Categories
ବିଶେଷ ଖବର ରାଜ୍ୟ ଖବର

ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା: ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲାପରିଷଦ ସଭ୍ୟଙ୍କ ବୃଦ୍ଧି ହେଲା ପାରିତୋଷିକ ଓ ବୈଠକ ଭତ୍ତା

ଭୁବନେଶ୍ବର: ରାଜ୍ୟର ପଞ୍ଚାୟତିରାଜ ପ୍ରତିନିଧିମାନଙ୍କର ପାରିତୋଷିକ ଓ ଭତ୍ତା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୃଦ୍ଧି କରିଛନ୍ତି।

ସୂଚନାଯୋଗ୍ୟ ଯେ, ୫-ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ବିଭିନ୍ନ ଜିଲ୍ଲାଗସ୍ତ ସମୟରେ ପଞ୍ଚାୟତିରାଜ ପ୍ରତିନିଧିମାନେ ତାଙ୍କୁ ଭେଟି ଏହି ପାରିତୋଷିକ ବୃଦ୍ଧି ସମ୍ପର୍କରେ ଅନୁରୋଧ ଓ ପ୍ରସ୍ତାବ ଦେଇଥିଲେ।

ନିଷ୍ପତ୍ତି ଅନୁଯାୟୀ ଜିଲ୍ଲା ପରିଷଦ ସଭାପତିମାନେ ୯,୩୮୦ ଟଙ୍କା ପରିବର୍ତ୍ତେ ୩୦,୦୦୦ ଟଙ୍କା ମାସିକ ପାରିତୋଷିକ ପାଇବେ। ସେମାନଙ୍କ ଦୈନିକ ଭତ୍ତା DA+Sitting fee ମଧ୍ୟ ୩୦୦ ଟଙ୍କାରୁ ୬୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। ଜିଲ୍ଲା ପରିଷଦ ଉପ-ସଭାପତି ମାନଙ୍କ ପାରିତୋଷିକ ୭,୦୪୦ ଟଙ୍କାରୁ ୨୦,୦୦୦ ଟଙ୍କା କୁ ବୃଦ୍ଧି କରାଯାଇଛି ଏବଂ ସେମାନଙ୍କ ଭତ୍ତା DA+SF ମଧ୍ୟ ୩୦୦ ଟଙ୍କାରୁ ୬୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। ଜିଲ୍ଲା ପରିଷଦ ସଦସ୍ୟମାନେ ପୂର୍ବରୁ ୩,୫୩୦ ଟଙ୍କା ପାଉଥିବା ବେଳେ ଏବେ ୧୦,୦୦୦ ଟଙ୍କା ମାସିକ ପାରିତୋଷିକ ପାଇବେ ଏବଂ ସେମାନଙ୍କ ଦୈନିକ ଭତ୍ତା DA+SFମଧ୍ୟ ୩୦୦ ଟଙ୍କାରୁ ୬୦୦ ଟଙ୍କାକୁ ବୃଦ୍ଧି କରାଯାଇଛି।

