Categories
ଆଜିର ଖବର

ସମାଜବାଦୀ ପାର୍ଟିରେ ଯୋଗଦେଲେ ପୁନମ ସିହ୍ନା

ଶତ୍ରୁଘ୍ନ ସିହ୍ନାଙ୍କ ପତ୍ନୀ ପୁନମ୍‌ ସିହ୍ନା ଆଜି ବିଧିବଦ୍ଧ ଭାବରେ ସମାଜବାଦୀ ପାର୍ଟିରେ ଯୋଗଦେଇଛନ୍ତି। ଉତ୍ତରପ୍ରଦେଶର ଲକ୍ଷ୍ନୌଠାରେ ଡିମ୍ପଲ୍‌ ଯାଦବଙ୍କ ଉପସ୍ଥିତିରେ ସେ ଏସ୍‌ପିରେ ଯୋଗଦେଇଛନ୍ତି। ସେ ବିଜେପି ପ୍ରାର୍ଥୀ ତଥା କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂଙ୍କ ସହ ଲକ୍ଷ୍ନୌରେ ଏସ୍‌ପି ତରଫରୁ ପ୍ରତିଦ୍ବନ୍ଦ୍ବିତା କରିବେ। ଏପ୍ରିଲ୍‌ ୬ ତାରିଖରେ ଶତ୍ରୁଘ୍ନ ସିହ୍ନା ବିଜେପି ଛାଡ଼ି କଂଗ୍ରେସରେ ଯୋଗଦେଇଛନ୍ତି। ସେ ତାଙ୍କ ପାରମ୍ପରିକ ଆସନ ପାଟନା ସାହିବ୍‌ରୁ କଂଗ୍ରେସ ତରଫରୁ ପ୍ରାର୍ଥୀ ହୋଇଛନ୍ତି। ଚଳିତଥର ବିଜେପିର  ରବି ଶଙ୍କର ପ୍ରସାଦଙ୍କ ପାଟନା ସାହିବରୁ ଶତ୍ରୁଘ୍ନଙ୍କ କଡ଼ା ଟକ୍କର ହେବ।