Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ ରାଜ୍ୟ ଖବର

ଓଡିଶାର ଗର୍ବ: ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କୁ ମିଳିଲା ବିଶ୍ବ ସ୍ତର ଶ୍ରେଷ୍ଠ ମାନ୍ୟତା

ନୂଆଦିଲ୍ଲୀ: ଓଡିଶାର ପାଇଁ ଏକ ଗର୍ବର କଥା। କାରଣ ଓଡିଆ ପୁଅ ଶକ୍ତିକାନ୍ତ ଦାସଙ୍କୁ ବିଶ୍ବସ୍ତରର ଗୋଟିଏ ସଂସ୍ଥା ତାଙ୍କୁ ଶ୍ରେଷ୍ଠ ମାନ୍ୟତା ପ୍ରଦାନ କରିଛି। ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କୁ ଗ୍ଲୋବାଲ ଫାଇନାନ୍ସର ସେଣ୍ଟ୍ରାଲ ବ୍ୟାଙ୍କର୍ ରିପୋର୍ଟ କାର୍ଡ ୨୦୨୩ ରେ ‘ଏ’ ମାନ୍ୟତା ଦିଆଯାଇଛି।

ଆମେରିକାର ଭିତ୍ତିକ ଏହି ଗ୍ଲୋବାଲ ଫାଇନାନ୍ସ ପତ୍ରିକା ଦ୍ବାରା ଶ୍ରୀ ଦାସଙ୍କୁ ତିନିଟି କେନ୍ଦ୍ରୀୟ ବ୍ୟାଙ୍କ ଗଭର୍ଣ୍ଣର ତାଲିକାର ଶୀର୍ଷରେ ସ୍ଥାନିତ କରାଯାଇଛି। ତାଙ୍କ ପରେ ସ୍ୱିଜରଲ୍ୟାଣ୍ଡର ଥୋମାସ୍ ଜେ ଜୋର୍ଡାନ ଏବଂ ଭିଏତନାମର ନଗୁଏନ ଥି ହଙ୍ଗ ଅଛନ୍ତି। ଗ୍ଲୋବାଲ ଫାଇନାନ୍ସ ସେଣ୍ଟ୍ରାଲ ବ୍ୟାଙ୍କର୍ ରିପୋର୍ଟ କାର୍ଡ ୨୦୨୩ ରେ ‘ଏ’ ମାନ୍ୟତା ପାଇଥିବାରୁ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି।

ଆରବିଆଇ ଗଭର୍ଣ୍ଣରଙ୍କ ଉତ୍ସର୍ଗୀକୃତ ସେବା ଏବଂ ଦୂରଦୃଷ୍ଟି ଯୋଗୁଁ ଦେଶର ଅର୍ଥନୈତିକ ଅଭିବୃଦ୍ଧି ପଥକୁ ମଜବୁତ କରିବାରେ ଲାଗିଛି ବୋଲି ମୋଦି କହିଛନ୍ତି। ସେହିପରି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଧ୍ୟ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏକ ସୋସିଆଲ ମିଡିଆ ପୋଷ୍ଟରେ ସେ କହିଛନ୍ତି ଯେ ଦେଶର କେନ୍ଦ୍ରୀୟ ବ୍ୟାଙ୍କର ନେତୃତ୍ୱ ବର୍ତ୍ତମାନର ପରୀକ୍ଷା ଏବଂ ଆହ୍ବାନକୁ ସେ ସହ୍ୟ କରି କାର୍ଯ୍ୟ କରୁଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର

ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ କାର୍ଯ୍ୟକାଳକୁ ବୃଦ୍ଧି କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: କେନ୍ଦ୍ରର ମୋଦୀ ସରକାର ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ କାର୍ଯ୍ୟକାଳକୁ ବୃଦ୍ଧି କରିଛନ୍ତି। ସେ ଆସନ୍ତା ଡିସେମ୍ବର 10 ତାରିଖରେ ଅବସର ଗ୍ରହଣ କରିଥାଆନ୍ତେ। ବର୍ତ୍ତମାନ ଏହି ବୃଦ୍ଧି ଫଳରେ ସେ ଡିସେମ୍ବର 2024 ରେ ଅବସର ନେବେ। ଏହି ବୃଦ୍ଧି ଆସନ୍ତା 10 ଡିସେମ୍ବରରୁ କାର୍ଯ୍ୟକାରୀ ହେବ।