ସେହିଭଳି ପଞ୍ଚାୟତ ସମିତି ଅଧ୍ୟକ୍ଷମାନେ ୩,୫୩୦ ଟଙ୍କା ପାଉଥିଲେ। ଏବେ ୧୫,୦୦୦ ଟଙ୍କା ପାଇବେ। ପଞ୍ଚାୟତ ସମିତି ଉପାଧ୍ୟକ୍ଷମାନେ ପୂର୍ବରୁ ପାରିତୋଷିକ ୨,୩୫୦ ଟଙ୍କା ପାଉଥିଲେ। ଏବେ ୭,୫୦୦ ଟଙ୍କା ପାଇବେ। ପଞ୍ଚାୟତ ସମିତି ସଦସ୍ୟମାନେ ପୂର୍ବରୁ ୨,୩୫୦ ଟଙ୍କା ପାଉଥିଲେ। ଏବେ ୭,୫୦୦ ଟଙ୍କା ପାଇବେ। ସେହିଭଳି ସରପଞ୍ଚମାନେ ପୂର୍ବରୁ ୨,୩୫୦ ଟଙ୍କା ପାଉଥିବା ବେଳେ ଏବେ ୧୦,୦୦୦ ଟଙ୍କା ପାଇବେ। ନାଏବ ସରପଞ୍ଚମାନେ ପୂର୍ବରୁ ୯୪୦ ଟଙ୍କା ପାଉଥିବା ବେଳେ ଏବେ ୪,୦୦୦ ଟଙ୍କା ପାଇବେ। ପଞ୍ଚାୟତ ସମିତି ଅଧ୍ୟକ୍ଷ, ଉପାଧ୍ୟକ୍ଷ, ପଞ୍ଚାୟତ ସମିତି ସଭ୍ୟ, ସରପଞ୍ଚ ନାଏବ ସରପଞ୍ଚ ଏବଂ ୱାର୍ଡମେମ୍ବରମାନଙ୍କର ଦୈନିକ ଭତ୍ତା DA+SF ୨୪୦ ଟଙ୍କାରୁ ୪୮୦ ଟଙ୍କାକୁ ବୃଦ୍ଧି କରାଯାଇଛି।

ସୂଚନାଯୋଗ୍ୟ ଯେ ପୂର୍ବରୁ ପଞ୍ଚାୟତିରାଜ ପ୍ରତିନିଧିମାନଙ୍କର ପାରିତୋଷିକ ଓ ଭତ୍ତା ବାବଦରେ ୭୯.୮୮ କୋଟି ଟଙ୍କା ଖର୍ଚ୍ଚ ହୋଉଥିଲା। ବର୍ଦ୍ଧିତ ରାଶି ଅନୁଯାୟୀ ଏବେ ୨୪୨.୫୬ କୋଟି ଟଙ୍କା ଖର୍ଚ୍ଚ ହେବ। ରାଜ୍ୟ ସରକାର ଏଥିପାଇଁ ୧୬୨.୬୮ କୋଟି ଟଙ୍କା ଅତିରିକ୍ତ ଖର୍ଚ୍ଚ ବହନ କରିବେ।

ଏହା ବ୍ୟତିତ ପଞ୍ଚାୟତିରାଜ ପ୍ରତିନିଧିମାନଙ୍କର ପଦବୀରେ ଥିବା ସମୟରେ ବିୟୋଗ ଘଟିଲେ ଅନୁକମ୍ପମୂଳକ ସହାୟତା ରାଶି ବାବଦରେ ୨ ଲକ୍ଷ ଟଙ୍କା ମିଳିବ। ଏହା ସହିତ ଦୂର୍ଘଟଣାଜନିତ ପୂର୍ଣ୍ଣ ଅକ୍ଷମତା କ୍ଷେତ୍ରରେ (Irrecoverable Loss of both eyes, hands and feet) ୨ ଲକ୍ଷ ଟଙ୍କା ସହାୟତା ଦିଆଯିବ। ସେହିପରି ଆଂଶିକ ଅକ୍ଷମତା କ୍ଷେତ୍ରରେ (Irrecoverable Loss of one eye, one hand or one leg) ୧ ଲକ୍ଷ ଟଙ୍କା ସହାୟତା ଦିଆଯିବ।

