Categories
ଆଜିର ଖବର

ଷ୍ଟ୍ରିଟ ଚାଇଲ୍ଡ କ୍ରିକେଟ ୱାର୍ଲ୍ଡ କପ ୨୦୧୯ର ଭାରତର ରାଷ୍ଟ୍ରଦୂତ ହେଲେ ଗାଙ୍ଗୁଲି

ପୂର୍ବତନ ଭାରତୀୟ କ୍ରିକେଟ ଖେଳାଳି ସୌରଭ ଗାଙ୍ଗୁଲି ଲର୍ଡ୍ସରେ ଖେଳାଯିବାକୁ ଥିବା ଷ୍ଟ୍ରିଟ ଚାଇଲ୍ଡ ୱାର୍ଲ୍ଡ କପ ଫାଇନାଲ ପାଇଁ ଭାରତୀୟ ଦଳର ରାଷ୍ଟ୍ରଦୂତ ଭାବେ ନିଯୁକ୍ତ ହୋଇଛନ୍ତି ।ସୌରଭ ବର୍ତ୍ତମାନ କ୍ରିକେଟ ଆସୋସିଆସନ ଅଫ ବେଙ୍ଗଲର ଅଧ୍ୟକ୍ଷ ଏବଂ ୱିସ୍ଡେନ ଇଣ୍ଡିଆର ସମ୍ପାଦକ ମଣ୍ଡଳୀର ଅଧ୍ୟକ୍ଷ ଅଛନ୍ତି  । ଆଗକୁ ଖେଳା ଯିବାକୁ ଥିବା ଆଇସିସି କ୍ରିକେଟ ୱାର୍ଲ୍ଡ କପ ଅବସରରେ ମଇ ୨୦୧୯ ରେ ଶିଶୁ ମାନଙ୍କ ପାଇଁ ହେବାକୁ ଥିବା ଷ୍ଟ୍ରିଟ ଚାଇଲ୍ଡ ୱାର୍ଲ୍ଡ କପରେ ଭାରତ ଦୁଇ ଦଳକୁ ନେଇ ପଡିଆକୁ ଓହ୍ଳାଇବ । ଶିଶୁ ସୁରକ୍ଷା ପାଇଁ ହୋପ ଫାଉଣ୍ଡସନ, ମ୍ୟାଜିକ ବସ ଏବଂ କରୁଣାଳୟ ସହଯୋଗରେ ଅନୁଷ୍ଠିତ ହେଉଛି ।  ପ୍ରେସ କନଫେରେନ୍ସରେ ସୌରଭ କହିଲେ ଯେ ଭାରତରେ ଷ୍ଟ୍ରିଟ ଚାଇଲ୍ଡ ୱାର୍ଲ୍ଡ କପ ପାଇଁ ରାଷ୍ଟ୍ରଦୂତ ହେବା ମୋ ପାଇଁ ସୌଭାଗ୍ୟର କଥା । ମୁଁ ମୋ ନିଜ ଅନୁଭୂତିରୁ ଜାଣେ ଯେ ଦେଶର ଅବହେଳିତ ଶକ୍ତିକୁ ବାହାରକୁ ଆଣିବାରେ ଖେଳର ମହତ୍ଵପୂର୍ଣ୍ଣ ଭୂମିକା ଅଛି । ଏହି ପ୍ରୟାସ ଲମ୍ବା ସମୟ ଧରି ବାଉଣ୍ଡରୀ ବାହାରେ ଥିବା ଶିଶୁଙ୍କୁ ଉତ୍କୃଷ୍ଟ ଖେଳ ପଡିଆ ଯୋଗାଇ ଦେବ । ମୁଁ ଏ ମହତ ଉଦ୍ଦେଶ୍ୟ କୁ ସମର୍ଥନ କରୁଛି ଏବଂ  ଲର୍ଡ୍ସ ପଡିଆରେ ଖେଳିବାକୁ ପ୍ରସ୍ତୁତ ଥିବା ଭାରତୀୟଙ୍କ ସହ ଅଛି ।