Categories
ଆଜିର ଖବର ରାଜ୍ୟ ଖବର

ବିଷ ପିଇଥିବା ବ୍ୟକ୍ତିଙ୍କ କରୋନା ରିପୋର୍ଟ ପଜିଟିଭ୍‌ ଆସିବାରୁ ଏସ୍‌ସିବି କାଜୁଆଲିଟିରେ ହେଲେ ହନ୍ତସନ୍ତ

କଟକ : ଏସ୍‌ସିବି କାଜୁଆଲଟିରେ କରୋନା ଆକ୍ରାନ୍ତ ହନ୍ତସନ୍ତ ହେଉଥିବାର ଅଭିଯୋଗ ହୋଇଛି। ଏସ୍‌ସିବି କାଜୁଆଲିଟିରେ ୧୨ ଘଣ୍ଟା ଧରି ବିଷ ପିଇଥିବା ରୋଗୀ ପଡିଥିବାର ଅଭିଯୋଗ ହୋଇଛି। କାଲି ବାଲେଶ୍ବରରୁ ଆସି ରାତି ୯ଟାରେ କାଜୁଆଲିଟିରେ ଭର୍ତ୍ତି ହୋଇଥିଲେ। ବିଷ ପିଇଥିବା ବ୍ୟକ୍ତିଙ୍କ କରୋନା ରିପୋର୍ଟ ପଜିଟିଭ୍‌ ଆସିବାରୁ ହନ୍ତସନ୍ତ ହୋଇଛନ୍ତି। ୧୨ ଘଣ୍ଟା  ବିତିଥିଲେ ବି ସମ୍ପୃକ୍ତ ବ୍ୟକ୍ତିଙ୍କୁ ସ୍ଥାନାନ୍ତର କରାଯାଉନଥିବାର ଅଭିଯୋଗ ହୋଇଛି। ରୋଗୀ ଜଣକ ହନ୍ତସନ୍ତ ହେଉଥିବାର ତାଙ୍କ ପରିବାର ଏକ ଭିଡିଓ ଜରିଆରେ ଅଭିଯୋଗ କରିଛନ୍ତି। ତେବେ ଏନେଇ ମେଡ଼ିକାଲ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

Categories
ଆଜିର ଖବର ରାଜ୍ୟ ଖବର

ଏସ୍‌ସିବିକୁ ବିଶ୍ବସ୍ତରୀୟ କରିବା ପାଇଁ ନୂତନ ପରାମର୍ଶଦାତା କମିଟି ଗଠନ କଲେ ମୁଖ୍ୟମନ୍ତ୍ରୀ

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର : ରାଜ୍ୟର ସର୍ବବୃହତ ଡାକ୍ତରଖାନା ଏସ୍‌ସିବିକୁ ବିଶ୍ବସ୍ତରୀୟ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ନୂତନ ଘୋଷଣା କରିଛନ୍ତି । 5ଟି ବ୍ୟବସ୍ଥା ଅନୁଯାୟୀ ମୁଖ୍ୟମନ୍ତ୍ରୀ ଏକ 10 ଜଣିଆ ପରାମର୍ଶଦାତା କମିଟି ଗଠନ କରିଛନ୍ତି । ଏହି 10 ଜଣିଆ କମିଟିର 7 ଜଣ ସଦସ୍ୟ ପଦ୍ମ ପୁରସ୍କାର ବିଜେତା ରହିଥିବା ବେଳେ 4 ଜଣ ଏସ୍‌ସିବିର ପୁରାତନ ଛାତ୍ର ରହିଛନ୍ତି । ଡ. ରମାକାନ୍ତ ପଣ୍ଡା, ଡ. ଦେବୀ ସେଟ୍ଟୀ, ଡ. କେ ଶ୍ରୀକାନ୍ତ ରେଡ୍ଡୀ, ପ୍ରଫେସର୍‌ ଡ. ସୁବ୍ରତ ଆଚାର୍ଯ୍ୟ, ପ୍ରଫେସର୍‌ ଡ. ମୁକୁଟ ମିଞ୍ଜ, ପ୍ରଫେସର୍‌ ଡ. ଦିଗମ୍ବର ବେହେରା, ଡ. ରାଜନ ବଡଓ୍ବେ, ଡ. ଜଗତ ନରୁଲା, ଡ. ଜି ଏନ୍‌ ରାଓ ଏବଂ ପ୍ରଫେସର୍‌ ଡ. ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଏହି ପରାମର୍ଶଦାତା କମିଟିର ସଦସ୍ୟ ରହିଛନ୍ତି । ଓଡିଶା ବାସୀଙ୍କୁ ଉନ୍ନତ ଚିକିତ୍ସା ବ୍ୟବସ୍ଥା ଯୋଗାଇବା ପାଇଁ ମୁଖ୍ୟମନ୍ତ୍ରୀ ଏହି ବ୍ୟବସ୍ଥାର ପ୍ରଚଳନ କରିଛନ୍ତି । ଭିତ୍ତିଭୂମି ଏବଂ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ପାଇଁ ପରାମର୍ଶଦାତା କମିଟି ବିଭିନ୍ନ ପରାମର୍ଶ ଦେବ ବୋଲି ଜଣାପଡିଛି ।

