Categories
ଆଜିର ଖବର

ଭଂସାଲୀଙ୍କ ଫିଲ୍ମରେ ରଣଦୀପ ହୁଡା

ବଲିଉଡ୍‌ରେ ନିଜର ଅଲଗା ଅଭିନୟ ପାଇଁ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ରଣଦୀପ ହୁଡା ସଞ୍ଜୟ ଲୀଲା ଭଂସାଲୀଙ୍କ ଆଗାମୀ ଚଳଚିତ୍ରରେ ନଜର ଆସିବାକୁ ଯାଉଛନ୍ତି। ଏହି ଚଳଚିତ୍ରରେ ରଣଦୀପ ଜଣେ ପୋଲିସ୍ ଭୂମିକାରେ ଅଭିନୟ କରିଥିବା ବେଳେ ଭଂସାଲୀ ଚଳଚିତ୍ରର ପ୍ରଯୋଜନା କରୁଛନ୍ତି। ଭଂସାଲୀ ସଲ୍‌ମାନ-ଆଲିଆଙ୍କ ସହିତ ଇନ୍‌ସାଆଲ୍ଲାର ଘୋଷଣା କରିଥିବା ବେଳେ ଏକ ସମୟରେ ଏହି ଦୁଇ ଚଳଚ୍ଚିତ୍ରର ସୁଟିଂ ହେବ। ଏହି ଚଳଚ୍ଚିତ୍ରର ନାମ ସ୍ଥିର ହୋଇନଥିବା ବେଳେ ନିର୍ଦ୍ଦେଶକ ଭାବରେ ପଦାର୍ପଣ କରିବେ ବଲଓ୍ବିନ୍ଦର ସିଂ ଜନୁଜା। ପୂର୍ବରୁ ଜନୁଜା ମୁବାରକାନ୍‌, ଫିରଙ୍ଗୀ ଏବଂ ଷାଣ୍ଡ କି ଆଙ୍ଖ ଭଳି ଫିଲ୍ମର କାହାଣୀ ଲେଖିଛନ୍ତି। ଥ୍ରୀଲର କାହାଣୀ ଉପରେ ଆଧାରିତ ଏହି ଫିଲ୍ମର ସୁଟିଂ ଅଗଷ୍ଟରୁ ଆରମ୍ଭ ହେବ ବୋଲି ଜଣାପଡିଛି। ଲଭ୍‌ ଆଜ୍‌ କଲ୍‌-୨ରେ ସୁଟିଂରେ ବ୍ୟସ୍ତ ଥିବା ରଣଦୀପ ଏହା ପୂର୍ବରୁ ଜନ୍ନତ-୨, ବାଗି-୨ ଏବଂ କିକ୍‌ରେ ପୋଲିସ୍‌ ଚରିତ୍ରରେ ନଜର ଆସିଛନ୍ତି।