କାଲି ରିଲିଜ୍‌ ହେବ ‘ସଡକ -2’ର ଟ୍ରେଲ୍‌ର : ଆଲିଆ, ସଞ୍ଜୟ ଓ ଆଦିତ୍ୟଙ୍କ ଫାଷ୍ଟ ଲୁକ୍‌ ଜାରି

Published: Aug 10, 2020, 4:55 pm IST

ମୁମ୍ବାଇ :  କରୋନା କାଳ ପାଇଁ ଫିଲ୍ମ ହଲ୍‌ ସବୁ ବନ୍ଦ ଥିବାବେଳେ ବହୁ ଫିଲ୍ମ ଓଟିଟି ପ୍ଲାଟଫର୍ମରେ ରିଲିଜ୍‌ ହେଉଛି । ମହେଶ ଭଟ୍ଟଙ୍କ ଫିଲ୍ମ ‘ସଡକ -2’ ମଧ୍ୟ ଏବେ ଏହି ଓଟିଟି ପ୍ଲାଟଫର୍ମରେ ରିଲିଜ୍‌ ହେବାକୁଯାଉଛି ।

ମହେଶ ଭଟ୍ଟଙ୍କ ନିର୍ଦ୍ଦେଶିତ ଫିଲ୍ମ ’ସଡକ୍ –2’ର ଫାଷ୍ଟ ଲୁକ୍‌ ଜାରି ହୋଇଛି। ସେହିପରି ଏହି ଫିଲ୍ମର ଟ୍ରେଲର୍‌ ଆସନ୍ତା କାଲି ରିଲିଜ୍‌ ହେବ । ଏହି ଫିଲ୍ମରେ ଆଲିଆ ଭଟ୍ଟ, ସଞ୍ଜୟ ଦତ୍ତ, ଆଦିତ୍ୟ ରୟ କପୁର୍‌ ମୁଖ୍ୟ ଭୂମିକାରେ ରହିଛନ୍ତି । ଫିଲ୍ମଟି ଅଗଷ୍ଟ 28 ତାରିଖରେ ଓଟିଟି ଫ୍ଲାଟଫର୍ମରେ ରିଲିଜ୍‌ ହେବାକୁ ପ୍ରସ୍ତୁତ ହୋଇଛି ।

1991 ମସିହାର ହିଟ୍‌ ଫିଲ୍ମ ‘ସଡକ’ର ଏହା ହେଉଛି ଦ୍ବିତୀୟ ଭାଗ । ଏହି ଫିଲ୍ମରେ ସଞ୍ଜୟ ଦତ୍ତ, ଆଲିଆ ଭଟ୍ଟ, ଆଦିତ୍ୟ ରାୟକପୁରଙ୍କ ବ୍ୟତୀତ ପୂଜା ଭଟ୍ଟ, ଜିସୁ ସେନଗୁପ୍ତା, ମକରନ୍ଦ ଦେଶ ପାଣ୍ଡେ, ଗୁଲଶନ୍‌ ଗ୍ରୋଭର୍‌, ପ୍ରିୟଙ୍କା ବୋଷ, ମୋହନ କପୁର୍‌ ଓ ଅକ୍ଷୟ ଆନନ୍ଦ ମଧ୍ୟ ନଜରଆସିବେ ।

ଫିଲ୍ମଟି ପ୍ରିମିୟର ଡିଜ୍‌ନୀ ପ୍ଲସ୍‌ ହଟଷ୍ଟାର୍ ଭିଆଇପିରେ ନଜର ଆସିବ । ଫିଲ୍ମରେ ଭିନ୍ନ ଭିନ୍ନ ପ୍ରେମ କାହାଣୀ ସହିତ ଥ୍ରିଲ୍‌ ମଧ୍ୟ ଦେଖିବାକୁ ମିଳିବ ।

Related posts