Categories
ଆଜିର ଖବର ରାଜ୍ୟ ଖବର

ଏସ୍‌ସିବିରେ ପ୍ରଥମ ସ୍ବାଇନ୍‌ ଫ୍ଲୁ ରୋଗୀ ଚିହ୍ନଟ

ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର : ସମଗ୍ର ବିଶ୍ବରେ କରୋନା ଭାଇରସ୍‌ ଏହାର ତାଣ୍ଡବ ମଚାଇଥିବା ବେଳେ ଓଡିଶାରେ ପ୍ରଥମ ସ୍ବାଇନ୍‌ ଫ୍ଲୁ ରୋଗୀ ଚିହ୍ନଟ କରାଯାଇଛି । କଟକର ଏସ୍‌ସିବି ମେଡିକାଲ କଲେଜରେ ରାଜ୍ୟର ପ୍ରଥମ ସ୍ବାଇନ ଫ୍ଲୁ ରୋଗୀ ବୁଧବାର ଦିନ ଚିହ୍ନଟ କରାଯାଇଛି । ଏସ୍‌ସିବି କର୍ତ୍ତୃପକ୍ଷ ଉକ୍ତ ରୋଗୀଙ୍କୁ ସ୍ବତନ୍ତ୍ର ଓ୍ବାର୍ଡରେ ରଖି ଚିକିତ୍ସା କରାଯାଇଥିବା ନେଇ ହସ୍ପିଟାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ରୋଗୀଙ୍କ ଅବସ୍ଥା ସ୍ଥିର ରହିଛି । ଏହା ସହିତ ଚୀନ୍‌ରୁ ଫେରିଥିବା ଛାତ୍ରଙ୍କ କୋରୋନା ସଙ୍କ୍ରମଣ ଆଶଙ୍କାକୁ ହସ୍ପିଟାଲ କର୍ତ୍ତୃପକ୍ଷ ଖାରଜ କରିଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର

ବିଶ୍ବସ୍ତରୀୟ ହେବ ଏସ୍‌ସିବି : ଆସନ୍ତା କାଲି ସମୀକ୍ଷା କରିବେ ମୁ୍‌ଖ୍ୟମନ୍ତ୍ରୀ

ସମୀକ୍ଷା ବ୍ୟୁରୋ
କଟକ : ଓଡିଶାର ସର୍ବପୁରାତନ ଶ୍ରୀରମ ଚନ୍ଦ୍ର ଭଞ୍ଜ ମେଡିକାଲ କଲେଜକୁ ବିଶ୍ବସ୍ତରୀୟ କରିବା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଏକ ସମୀକ୍ଷା ବୈଠକ ଆସନ୍ତାକାଲି ଅନୁଷ୍ଠିତ ହେବ । 5ଟି ସଚିବ ଭିକେ ପାଣ୍ଡିଆନଙ୍କ ଏସ୍‌ସିବି ଗସ୍ତ ପରେ ଓଡିଶା ସରକାରଙ୍କ ପକ୍ଷରୁ ଏହି ଘୋଷଣା କରାଯାଇଛି । ଫେବୃୟାରୀ 28 ସୁଦ୍ଧା ଜମି ଅଧିଗ୍ରହଣ ପ୍ରକ୍ରିୟା ସମାପ୍ତ କରାଯିବ ଏବଂ ମାର୍ଚ୍ଚ 1 ତାରିଖରୁ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବ । ପାଣ୍ଡିଆନଙ୍କ ପ୍ରସ୍ତାବ ପରେ ସରକାର ଜମି ଅଧିଗ୍ରହଣ ନେଇ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଚିକିତ୍ସାଳୟକୁ ବିଶ୍ବସ୍ତରୀୟ କରିବା ପାଇଁ ଆବଶ୍ୟକ ଜମି ନିମନ୍ତେ ଜଳସମ୍ପଦ, ଉଚ୍ଚଶିକ୍ଷା, ବୈଷୟିକ ଶିକ୍ଷା, ଦକ୍ଷତା ବିକାଶର କିଛି ସ୍ଥାନ ସମେତ ଏବଂ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ କ୍ବାର୍ଟର୍ସ ଉଚ୍ଛେଦ କରାଯିବ । ଏହି ପ୍ରକ୍ରିୟାରେ 13 ଜଣ ଡାକ୍ତରଙ୍କ ଘର ମଧ୍ୟ ଉଚ୍ଛେଦ ହେବ । କ୍ଷତିଗ୍ରସ୍ତଙ୍କ ଥଇଥାନ ପାଇଁ ସ୍ବତନ୍ତ୍ର ପ୍ୟାକେଜ୍‌ ମଧ୍ୟ ଘୋଷଣା କରାଯିବ ବୋଲି ଜଣାପଡିଛି ।

