Categories
ଆଜିର ଖବର ବ୍ୟବସାୟ

ଭାରତୀୟ ଧନୀଙ୍କ ମଧ୍ୟରେ ଦ୍ବିତୀୟ ସ୍ଥାନକୁ ଉନ୍ନୀତ ହେଲେ ରାଧାକ୍ରିଷ୍ଣ ଦମାନୀ

ମୁମ୍ବାଇ : ଭାରତୀୟ ଧନୀଙ୍କ ମଧ୍ୟରେ ଦ୍ବିତୀୟ ସ୍ଥାନକୁ ଉନ୍ନୀତ ହୋଇଛନ୍ତି ରାଧାକୃଷ୍ଣ ଦମାନୀ । ସୋମବାର ଫୋବର୍ସ ପକ୍ଷରୁ ପ୍ରକାଶିତ ତାଲିକାରେ ଦମାନୀ ଦ୍ବିତୀୟ ସ୍ଥାନକୁ ଉନ୍ନୀତ ହୋଇଛନ୍ତି । ମୁକେଶ ଅମ୍ବାନୀ 57.5 ବିଲିୟନ୍‌ ଡଲାର ସହିତ ଏହି ତାଲିକାର ପ୍ରଥମ ସ୍ଥାନରେ ରହିଥିବା ବେଳେ 17.8 ବିଲିୟନ୍‌ ଡଲାର ସହିତ ଦମାନୀ ଏହି ତାଲିକାର ଦ୍ବିତୀୟ ସ୍ଥାନକୁ ଉନ୍ନୀତ ହୋଇଛନ୍ତି । ଦମାନୀଙ୍କ ଆଭେନ୍ୟୁ ସୁପର ମାର୍ଟସର ଅଂଶଧନ ମୂଲ୍ୟରେ 5 ପ୍ରତିଶତ ଅଭିବୃଦ୍ଧି ଘଟିଥିବା ବେଳେ ଏଚ୍‌ସିଏଲ୍‌ର ଶିବ ନାଦାରଙ୍କୁ ପଛରେ ପକାଇ ଦମାନୀ ଦ୍ବିତୀୟ ସ୍ଥାନକୁ ଉନ୍ନୀତ ହୋଇଛନ୍ତି । ଶିବ ନାଦାରଙ୍କ ସମ୍ପତ୍ତିର ପରିମାଣ 16.8 ବିଲିୟନ୍‌ ଡଲାର ରହିଛି । ଉଲ୍ଲେଖଯୋଗ୍ୟ ଯେ, ପ୍ରକାଶିତ ତାଲିକା ଅନୁଯାୟୀ ମୁକେଶ ଅମ୍ବାନୀ ଭାରତ ଏବଂ ଏସିଆର ଏକ ନମ୍ବର ଧନୀ ରହିଛନ୍ତି । (ଏଜେନ୍ସି)