କ୍ୟାବିନେଟର ନିଯୁକ୍ତି କମିଟି ଶକ୍ତିକାନ୍ତ ଦାସଙ୍କୁ ଆରବିଆଇ ଗଭର୍ଣ୍ଣର ଭାବରେ ଆସନ୍ତା ଡିସେମ୍ବର 10 ତାରିଖରୁ ତିନି ବର୍ଷ ପର୍ଯ୍ୟନ୍ତ କିମ୍ବା ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ପୁନଃ ନିଯୁକ୍ତିକୁ ଅନୁମୋଦନ କରିଛି ବୋଲି ଜଣେ ଅଧିକାରୀ କହିଛନ୍ତି। 11 ଡିସେମ୍ବର 2018 ରେ ଶକ୍ତିକାନ୍ତ ଦାସଙ୍କୁ ଆରବିଆଇର 25 ତମ ଗଭର୍ଣ୍ଣର ଭାବରେ ନିଯୁକ୍ତ କରାଯାଇଥିଲା।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟର ନିଯୁକ୍ତି କମିଟିର ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଗୁରୁବାର ବିଳମ୍ବିତ ରାତିରେ କ୍ୟାବିନେଟର ନିଯୁକ୍ତି କମିଟି ଏହି ନିଷ୍ପତ୍ତିକୁ ଅନୁମୋଦନ କରିଛି। 2018 ପୂର୍ବରୁ, ଶକ୍ତିକାନ୍ତ ଦାସ ଅର୍ଥ ମନ୍ତ୍ରଣାଳୟର ଅର୍ଥନୈତିକ ବ୍ୟାପାର ସଚିବ ଥିଲେ ଏବଂ 2018 ଡିସେମ୍ବର 11 ତାରିଖରେ ତିନି ବର୍ଷ ପାଇଁ କେନ୍ଦ୍ରୀୟ ବ୍ୟାଙ୍କର ମୁଖ୍ୟ ଭାବରେ ନିଯୁକ୍ତ ହୋଇଥିଲେ। ତିନି ବର୍ଷର ଦ୍ୱିତୀୟ କାର୍ଯ୍ୟକାଳ ସହିତ ଶକ୍ତିକାନ୍ତ ଦାସ ବର୍ତ୍ତମାନ ଡିସେମ୍ବର 2024 ପର୍ଯ୍ୟନ୍ତ ଆରବିଆଇର ଗଭର୍ଣ୍ଣର ଭାବେ କାର୍ଯ୍ୟ କରିବେ।

ଜଣେ ପ୍ରଶାସନିକ ଅଧିକାରୀ ଭାବେ ଶକ୍ତିକାନ୍ତ ଦାସଙ୍କ ଶାସନର ବିଭିନ୍ନ କ୍ଷେତ୍ରରେ ବିପୁଳ ଅଭିଜ୍ଞତା ରହିଛି ଏବଂ ଅର୍ଥ, ଟିକସ, ଶିଳ୍ପ, ଭିତ୍ତିଭୂମି ଇତ୍ୟାଦି କ୍ଷେତ୍ରରେ କେନ୍ଦ୍ର ଏବଂ ରାଜ୍ୟ ସରକାରରେ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଅବସ୍ଥାପିତ ହୋଇଛନ୍ତି। ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ସେଣ୍ଟ ଷ୍ଟିଫେନ୍ କଲେଜରୁ ଇତିହାସରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି।

ଓଡିଶାରେ ଜନ୍ମିତ ଶକ୍ତିକାନ୍ତ 1980 ବ୍ୟାଚର ତାମିଲନାଡୁ କ୍ୟାଡର ଆଇଏଏସ ଅଧିକାରୀ। ଶକ୍ତିକାନ୍ତ ଭୁବନେଶ୍ବରରେ ସମସ୍ତ ପ୍ରାରମ୍ଭିକ ଶିକ୍ଷା ଗ୍ରହଣ କରିବା ପରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ମାଷ୍ଟର ଡିଗ୍ରୀ କରିଛନ୍ତି। ସେ ହେଉଛନ୍ତି ପ୍ରଥମ ଓଡିଆ ବ୍ୟକ୍ତି ଯେ କି ଆରବିଆଇର ଗଭର୍ଣ୍ଣର ଭାବେ ନିଯୁକ୍ତ ହୋଇଛନ୍ତି।