Categories
ଆଜିର ଖବର ରାଜ୍ୟ ଖବର

ବର୍ଷା ଏବଂ ଶୀତର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ

ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର,03/01: ରାଜ୍ୟରେ ଶୀତର ପ୍ରକୋପ ବୃଦ୍ଧି ପାଇଥିବା ବେଳେ ଆସନ୍ତା ଦୁଇ ଦିନ ଧରି ବିଭିନ୍ନ ସ୍ଥାନରେ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି । ଏହି ସମୟରେ ବର୍ଷା ଏବଂ ଶୀତର ମୁକାବିଲା ପାଇଁ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ମାନେ ତତ୍ପର ରହିବା ପାଇଁ ସ୍ବତନ୍ତ୍ର ରିଲିଫ୍‌ କମିଶନର ପ୍ରଦୀପ ଜେନାଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ବର୍ଷା ପରେ ଶୀତର ପ୍ରକୋପ ବୃଦ୍ଧି ପାଇବ । ଏହି ସମୟରେ ଅମଳ ହେବାକୁ ଥିବା ଧାନ ଯେପରି କ୍ଷୟକ୍ଷତି ନହୁଏ ସେଥିପ୍ରତି ଧ୍ୟାନ ରଖିବାକୁ ରିଲିଫ୍‌ କମିଶନର ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ ଧାନମଣ୍ଡିରେ ରହିଥିବା ଧାନର ସୁରକ୍ଷା ଉପରେ ଧ୍ୟାନ ଦେବା ଲାଗି ଚିଠିରେ ନିର୍ଦ୍ଦେଶ ଦିଆଯାଇଛି । ଗରିବ ଶ୍ରେଣୀର ଲୋକ ଏବଂ ଘରନଥିବା ଲୋକ ଯେପରି ରାତିରେ ଶୋଇବା ପାଇଁ ହଇରାଣ ନ ହେୁଅନ୍ତି ସେଥିପାଇଁ ସ୍କୁଲ ଏବଂ ସର୍ବସାଧାରଣ କୋଠା ଗୁଡିକ ଖୋଲା ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।