Categories
ଆଜିର ଖବର ଜାତୀୟ ଖବର

ସିଏଏକୁ ସମର୍ଥନ କରି ବିଏସ୍‌ପି ବିଧାୟକ ନିଲମ୍ବିତ

ଲକ୍ଷ୍ନୌ,29/12 : ନାଗରିକତ୍ବ ସଂଶୋଧନ ଆଇନକୁ ସମର୍ଥନ କରି ବିଏସ୍‌ପିର ବିଧାୟକଙ୍କୁ ନିଲମ୍ବନ କରିଛନ୍ତି ବିଏସ୍‌ପି ସୁପ୍ରିମୋ ମାୟାବତୀ । ବିଏସ୍‌ପି ବିଧାୟକ ରମାବାଇ ପରିହାର ମଧ୍ୟପ୍ରଦେଶର ଏକ ସଭାରେ ନାଗରିକତ୍ବ ସଂଶୋଧନ ଆଇନକୁ ସମର୍ଥନ କରିବା ସହିତ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶଂସା କରିଥିଲେ । ଉକ୍ତ ସଭାରେ କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ପଟେଲ ମଧ୍ୟ ଉପସ୍ଥିତ ଥିଲେ । ଏହି ଘଟଣା ପରେ ମାୟାବତୀ ପରିହାରଙ୍କୁ ଦଳରୁ ନିଲମ୍ବନ କରିଛନ୍ତି । ବିଏସ୍‌ପି ଏକ ଶୃଙ୍ଖଳିତ ଦଳ ଏବଂ ଏହି ଦଳରେ କୌଣସି ପ୍ରକାର ବିଶୃଙ୍ଖଳାକୁ ବରଦାସ୍ତ କରାଯିବ ନାହିଁ ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି ମାୟାବତୀ । ଉଲ୍ଲେଖମକଯୋଗ୍ୟ ଯେ, ସିଏଏ ବିରୋଧ କରୁଥିବା ନେତାଙ୍କ ମଧ୍ୟରେ ମାୟାବତୀ ଅନ୍ୟତମ । (ଏଜେନ୍ସୀ)