Categories
ଆଜିର ଖବର ରାଜ୍ୟ ଖବର

ବିଦ୍ୟାଳୟରେ ସମ୍ବିଧାନର ମୁଖବନ୍ଧ ପଢାଯିବା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଶ୍ରୀକାନ୍ତ

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର : ସମ୍ପ୍ରତି ଦେଶରେ ସିଏଏ, ଏନଆରସିକୁ ଦେଶର ଏକ ବିବାଦମୟ ପରିବେଶ ସୃଷ୍ଟି ହୋଇଥିବାବେଳେ ଦେଶର ସମ୍ବିଧାନ ଆଜି ବିପନ୍ନ। ସମ୍ବିଧାନ ସୁରକ୍ଷା ପାଇଁ ବିରୋଧୀ ଦଳଙ୍କ ସମେତ ବହୁ ବୁଦ୍ଧିଜୀବୀମାନେ ଚେଷ୍ଟା ଜାରି ରଖିଛନ୍ତି। ସମ୍ବିଧାନକୁ ସୁରକ୍ଷା ପାଇଁ ବିଦ୍ୟାଳୟରେ ସମ୍ବିଧାନ ମୁଖବନ୍ଧ ପଢାଯାଉଛି । ମହାରାଷ୍ଟ୍ର, ଦିଲ୍ଲୀ ଓ ଛତିଶଗଡ ପରି ଅଣବିଜେପି ଶାସିତ ସରକାରଗୁଡ଼ିକ ବିଦ୍ୟାଳୟଗୁଡ଼ିକରେ ସମ୍ବିଧାନ ମୁଖବନ୍ଧ ପଢିବାକୁ ବାଧ୍ୟତାମୂଳକ କରି ସାରିଛନ୍ତି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ଶ୍ରୀକାନ୍ତ ଜେନା ଆଜି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବିଦ୍ୟାଳୟଗୁଡ଼ିକରେ ସମ୍ବିଧାନର ମୁଖବନ୍ଧ ପଢାଯିବା ନେଇ ନିୟମ କରିବାକୁ ଚିଠି ଦେଇଛନ୍ତି। ଜାନୁଆରୀ 26 ଅର୍ଥାତ୍‌ ସାଧାରଣତନ୍ତ୍ର ଦିବସ ଅବସରରେ ଏହି ନିୟମକୁ ଲାଗୁ କରିବା ନେଇ ଚିଠି ଲେଖିଛନ୍ତି ଶ୍ରୀକାନ୍ତ ଜେନା।