Categories
ଆଜିର ଖବର ଧର୍ମ

ଏଣିକି ଘରେ ବସି ମଗାଇପାରିବେ ବିଭିନ୍ନ ମନ୍ଦିରର ଅନ୍ନପ୍ରସାଦ, ଜାଣନ୍ତୁ କେମିତି 

ଭୁବନେଶ୍ୱର: ରାଜଧାନୀର ଇନଫୋସିଟି ଶିରିଡି ସାଇ ମନ୍ଦିରରୁ ଆଜିଠାରୁ ହେବ ଅନ୍ନପ୍ରସାଦ ଥାଳି ହୋମ ଡେଲିଭରି। କର୍ପୋରେଟର ପ୍ରୀତିନନ୍ଦା ରାଉତରାୟଙ୍କ ଦ୍ୱାରା ସ୍ଥାନୀୟ ସଂସ୍ଥା ସ୍କୁପି (SCOOPY)ର ଏହି କାର୍ଯ୍ୟକ୍ରମ ଆଜି ଲୋକାର୍ପିତ ହୋଇଛି। ଆଖପାଖ ଅଂଚଳର ବାସିନ୍ଦାଙ୍କ ଉପସ୍ଥିତିରେ ବରିଷ୍ଠ ନାଗରିକଙ୍କ ଦ୍ୱାରା ଅନ୍ନପ୍ରସାଦ ସେବନ, ଓ ଆଶୀର୍ବାଦ ନେଇ ଆନୁଷ୍ଠାନିକ ଭାବେ ଡେଲିଭରି ଶୁଭାରମ୍ଭ କରାଯାଇଛି।

ରାଜଧାନୀର ଯେ କୌଣସି ଅଂଚଳର ବାସିନ୍ଦା SCOOPY ଡାଉନଲୋଡ କରି ଘରକୁ ମନ୍ଦିର ଅନ୍ନପ୍ରସାଦ ମଗାଇପାରିବେ। ଜଣେ ଚାହିଁଲେ କେବଳ ଜଣଙ୍କ ପାଇଁ ବି ମଗାଇପାରିବେ ବୋଲି କହିଛନ୍ତି ସ୍କୁପିର ବ୍ୟବସାୟିକ ମୁଖ୍ୟ ଦିଲୀପ ଭୂୟାଁ। ଭୁବନେଶ୍ୱରର ସମସ୍ତ ମନ୍ଦିରର ଅନ୍ନପ୍ରସାଦ ସହରର ସମସ୍ତ ସ୍ଥାନକୁ ପଠାଇବା ପାଇଁ ସ୍କୁପି ପ୍ରସ୍ତୁତ ବୋଲି ସୂଚନା ଦେଇଛନ୍ତି।