Categories
ଆଜିର ଖବର ରାଜ୍ୟ ଖବର

ଓଡିଶା ଆସୁଛନ୍ତି ବିଜେପି ସାଂସଦ ରୂପା ଗାଙ୍ଗୁଲି, ନାଗରିକତା ସଂଶୋଧନ ଆଇନ ଜନଜାଗରଣ କାର୍ଯ୍ୟକ୍ରମରେ ଯୋଗ ଦେବେ

ସମୀକ୍ଷା ବ୍ୟୁରୋ
ଭୁବନେଶ୍ୱର : ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ରାଜ୍ୟସଭା ସାଂସଦ ରୂପା ଗାଙ୍ଗୁଲି । ଗାଙ୍ଗୁଲି ନବରଙ୍ଗପୁର,ଜୟପୁର ଏବଂ ମାଲକାନଗିରିରେ ନାଗରିକତା ସଂଶୋଧନ ଆଇନ ଜନଜାଗରଣ କାର୍ଯ୍ୟକ୍ରମରେ ଯୋଗ ଦେବେ । ଗାଙ୍ଗୁଲି ଆସନ୍ତାକାଲି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚି ହେଲିକପ୍ଟର ଯୋଗେ ନବରଙ୍ଗପୁର ଜିଲ୍ଲା ରାଇଘର ଗସ୍ତ କରିବେ । ଗାଙ୍ଗୁଲି ରାଇଘର ମିନି ଷ୍ଟାଡିୟମରରେ ଅପରାହ୍ନ 1 ଟାରେ ପହଞ୍ଚି ନାଗରିକତା ସଂଶୋଧନ ଆଇନ ସମ୍ପର୍କରେ ସାଧାରଣ ସଭାରେ ସମ୍ଭୋଧିତ କରିବେ । 22 ତାରିଖରେ ଗାଙ୍ଗୁଲି ମାଲକାନଗିରି ଠାରେ ନାଗରିକତା ସଂଶୋଧନ ଆଇନ ସଂପର୍କରେ ସଚେତନ କରାଇବେ ଏବଂ ଅପରାହ୍ନ ଗୋଟାଏରେ ଜୟପୁରରେ ପହଞ୍ଚି ନାଗରିକତା ସଂଶୋଧନ ଆଇନର ବିଭିନ୍ନ ଦିଗ ସଂପର୍କରେ ସାଧାରଣ ଜନତାଙ୍କୁ ଅବଗତ କରାଇବେ ବୋଲି ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ ସୂଚନା ଦେଇଛନ୍ତି ।