ବେଙ୍ଗାଲୁରୁ, 30/12: ନାଗରିକତା ସଂଶୋଧନ ଆଇନକୁ ନେଇ ଚାଲିଥିବା ଲଢେଇ ମଧ୍ୟରେ ବିଜେପିର ରାଷ୍ଟ୍ରୀୟ ମହାସଚିବ ରାମମାଧବ କହିଛନ୍ତି ଯେ, ଆମେ ଧର୍ମ ଆଧାରରେ ଭେଦଭାବ କରୁନାହୁଁ । କଂଗ୍ରେସର ଅନ୍ତରୀକ୍ଷ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ଭାରତୀୟଙ୍କୁ ବିବାହ କରିବା ପରେ ନାଗରିକତା ମିଳିଛି । ତାଙ୍କୁ କେହି ତାଙ୍କର ଧର୍ମ ପଚାରି ନାହାନ୍ତି । ଏହି ଆଇନରେ କୌଣସି ପ୍ରକାରର ଦ୍ବନ୍ଦ୍ବ ନାହିଁ କିମ୍ବା ଏହା ଜଟିଳ ମଧ୍ୟ ନୁହେଁ। ଏହାକୁ ନେଇ ବିବାଦ କରାଯାଉଛି ।
ରାମମାଧବ କହିଛନ୍ତି ଯେ, ଭାରତରେ 4 ପ୍ରକାରରେ ନାଗରିକତା ମିଳିଥାଏ । ଜନ୍ମ ଆଧାରରେ, ଦେଶୀୟ ଆଧାରରେ, ଯିଏ ଭାରତର ଶରରଣ ନେଇଥାନ୍ତି ଓ ଏବେ ନାଗରିକତା ସଂଶୋଧନ ଆଇନ ଆଧାରରେ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏଥିରେ ରହିଥିବା ତିନି ପଡୋଶୀ ରାଷ୍ଟ୍ରର ଲୋକଙ୍କୁ ମଧ୍ୟ ନାଗରିକତା ମିଳିବ । ଏହା ନାଗରିକତା ଛଡାଇବ ନାହିଁ । ଯେକୌଣସି ମୁସଲମାନ ଭାରତର ନାଗରିକତା ନେଇ ପାରିବେ, କିନ୍ତୁ ଏଥିପାଇଁ କିଛି ମାନଦଣ୍ଡର ରହିଛି, ତାହାକୁ ପୂରଣ କରିବାକୁ ପଡ଼ିବ ।
ଆଜି ପ୍ରଧାନମନ୍ତ୍ରୀ ମୋଦି ସିଏଏ ସମ୍ପର୍କରେ ସଚେତନତା କରାଇବା ଉଦ୍ଦେଶରେ ଏକ ଟୁଇଟର କ୍ୟାମ୍ପେନ୍ର ଆରମ୍ଭ କରିଛନ୍ତି । (ଏଜେନ୍ସି)