Categories
ଆଜିର ଖବର ଜାତୀୟ ଖବର

ଦିଲ୍ଲୀରୁ ମୁମ୍ବାଇ ଯିବା ପାଇଁ ଋଷି କପୁରଙ୍କ ଝିଅଙ୍କୁ ଅନୁମତି

ନୂଆଦିଲ୍ଲୀ : ଦିଲ୍ଲୀରୁ ମୁମ୍ବାଇ ଯିବା ପାଇଁ ଋଷି କପୁରଙ୍କ ଝିଅଙ୍କୁ ଅନୁମତି ମିଳିଛି । ଭେଟରାନ୍‌ ବଲିଉଡ୍‌ ଅଭିନେତା ଋଷି କପୁର ଆଜି ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ । ଋଷି କପୁରଙ୍କ ଅନ୍ତିମ ଦର୍ଶନରେ ଯୋଗ ଦେବା ପାଇଁ ଝିଅ ରିଦ୍ଧିମା ସାଇନିଙ୍କୁ ଗୃହ ମନ୍ତ୍ରାଳୟ ପକ୍ଷରୁ ଅନୁମତି ପ୍ରଦାନ କରାଯାଇଛି । ଦିଲ୍ଲୀରେ ଅବସ୍ଥାନ କରୁଥିବା ରିଦ୍ଧିମାଙ୍କୁ ମୁମ୍ବାଇ ଯିବା ପାଇଁ ଅନୁମତି ପ୍ରଦାନ କରାଯାଇଛି । ରିଦ୍ଧିମା ସଡକ ପଥରେ ଦିଲ୍ଲୀରୁ ମୁମ୍ବାଇ ପର୍ଯ୍ୟନ୍ତ ଯିବେ । ଉଲ୍ଲେଖଯୋଗ୍ୟ ଯେ, ସକାଳ 8.54 ମିନିଟ୍‌ରେ କପୁରଙ୍କ ଦେହାନ୍ତ ହୋଇଥିବା ବେଳେ ଅପରାହ୍ନ 4ଟାରେ ତାଙ୍କ ମରଶରୀର ଚନ୍ଦନବାଡି ଶ୍ମସାନକୁ ନିଆଯିବ ବୋଲି ଜଣାପଡିଛି । (ଏଜେନ୍ସି)