Categories
ଆଞ୍ଚଳିକ

ଫତେପୁର ସରପଂଚଙ୍କ ଦ୍ୱାରା ମାସ୍କ ବଣ୍ଟନ

ରଞ୍ଜିତ ପଣ୍ଡା
କୁଜଙ୍ଗ : କୁଜଙ୍ଗ ବ୍ଳକ ଅନ୍ତର୍ଗତ ଫତେପୁର ପଂଚାୟତର ସରପଞ୍ଚ ସ୍ନେହମୟୀ ଲେଙ୍କା ମାସ୍କ ବଣ୍ଟନ କରିଛନ୍ତି । କରୋନା ସଙ୍କ୍ରମଣରୁ ରକ୍ଷାପାଇବା ପାଇଁ ସ୍ଥାନୀୟ ପଂଚାୟତ ବାସୀଙ୍କୁ ନଜସ୍ୱ ଖର୍ଚ୍ଚ ଏବଂ ଉଦ୍ୟମରେ ମାସ୍କ ବଂଟନ କରୁଥିବା ଜଣାପଡ଼ିଛି । କୋଭିଡ-୧୯ ପାଇଁ ଏବେ ସମଗ୍ର ବିଶ୍ୱରେ ଆତଙ୍କ ସୃଷ୍ଟି ହୋଇଥିବା ବେଳେ ରାଜ୍ୟରେ ସମସ୍ତଙ୍କୁ ମାସ୍କ ବ୍ୟବହାର ବାଧ୍ୟତା ମୂଳକ କରାଯାଇଛି । ପଳରେ ଶ୍ରୀମତୀ ଲେଙ୍କା ନିଜେ ସିଲାଇ ମେସିନରେ ମାସ୍କ ପ୍ରସ୍ତୁତକରି ପଂଚାୟତରେ ବଂଟନ କରୁଥିବା ଜଣାପଡ଼ିଛି । ଏଡି ଘଟଣାକୁ ପଂଚାୟତର ବରିଷ୍ଠ ନାଗରିକଙ୍କ ପକ୍ଷରୁ ପ୍ରଶଂସା କରାଯାଇଛି ।

Categories
ଆଜିର ଖବର

ପଞ୍ଚାୟତ ପ୍ରମୁଖଙ୍କ ବୟସ ସୀମା ପରିବର୍ତ୍ତନ କଲେ ଆସାମ ସରକାର

ଆସାମ ସରକାର ପଞ୍ଚାୟତ ମୁଖ୍ୟ ତଥା ସରପଞ୍ଚ ହେବା ପାଇଁ ନିମ୍ନତମ ବୟସ ସୀମା ପରିବର୍ତ୍ତନ କରିଛନ୍ତି। ବୟସ ସୀମା ୩୫ ବର୍ଷରୁ ୨୫ ବର୍ଷକୁ ଖସାଇ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ତରଫରୁ ଜାରି ଏକ ବିଜ୍ଞପ୍ତିରେ ସୋମବାର ଦିନ ହୋଇଥିବା ମନ୍ତ୍ରିମଣ୍ଡଳର ବୈଠକ ଏହି ସମ୍ବନ୍ଧୀୟ ନିଷ୍ପତ୍ତି ନିଆଯାଇଛି। ରାଜ୍ୟ ସରକାରଙ୍କ ତରଫରୁ ଜାରି କରାଯାଥିବା ଏହି ବିଜ୍ଞପ୍ତିରେ ଏହି ପଦବୀ ପାଇଁ ୨ଟି ସନ୍ତାନ ନିୟମକୁ ଅପରିବର୍ତ୍ତିତ ରଖିଛନ୍ତି। ରାଜ୍ୟ ବାହାରେ କାର୍ଯ୍ୟ କରୁଥିବା ଯୁବକଙ୍କ ହିତ ତଥା ସୁରକ୍ଷିତ କରିବା ପାଇଁ ଏକ ନୂଆ କାନୁନ୍‌ ଆଣିବାର ନିୟମ କରିଛନ୍ତି। ବିଜ୍ଞପ୍ତିରେ ସାମୁଦ୍ରିକ ଭୂମି ଅତିକ୍ରମଣରୁ ମୁକ୍ତ ଅଭିଯାନ ପାଇଁ ଗୌହ୍ବାଟୀ କୋର୍ଟଙ୍କ ଆଦେଶ ନୁହେଁ ବରଂ ସଂଶୋଧିତ ଆସାମ ଭୂମି ରାଜସ୍ବ ବିନିୟମ ଅଧିନିୟମ ୧୯୮୬ ଅନୁସାରେ ବିହିତ ପଦକ୍ଷେପ ନିଆଯିବ।