Categories
ଆଜିର ଖବର ମନୋରଂଜନ ସିନେମା

ରିଲିଜ୍‌ ହେଲା ‘ସଡକ୍‌ -2’ର ଟ୍ରେଲର୍‌ : ଆକ୍ସନ ଅବତାରରେ ସଞ୍ଜୟ ଦତ୍ତ, ଭଣ୍ଡ ଗୁରୁଙ୍କୁ ମୁଖା ଖୋଲିବେ ଆଲିଆ

ମୁମ୍ବାଇ : ଆଲିଆ ଭଟ୍ଟ, ସଞ୍ଜୟ ଦତ୍ତ, ଆଦିତ୍ୟ ରାୟ କପୁର୍‌ଙ୍କ ଅଭିନୀତ ଫିଲ୍ମ ’ସଡକ୍‌ -2’ର ଆଜି ଟ୍ରେଲର୍‌ ରିଲିଜ୍‌ ହୋଇଛି । ଏହି ଫିଲ୍ମଟି 1991ରେ ରିଲିଜ୍‌ ହୋଇଥିବା ହିଟ୍‌ ଫିଲ୍ମ ‘ସଡକ୍‌’ ଦ୍ବାରା ଅନୁପ୍ରେରିତ । ଏହି ଫିଲ୍ମରେ ’ସଡକ୍‌’ର ଅଭିନେତା ସଞ୍ଜୟ ଦତ୍ତ ମଧ୍ୟ ପୁନଃ ଏହି ଫିଲ୍ମରେ ନଜର ଆସିଛନ୍ତି ।

ଏହି ଫିଲ୍ମରେ ଟ୍ରେଲରରେ ସଡକ୍‌ର କିଛି ସିନ୍‌ ଦେଖାଯାଇଛି । ସଡକ୍‌ -2ରେ ସଞ୍ଜୟ ଦତ୍ତଙ୍କ ଚରିତ୍ର ରହିଥିବାବେଳେ ପୂଜା ଭଟ୍ଟଙ୍କ ଚରିତ୍ରର ମୃତ୍ୟୁ ହୋଇଥିବାର ଦେଖାଯାଇଛି। ଟ୍ରେଲରର କାହାଣୀ ଅନୁସାରେ ପୂଜାଙ୍କ ଚାଲିଯିବା ପରେ ସଞ୍ଜୟ ତାଙ୍କ ସ୍ମୃତିରେ ଜୀବନ କାଟୁଥିବାର ଦେଖାଯାଇଛି । ଏହି ସମୟରେ ଫିଲ୍ମରେ ଆଲିଆ ଭଟ୍ଟଙ୍କ ଏଣ୍ଟ୍ରି ହୋଇଛି । ଆଲିଆଙ୍କ ଚରିତ୍ର ଏହି ଫିଲ୍ମରେ ଭଣ୍ଡ ଗୁରୁଙ୍କ ମୁଖା ଖୋଲୁଥିବାର ଦେଖାଯାଇଛି । ସେ କୈଳାସ ଯିବାକୁ ଚାହୁଁଥବାବେଳେ। ପୂଜା ଆଲିଙ୍କ କୈଳାସ ଯିବା ପାଇଁ ବୁକିଂ କରିଥିବାର ଜଣାଯାଇଛି । ସଞ୍ଜୟ ନିଜ ବ୍ୟବସାୟ ବନ୍ଦ କରିଦେଇଥିବାବେଳେ ଆଲିଆଙ୍କ ଅନୁରୋଧକ୍ରମେ ସେ ଆଲିଆଙ୍କୁ ନେଇ କୈଳାସ ଯିବା ପାଇଁ ରାଜି ହୋଇଛନ୍ତି ।  କାହାଣୀ ଆଗକୁ ବଢିବା ବେଳେ ଆଲିଆଙ୍କ ଜୀବନରେ ବିପଦ ଦେଖାଯାଇଛି । କିଛି ସାଧୁ ଆଲିଆଙ୍କ ଜୀବନ ନେବା ପାଇଁ ଚାହୁଁଥିବାବେଳେ ସଞ୍ଜୟ ଆଲିଆଙ୍କ ଜୀବନ ବଞ୍ଚାଇଛନ୍ତି । ସଞ୍ଜୟଙ୍କ ଆକ୍ସନ ଅବତାର ଏଠାରେ ଦେଖିବାକୁ ମିଳିଛି । ତେବେ ତଥାକଥିତ କାହାଣୀକୁ ନେଇ ଏହି ଫିଲ୍ମଟି ଗତିଶୀଳ ବୋଲି ଅନେକ କହିଛନ୍ତି । ବଲିଉଡ୍‌ରେ ମୁଣ୍ଡ ଟେକିଥିବା ନେପ୍‌ଟୋଜିମ୍‌ ବିବାଦକୁ ନେଇ କେହି କେହି ଫିଲ୍ମଟିକୁ ବୟକଟ୍‌ କରିବାକୁ ଆଡ୍ବାନ ଦେଇଛନ୍ତି । କିନ୍ତୁ ସଞ୍ଜୟଙ୍କ ଅଭିନୟକୁ ଦର୍ଶକେ ପସନ୍ଦ କରିଛନ୍ତି ।

ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ମହେଶ ଭଟ୍ଟଙ୍କ ନାମ ଆସିବା ପରେ ବଲିଉଡ୍‌ରେ  ଏବେ ଷ୍ଟାର୍‌ କିଡ୍‌ ବନାମ ଦକ୍ଷ ଅଭିନେତାକୁ  ନେଇ ଏକ ଟ୍ରେଣ୍ଡିଂ ଓ୍ବାର୍‌ ଚାଲିଛି । ଟୁଇଟ୍‌ର ମହେଶ ଭଟ୍ଟ ଓ ଆଲିଆ ଭଟ୍ଟଙ୍କ ଫିଲ୍ମକୁ ବୟକଟ୍‌ କରିବାର ଦାବି କରିଛନ୍ତି।  ଫିଲ୍ମର ଟ୍ରେଲର୍‌ ରିଲିଜ୍‌ ହେବା ପୂର୍ବରୁ ଆଲିଆକୁ ଟ୍ରୋଲ୍‌ କରାଯାଉଛି ।

ତେବେ ଯାହା ହେଉ ଫିଲ୍ମଟି ଅଗଷ୍ଟ 28 ତାରିଖରେ ଡିଜ୍‌ନୀ ହଟ୍‌ଷ୍ଟାରରେ ରିଲିଜ୍‌ ହେବାକୁ ଯାଉଛି ।  ଏହି ଫିଲ୍ମ ଜରିଆରେ ପ୍ରାୟ 21ବର୍ଷ ପରେ ମହେଶ ଭଟ୍ଟ ପୁଣି ଥରେ ନିର୍ଦ୍ଦେଶନାକୁ ଓହ୍ଲାଇଛନ୍ତି । ତେବେ ଚାଲିଥବା ନେପ୍ଟୋଜିମ୍‌ ଭର୍ସେସ ବଲିଉଡ୍‌ ବିବାଦ ଯୋଗୁଁ ଏହି ଫିଲ୍ମଟିକୁ ରେସପେନ୍ସ କେତେ ମିଳୁଛି ତାହା ରିଲିଜ୍‌ ହେବା ପରେ ଜଣାପଡିବ । (ଏଜେନ୍ସି)

Categories
ଆଜିର ଖବର ମନୋରଂଜନ ସିନେମା

କାଲି ରିଲିଜ୍‌ ହେବ ‘ସଡକ -2’ର ଟ୍ରେଲ୍‌ର : ଆଲିଆ, ସଞ୍ଜୟ ଓ ଆଦିତ୍ୟଙ୍କ ଫାଷ୍ଟ ଲୁକ୍‌ ଜାରି

ମୁମ୍ବାଇ :  କରୋନା କାଳ ପାଇଁ ଫିଲ୍ମ ହଲ୍‌ ସବୁ ବନ୍ଦ ଥିବାବେଳେ ବହୁ ଫିଲ୍ମ ଓଟିଟି ପ୍ଲାଟଫର୍ମରେ ରିଲିଜ୍‌ ହେଉଛି । ମହେଶ ଭଟ୍ଟଙ୍କ ଫିଲ୍ମ ‘ସଡକ -2’ ମଧ୍ୟ ଏବେ ଏହି ଓଟିଟି ପ୍ଲାଟଫର୍ମରେ ରିଲିଜ୍‌ ହେବାକୁଯାଉଛି ।

ମହେଶ ଭଟ୍ଟଙ୍କ ନିର୍ଦ୍ଦେଶିତ ଫିଲ୍ମ ’ସଡକ୍ –2’ର ଫାଷ୍ଟ ଲୁକ୍‌ ଜାରି ହୋଇଛି। ସେହିପରି ଏହି ଫିଲ୍ମର ଟ୍ରେଲର୍‌ ଆସନ୍ତା କାଲି ରିଲିଜ୍‌ ହେବ । ଏହି ଫିଲ୍ମରେ ଆଲିଆ ଭଟ୍ଟ, ସଞ୍ଜୟ ଦତ୍ତ, ଆଦିତ୍ୟ ରୟ କପୁର୍‌ ମୁଖ୍ୟ ଭୂମିକାରେ ରହିଛନ୍ତି । ଫିଲ୍ମଟି ଅଗଷ୍ଟ 28 ତାରିଖରେ ଓଟିଟି ଫ୍ଲାଟଫର୍ମରେ ରିଲିଜ୍‌ ହେବାକୁ ପ୍ରସ୍ତୁତ ହୋଇଛି ।

1991 ମସିହାର ହିଟ୍‌ ଫିଲ୍ମ ‘ସଡକ’ର ଏହା ହେଉଛି ଦ୍ବିତୀୟ ଭାଗ । ଏହି ଫିଲ୍ମରେ ସଞ୍ଜୟ ଦତ୍ତ, ଆଲିଆ ଭଟ୍ଟ, ଆଦିତ୍ୟ ରାୟକପୁରଙ୍କ ବ୍ୟତୀତ ପୂଜା ଭଟ୍ଟ, ଜିସୁ ସେନଗୁପ୍ତା, ମକରନ୍ଦ ଦେଶ ପାଣ୍ଡେ, ଗୁଲଶନ୍‌ ଗ୍ରୋଭର୍‌, ପ୍ରିୟଙ୍କା ବୋଷ, ମୋହନ କପୁର୍‌ ଓ ଅକ୍ଷୟ ଆନନ୍ଦ ମଧ୍ୟ ନଜରଆସିବେ ।

ଫିଲ୍ମଟି ପ୍ରିମିୟର ଡିଜ୍‌ନୀ ପ୍ଲସ୍‌ ହଟଷ୍ଟାର୍ ଭିଆଇପିରେ ନଜର ଆସିବ । ଫିଲ୍ମରେ ଭିନ୍ନ ଭିନ୍ନ ପ୍ରେମ କାହାଣୀ ସହିତ ଥ୍ରିଲ୍‌ ମଧ୍ୟ ଦେଖିବାକୁ ମିଳିବ ।