ଏହା ସହିତ ତାଳଦଣ୍ଡା କେନାଲ ବନ୍ଧରୁ ଡାକ୍ତରଖାନାକୁ ସଞ୍ଜୋଗ କରୁଥିବା ରାସ୍ତାକୁ ତିନି ଲେନ୍‌ ବିଶିଷ୍ଟ କରାଯିବା ସହିତ ଯାତାୟତ ସୁବିଧା ପାଇଁ ଦୁଇଟି ଓଭରବ୍ରିଜ୍‌ ନିର୍ମାଣ କରିବାର ଯୋଜନା ରହିଛି । ଏହି ଗସ୍ତରେ ପୂର୍ତ୍ତବିଭାଗ ସଚିବ ଡ. କ୍ରିଷନ୍‌ କୁମାର, ଜଳସମ୍ପଦ ସଚିବ ସୁରେନ୍ଦ୍ର କୁମାର ଏବଂ ଗୃହ ଓ ନଗର ଉନ୍ନୟନ ସଚିବ ଜି ମାଥୁଭାଥନନ ପ୍ରମୁଖ 5ଟି ସଚିବଙ୍କ ସହିତ ରହିଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

ପ୍ରଦୀପ ସେଠୀଙ୍କ ଆତ୍ମହତ୍ୟା ଉଦ୍ୟମ : ଉଦ୍ଧାର ପରେ ଏସ୍‌ସିବିକୁ ସ୍ଥାନାନ୍ତର

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର : ଅର୍ଥତତ୍ତ୍ବ ଚିଟ୍‌ଫଣ୍ଡ୍‌ ମୁଖ୍ୟ ପ୍ରଦୀପ୍ତ ସେଠୀଙ୍କ ଆତ୍ମହତ୍ୟା ଉଦ୍ୟମ। ଝାରପଡା ଜେଲରେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ପ୍ରଦୀପ ସେଠୀ। ଟଏଲେଟ୍‌ ଭିତରେ ଇନଭର୍ଟର ତାରକୁ ବେକରେ ତାର ଗୁଡାଇ ଆତ୍ମହତ୍ୟା ଉଦ୍ୟମ କରିଥିବାର ଜଣାପଡିଛି। ଟଏଲେଟ୍‌ କବାଟ ଭାଙ୍ଗି ପ୍ରଦୀପ ସେଠୀଙ୍କୁ ଉଦ୍ଧାର କରାଗଲା। ଉଦ୍ଧାର ପରେ ପ୍ରଦୀପଙ୍କୁ ଚିକିତ୍ସା ପାଇଁ କଟକ ଏସ୍‌ସିବିକୁ ସ୍ଥାନାନ୍ତର କରାଯାଇଛି। ପ୍ରଦୀପଙ୍କୁ ଏସ୍‌ସିବି ମାନସିକ ରୋଗ ବିଭାଗକୁ ପଠାଯାଉଥିବା ସୂଚନା ରହିଛି । ପୂର୍ବରୁ ଦୁଇଥର ଆତ୍ମହତ୍ୟା ଉଦ୍ୟମ କରି ସାରିଛନ୍ତି ପ୍ରଦୀପ୍ତ ।

Categories
ଆଞ୍ଚଳିକ

ଅଟୋ କାର ଦୁର୍ଘଟଣା : 7 ଗୁରୁତର

ସମୀକ୍ଷା ବ୍ୟୁରୋ,25/11 : କଟକ କ୍ୟାଣ୍ଟନମେଣ୍ଟ ରୋଡ୍‌ରେ ରବିବାର ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଯାତ୍ରୀବାହୀ ଅଟୋ ଏବଂ କାର୍‌ ମଧ୍ୟରେ ଦୁର୍ଘଟଣା ଘଟି 7 ଜଣ ଗୁରୁତର ଆହତ ହୋଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଗତକାଲି ବିଳମ୍ବିତ ରାତିରେ କଟକ କ୍ୟାଣ୍ଟନମେଣ୍ଟ ରୋଡ୍‌ରେ ଏକ ଅଟୋରେ ଡ୍ରାଇଭର ସମେତ 5 ଜଣ ଯାଉଥିଲେ ।ପଛରୁ ଦ୍ରୁତ ଗତିରେ ଆସୁଥିବା କାର୍‌ଟି ଅଟୋକୁ ଧକ୍କା ଦେବା ଫଳରେ । କାର୍‌ରେ ଡ୍ରାଇଭରଙ୍କ ସମେତ 2 ଜଣ ବ୍ୟକ୍ତି ରହିଥିଲେ । ସମସ୍ତଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି । ଗୁରୁତରଙ୍କ ମଧ୍ୟରେ 2 ଜଣ ଶିଶୁ ଅଛନ୍ତି ।