତେବେ ଅଜୟଙ୍କ ସହ ଅଭିନୟ କରିବାକୁ ନେଇ ପ୍ରଣିଥା ବେଶ୍‌ ଉତ୍ସାହିତ ରହିଛନ୍ତି। ଅଜୟ ତାଙ୍କର ଜଣେ ପ୍ରିୟ କଳାକାର ବୋଲି କହିବା ସହିତ ତାଙ୍କ ସହ ଫିଲ୍ମକୁ ନେଇ ବେଶ୍‌ ଆଗ୍ରହୀ ବୋଲି ପ୍ରକାଶ କରିଛନ୍ତି ପ୍ରଣିଥା।