Categories
ଆଜିର ଖବର

ରାଷ୍ଟ୍ରପତି ରାମନାଥ କୋବିନ୍ଦ ପଦ୍ମ ପୁରସ୍କାରରେ ସମ୍ମାନିତ କଲେ, ତିନି ଓଡ଼ିଆ ସାମିଲ୍‌

ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ସମାରୋହରେ ପଦ୍ମ ପୁରସ୍କାରର ସମ୍ମାନିତ କରିଛନ୍ତି। ଚଳିତ ବର୍ଷ ପାଇଁ ୧୧୨ ଜଣଙ୍କୁ ପଦ୍ମ ପୁରସ୍କାରରେ ସମ୍ମାନିତ କରାଯାଇଛି। ମାର୍ଚ୍ଚ ୧୧ରେ ୪୬ଜଣଙ୍କ ପଦ୍ମ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଆଜି ମନୋନୀତ ଅନ୍ୟ ପଦ୍ମ ପୁରସ୍କାର ବିଜେତାଙ୍କୁ ସମ୍ମାନିତ କରାଯାଇଛି। ଲୋକଗୀତ ଗାୟିକା ତିଜନ ବାଇଙ୍କୁ ପଦ୍ମବିଭୂଷଣରେ ସମ୍ମାନିତ କରାଯାଇଛି। ଭାରତୀୟ କ୍ରିକେଟ୍‌ ଜଗତର ଖେଳାଳୀ ଗୌତମ ଗମ୍ଭୀର ଓ ଭାରତୀୟ ଫୁଟବଲ୍‌ ଖେଳାଳୀ ସୁନୀଲ୍‌ କ୍ଷେତ୍ରୀଙ୍କୁ ରାଷ୍ଟ୍ରପତି ପଦ୍ମଶ୍ରୀରେ ସମ୍ମାନିତ କରିଛନ୍ତି। ସଂଗୀତ ପାଇଁ ସ୍ବପ୍ନ ଚୌଧୁରୀ, ଅଭିନୟ ପାଇଁ ମନୋଜ ବାଜପେୟୀ, ପର୍ବତାରୋହୀ ବଛେନ୍ଦ୍ରୀ ପାଲ୍‌ ଓ ବ୍ୟବସାୟ ଓ ଫୁଡ୍‌ ପ୍ରୋସେସିଂ ପାଇଁ ଏମ୍‌ଡିଏମଚ୍‌ର ମାଲିକ ଧର୍ମାପାଲ ଗୁଲାଟିଙ୍କୁ ପଦ୍ମଭୂଷଣ ପ୍ରଦାନ କରିଛନ୍ତି।  ସମ୍ମାନିତଙ୍କ ମଧ୍ୟରେ ଅଛନ୍ତି ୩ଜଣ ଓଡିଆ। ସେମାନେ ହେଲେ ଡି. ପ୍ରକାଶ ରାଓ, କମଳା ପୂଜାରୀ ଓ ଦୈତାରୀ ନାୟକ। ଏହା ସାଙ୍ଗରେ ୩ଜଣ ଓଡ଼ିଆ ପଦ୍ମଶ୍ରୀ ପାଇ ରାଜ୍ୟକୁ ଗୌରାବାନ୍ବିତ କରିଛନ୍ତି।  କଟକ ବାସିନ୍ଦା ଡି.ପ୍ରକଶ ରାଓ ବୃତ୍ତିରେ ଜଣେ ଚା’ ଦୋକାନୀ, ହେଲେ ସମାଜସେବା କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ସେ ଆଜି ଏହି ସମ୍ମାନର ଅଧିକାରୀ ହୋଇ ପାରିଛନ୍ତି। ଏବେ ସେ ବସ୍ତିରେ ରହୁଥିବା ପିଲାମାନଙ୍କୁ ପାଠ ପଢାଇବା ସହ ରକ୍ତଦାନ, କଟକ ବଡ ମେଡିକାଲରେ ପ୍ରତିଦିନ ସକାଳେ ରୋଗୀଙ୍କୁ ଉଷୁମ ପାଣି ଦେଉଛନ୍ତି । ସେହିପରି ବିରଳ ଧାନ ସଂଗ୍ରହ କରିଥିବା କମଳା ପୂଜାରୀଙ୍କୁ ମିଳିଛି ପଦ୍ମଶ୍ରୀ ସମ୍ମାନ । ଆଦିବାସୀ ଅଧ୍ୟୁଷିତ ଅଂଚଳରୁ ଆସିଥିଲେ ମଧ୍ୟ ତାଙ୍କ ବିରଳ କୃତିତ୍ୱ ପାଇଁ କମଳା ପଦ୍ମଶ୍ରୀରେ ସମ୍ମାନୀତ ହୋଇଛନ୍ତି ।  ଆଉଜଣେ ସମାଜସେବୀ ହେଲେ ଦୈତାରୀ ନାୟକ। ସମାଜସେବା କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନୀତ କରାଯାଇଛି।