Categories
ଆଜିର ଖବର ଜାତୀୟ ଖବର

ତେଲେଙ୍ଗାନା ପରେ ମହାରାଷ୍ଟ୍ର ସରକାର ମଧ୍ୟ ଦରମା ହ୍ରାସ କରିବାର ନିଷ୍ପତ୍ତି ନେଲେ

ମୁମ୍ବାଇ : ଦେଶରେ ବ୍ୟାପିଥିବା କରୋନା ମହାମାରୀର ମୁକାବିଲା ନିମନ୍ତେ ମହାରାଷ୍ଟ୍ର ସରକାର ଏକ ବଡ ଘୋଷଣା କରିଛନ୍ତି । ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସମେତ ବିଧାୟକ ଓ ଅନ୍ୟ ସରକାରୀ କର୍ମଚାରୀଙ୍କ ଦରମା କାଟ କରାଯିବ । ସମ୍ପ୍ରତି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ମହାରାଷ୍ଟ୍ରରେ ସର୍ବାଧିକ ରହିଥିବାବେଳେ ମୃତ୍ୟସଂଖ୍ୟା ମଧ୍ୟ ଅଧିକ ରହିଛି। ରାଜ୍ୟର ଏପରି ସମୟରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଅର୍ଥମନ୍ତ୍ରୀ ଦରମା ହ୍ରାସ ନେଇ ନିଷ୍ପତ୍ତି ନେଇଛନ୍ତି ।

ରାଜ୍ୟ ସରକାରଙ୍କ ନିଷ୍ପତ୍ତି ମୁତାବକ, ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଓ ବିଧାୟକଙ୍କ ଦରମାର 60 ପ୍ରତିଶତ ହ୍ରାସ କରାଯିବ। ସେହିପରି ଏ ଓ ବି ସରକାରୀ କର୍ମଚାରୀଙ୍କ ଦରମାରୁ 50 ପ୍ରତିଶତ ହ୍ରାସ କରାଯିବ ଓ ସି ଶ୍ରେଣୀ କର୍ମଚାରୀଙ୍କ ଦରମାରୁ 25 ପ୍ରତିଶତ ହ୍ରାସ କରାଯିବ । ଏହି ଦରମା ହ୍ରାସରୁ ଗ୍ରୁପ୍‌ ଡି ଶ୍ରେଣୀ କର୍ମଚାରୀଙ୍କୁ ବାଦ୍‌ ରଖାଯାଇଛି ।

ସୂଚନାଯୋଗ୍ୟ, ରାଜ୍ୟରେ 240ରୁ ଅଧିକ ଲୋକ କରୋନରେ ପୀଡ଼ିତ ଅଛନ୍ତି । ସେହିପରି ରାଜ୍ୟରେ 10 ଜଣ କରୋନା ଯୋଗୁଁ ମୃତ୍ୟୁବରଣ ମଧ୍ୟ କରିଛନ୍ତି । ଗତ ଦୁଇ ଦିନ ମଧ୍ୟରେ ରାଜ୍ୟରେ କରୋନା ପୀଡ଼ିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ମୁମ୍ବାଇ ଓ ପୁଣେରୁ କରୋନ ସମ୍ପର୍କିତ ନୂଆ ମାମଲା ସାମ୍ନାକୁ ଆସିଛି । ପୂର୍ବରୁ ତେଲେଙ୍ଗାନାର କେସିଆର୍ ସରକାର କରୋନା ମୁକାବିଲା ପାଇଁ ଦରମା ହ୍ରାସ କରିବାର ନିଷ୍ପତ୍ତି ନେଇଥିଲେ ।