Categories
ଆଜିର ଖବର

ଡ୍ୟାନ୍ସ ରିଅଲିଟି ଶୋ’ର ପ୍ରଯୋଜନା କରିବେ ସଲମାନ୍‌ ଖାନ୍‌

କପିଲ୍‌ ଶର୍ମା ଶୋ’ର ପ୍ରଯୋଜନା କରିବା ପରେ ଏବେ ଭାଇଜାନ୍‌ ନୃତ୍ୟଭିତ୍ତିକ ରିଅଲିଟି ଶୋ’ କରିବାକୁ ଯୋଜନା ରଖିଛନ୍ତି ବୋଲି ସୂଚନା ରହିଥିଲା। ତେବେ ମିଳିଥିବା ସୂଚନା ଅନୁସାରେ ସଲମାନ୍‌ ଖାନ୍‌ ସେଲି୍ବ୍ରିଟି କପଲ୍‌ଙ୍କ ଡ୍ୟାନ୍ସ ଶୋ’ ‘ନଚ୍‌ ବଲିୟେ’କୁ ପ୍ରଯୋଜନା କରିବେ। ସଲମାନ୍‌ ଏହି ଶୋ’ର ପ୍ରମୋକୁ ସୁଟ୍‌ କରି ସାରିଥିବାବେଳେ ଏହି ଶୋ’ରେ ଜେନିଫର୍‌ ଓ୍ବିଙ୍ଗେଟ୍‌ ଓ ସୁନୀଲ୍‌ ଗ୍ରୋଭର୍‌ ହୋଷ୍ଟ କରିବେ ବୋଲି ସୂଚନା ରହିଛି। ଏହି ସିଜିନ୍‌ରେ ଅନୀତା ହସ୍‌ନନ୍ଦାନୀ ଓ ତାଙ୍କ ପତି ରୋହିତ୍‌, ଦୃଷ୍ଟି ଧାମୀ – ନିରଜା ଖେମକା ଓ ରୁବିନା ଦିଲାୟକ୍‌ ଓ ଅଭିନବ ଶୁକ୍ଳା ପ୍ରମୁଖ ଅଂଶଗ୍ରହଣ କରିବେ ବୋଲି ସୂଚନା ରହିଛି। ଶାହିଦ୍‌ କପୁର୍‌ ଓ ମୀରା ରାଜପୁତ୍‌ ଏହି ଶୋ’ରେ ବିଚାରକ ଭାବେ ଦେଖାଯିବେ ବୋଲି ସୂଚନା ରହିଥିଲେ ମଧ୍ୟ ଏ ସମ୍ପର୍କରେ ଅଧିକ ସୂଚନା ମିଳିପାରିନାହିଁ। ତେବେ ଏହି ଶୋ’ର ବିଚାରକ ଭାବେ ରବିନ ଟଣ୍ଡନ୍‌ ନଜର ଆସିବେ ବୋଲି ସୂଚନା ରହିଛି।