Categories
ଆଞ୍ଚଳିକ

ଟାଙ୍ଗୀ: ଛାତ ଉପରେ ଗୁଡ଼ି ଉଡାଇବା ହେଲା କାଳ, ତଳକୁ ଖସି ନାବାଳକ ଛାତ୍ର ଗୁରୁତର

ଟାଙ୍ଗୀ (ସୀତାରାମ ଅଗ୍ରୱାଲ): ଛାତ ଉପରେ ଗୁଡ଼ି ଉଡାଇବା କାଳ ହୋଇଛି। ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଗୋବିନ୍ଦ ପୁର ସାହିରେ ଗୁଡ଼ି ଉଡାଉଥିବା ବେଳେ ଛାତ ଉପରୁ ତଳକୁ ଖସି ପଡ଼ି ନାବାଳକ ଛାତ୍ର ଗୁରୁତର ହୋଇଛି।

ସୂଚନା ଅନୁଯାୟୀ ଆଜି ସକାଳୁ ସକାଳୁ ଟାଙ୍ଗୀ ଗୋବିନ୍ଦ ପୁର ସାହିର କାଳୁ ରାଉତଙ୍କ ୯ ବର୍ଷର ପୁତ୍ର ଲିଟନ ଛାତ ଉପରେ ଗୁଡ଼ି ଉଡାଉଥିବା ବେଳେ ଅନ୍ୟ ମନସ୍କ ହୋଇ ତଳକୁ ଖସି ପଡ଼ିଥିଲେ। ଫଳରେ ତାଙ୍କ ମୁଣ୍ଡ ଓ ଛାତିରେ ଗଭୀର ଆଘାତ ଲାଗିଛି। ତାଙ୍କୁ ପ୍ରଥମେ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ଓ ପରେ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଛି।